ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ଅମିତାଭ ବଚ୍ଚନ ଷ୍ଟାରର ଫିଲ୍ମ 'ପିକୁ'କୁ ୯ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ଦୀପିକା ଫିଲ୍ମ ଯାତ୍ରାର ସ୍ମୃତିକୁ ତାଜା କରିଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଫିଲ୍ମ ସେଟର ଏକ ଫଟୋ ସେୟାର କରି ସ୍ମୃତିକୁ ତାଜା କରିଛନ୍ତି । ଏଥିସହ ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରିଥିବା ସହ ତାରକା ତଥା ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କୁ ମନେ ପକାଇଛନ୍ତି ।
'ପିକୁ'ରେ ଦୀପିକାଙ୍କ ନାମ ପିକୁ ଏବଂ ତାଙ୍କ ପିତାଙ୍କ ଭୂମିକାରେ ଅମିତାଭ ବଚ୍ଚନ ଅଭିନୟ କରିଥିବାବେଳେ ଇରଫାନ ଖାନ ଏହି ଫିଲ୍ମରେ ଦୀପିକାଙ୍କ ବିପକ୍ଷରେ ଅଭିନୟ କରିଥିଲେ । ତେବେ ଫିଲ୍ମର ୯ ବର୍ଷ ପୂର୍ତ୍ତି ଅବସରରେ ଦୀପିକା ଇନଷ୍ଟାଗ୍ରାମରେ ଫିଲ୍ମ ସେଟର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏହି ତାରକା ବସିଥିବାର ଦେଖିବାକୁ ମିଳିଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ମୁଁ କେତେ ଖାଉଛି ଅମିତାଭ ବଚ୍ଚନ ସାର୍ ସମସ୍ତଙ୍କୁ କହୁଛନ୍ତି ।' ଏହା ପରେ ଦୀପିକା ଇରଫାନ ଖାନଙ୍କୁ ଟ୍ୟାଗ କରି ଲେଖିଛନ୍ତି,' ଆମେ ତୁମକୁ ବହୁତ ମନେ ପକାଉଛୁ ।'
ଦର୍ଶକଙ୍କ ମନ ଛୁଇଁଥିଲା 'ପିକୁ'
ଫିଲ୍ମ 'ପିକୁ' ମେ ୮, ୨୦୧୫ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁଜତ ସିର୍କର । ଏହି ଚଳଚ୍ଚିତ୍ରରେ ଦୀପିକା ଯେଉଁଭଳି ଭାବରେ 'ପିକୁ' ଭୂମିକାରେ ଅଭିନୟ କରିଥିଲେ, ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା । ସେ ଏହି ଚଳଚ୍ଚିତ୍ରରେ ଜଣେ ଆଧୁନିକ ତଥା ସ୍ୱାଧୀନ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ ଯିଏ ତାଙ୍କ ପିତାଙ୍କ ପାଇଁ ଅନେକ ବଳିଦାନ ଦେଇଥିଲେ । ଚଳଚ୍ଚିତ୍ରର କାହାଣୀ ସମାଲୋଚକମାନଙ୍କ ସହ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଏଥିସହ ଫିଲ୍ମରେ ଦୀପିକା ଏବଂ ଇରଫାନଙ୍କ ମଧ୍ୟରେ କେମେଷ୍ଟ୍ରିକୁ ମଧ୍ୟ ଲୋକେ ପସନ୍ଦ କରିଥିଲେ ।