ଓଡିଶା

odisha

ETV Bharat / entertainment

ଖ୍ରୀଷ୍ଟମାସରେ ରିଲିଜ ହେବ 'ସୀତାରେ ଜମିନ ପର', ଆମୀର ଖାନ ଦେଲେ ସୂଚନା

Sitaare Zameen Par On Christmas 2024: ଦୀର୍ଘ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଆମୀର ଖାନ । ନିକଟରେ ସେ ତାଙ୍କ ଫିଲ୍ମ 'ସୀତାରେ ଜମିନ ପର' ଘୋଷଣା କରିଥିଲେ । ବର୍ତ୍ତମାନ ଫିଲ୍ମର ରିଲିଜ ନେଇ ସୂଚନା ଦେଇଛନ୍ତି ଅଭିନେତା । ଖ୍ରୀଷ୍ଟମାସରେ ଏହି ଫିଲ୍ମ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Feb 28, 2024, 2:50 PM IST

ଖ୍ରୀଷ୍ଟମାସରେ ରିଲିଜ ହେବ 'ସୀତାରେ ଜମିନ ପର', ଆମୀର ଖାନ ଦେଲେ ସୂଚନା
ଖ୍ରୀଷ୍ଟମାସରେ ରିଲିଜ ହେବ 'ସୀତାରେ ଜମିନ ପର', ଆମୀର ଖାନ ଦେଲେ ସୂଚନା

ହାଇଦ୍ରାବାଦ:୨୦୨୨ ରିଲିଜ ହୋଇଥିବା ଫିଲ୍ମ 'ଲାଲ ସିଂ ଚଢା' ଫ୍ଲପ ପରେ ବ୍ରେକ ନେଇଥିଲେ ବଲିଉଡ ଲୋକପ୍ରିୟ ଅଭିନେତା ଆମୀର ଖାନ । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ବର୍ତ୍ତମାନ ଆମୀର ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି । ଆମୀର ଫିଲ୍ମ 'ସୀତାରେ ଜମିନ ପର' ସହ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ନିକଟରେ ଏହି ଫିଲ୍ମର ସେ ଘୋଷଣା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ନେଇ ସୂଚନା ଦେଇଛନ୍ତି । ଖ୍ରୀଷ୍ଟମାସରେ ଏହି ଫିଲ୍ମ ମୁକ୍ତିଲାଭ କରିବ ।

ଗତକାଲି କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ'ର ସ୍କ୍ରିନିଂ ଆୟୋଜିତ ହୋଇଥିଲା । ଯେଉଁଥିରେ ପୂର୍ବପତ୍ନୀ କିରଣଙ୍କୁ ସମର୍ଥନ କରିବା ପାଇଁ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଆମୀର । ଏହି ସମୟରେ ସେ ନିଜ ଆଗାମୀ ଫିଲ୍ମ 'ସୀତାରେ ଜମିନ ପର' ନେଇ ଅପଡେଟ ସେୟାର କରିଛନ୍ତି । ଆମୀର ଖାନ କହିଛନ୍ତି, 'ଜଣେ ମୁଖ୍ୟ ଅଭିନେତା ଭାବରେ ମୋର ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି ସୀତାରେ ଜମିନ୍ ପର' । ନିକଟରେ ଏହାର ସୁଟିଂ ଆରମ୍ଭ ହୋଇଛି । ଖ୍ରୀଷ୍ଟମାସ ଅବସରରେ ଆମେ ଏହାକୁ ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତ କରିବାକୁ ଚେଷ୍ଟା କରୁଛୁ ।'

ଆମୀର ଆହୁରି କହିଛନ୍ତି, 'ଏହା ଏକ ଚିତ୍ତାକର୍ଷକ ଚଳଚ୍ଚିତ୍ର ହେବ । ମୁଁ କାହାଣୀକୁ ବହୁତ ପସନ୍ଦ କରିଛି, ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରିବେ । ଏହା ସହ ଆପଣ ମୋତେ ଅନ୍ୟ କେକେତ ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ନୁହଁ ବରଂ ଛୋଟ ଭୂମିକାରେ ଦେଖିବେ । ଦେଖାଯାଉ ଦର୍ଶକମାନଙ୍କୁ ଫିଲ୍ମ କେତେ ପସନ୍ଦ ଆସିବ ।' କହିରଖୁଛୁ କି, ଗତ କିଛି ମାସ ହେବ ଆମୀର ଏହି ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେ ଏହି ଫିଲ୍ମ ପାଇଁ ତାଙ୍କର ଲୁକ୍ ଚୂଡାନ୍ତ କରିଛନ୍ତି । ଜେନିଲିଆ ଦେଶମୁଖ ଏହି ଚଳଚ୍ଚିତ୍ରରେ ଆମୀରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ସହ ଆମୀର ଏବଂ ଜେନିଲିଆ ଏକାଠି ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ।

ଏହା ମଧ୍ୟ ପଢନ୍ତୁ:ବଲିଉଡରେ ଆମୀର ଖାନଙ୍କ କମ୍‌ବ୍ୟାକ୍‌, ଚରିତ୍ରକୁ ନେଇ କଲେ ବଡ଼ ଖୁଲାସା

ପ୍ରକାଶଥାଉ କି, 'ତାରେ ଜମିନ ପର' ସିକ୍ୱେଲ ଅଟେ 'ସୀତାରେ ଜମିନ ପର' । ହେଲେ ଏହି ଫିଲ୍ମ 'ତାରେ ଜମିନ ପର' ଠାରୁ ସମ୍ପର୍ଣ୍ଣ ଭିନ୍ନ ହେବ । ଫିଲ୍ମର ଘୋଷଣା ଦିନ ଆମୀର ନିଜେ ଫିଲ୍ମକୁ ନେଇ ଏହି ସୂଚନା ଦେଇଥିଲେ । ଆମୀର କହିଥିଲେ ଯେ, ସେ ଏହି ଫିଲ୍ମ ସହ 'ତାରେ ଜମିନ ପର' ଥିମରୁ ଭିନ୍ନ ହେବ । 'ତାରେ ଜମିନ ପର' ଚଳଚ୍ଚିତ୍ର ଲୋକଙ୍କୁ କନ୍ଦାଇଥିଲା, କିନ୍ତୁ ଏହା ଲୋକଙ୍କୁ ହସାଇବ।"

ABOUT THE AUTHOR

...view details