ଓଡିଶା

odisha

ETV Bharat / business

ମାଲିକ ବନିଲେ ଡେଲିଭରି ବୟ, ଜୋମାଟୋ CEOଙ୍କ ଭିଡିଓ ଭାଇରାଲ - Zomato CEO Delivery Boy

ଡେଲିଭରି ବୟ ପାଲଟିଲେ ମାଲିକ । ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଏବଂ ପତ୍ନୀ ଗ୍ରେସିଆ ମୁନୋଜ ଡେଲିଭରି ବୟ ବନି ଗୁରୁଗ୍ରାମରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଲେ ।

By ETV Bharat Odisha Team

Published : 5 hours ago

ZOMATO CEO
ZOMATO CEO (ETV BHARAT ODISHA)

ହାଇଦ୍ରାବାଦ: ଡେଲିଭରି ବୟ ସାଜିଲେ ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ । ନିଜ କାମରୁ ସମୟ ବାହାର କରି ଡେଲିଭରୀ ବୟର ୟୁନିଫର୍ମ ପିନ୍ଧି ପତ୍ନୀ ଗ୍ରେସିଆ ମୁନୋଜଙ୍କ ସହ ମିଶି ଗୁରୁଗ୍ରାମରେ ଖାଦ୍ୟ ଡେଲିଭରି କଲେ ଦୀପିନ୍ଦର ଗୋୟଲ । ଏକ ବାଇକରେ ସେ ଜମାଟୋର ଫୁଡ ଡେଲିଭର ବୟଙ୍କ ଡ୍ରେସ ପରିଧାନ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହା ସେ ତାଙ୍କ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ତାଙ୍କର ଏପରି କାର୍ଯ୍ୟକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି ।

ଖାଦ୍ୟ ବିତରଣ କଲେ ଜୋମାଟୋ CEO:

ଯେତେବେଳେ ଜଣେ ଡେଲିଭରୀ ବୟ ଖାଦ୍ୟ ଦେବାକୁ ଯାଏ, ସେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୁଏ ତାହାକୁ ଦେଖାଇବା ଉଦ୍ଦେଶ୍ୟରେ ଜୋମାଟୋ ସିଇଓ ନିଜେ ଡେଲିଭରି ବୟ ସାଜିଥିବା କୁହାଯାଉଛି । ସିଇଓ ଦୀପିନ୍ଦର ଗୋୟଲଙ୍କ ଏପରି ପଦକ୍ଷେପ ଜୋମାଟୋ ଡେଲିଭରି ବୟଙ୍କୁ ପ୍ରୋତ୍ସାହିତ କରିବ ନିଶ୍ଚିତ । ଏକ ସମୟରେ ସେ ଆଲା ମୋଡ୍ ବାଇ ଆକାଂକ୍ଷା କାର୍ଯ୍ୟାଳୟ ନିକଟରେ ଅଟକି ଯାଇଥିଲେ, ଯେଉଁଠାରେ ଏହି ମୁହୂର୍ତ୍ତକୁ ମୋବାଇଲେ କଏଦ କରାଯାଇଥିଲା । ଏହାକୁ ଏକ ବ୍ରାଣ୍ଡର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇ ପୋଷ୍ଟରେ ଲେଖାଥିଲା ଯେ, କିପରି ଠିକ୍ ଭାବେ କାର୍ଯ୍ୟ କରାଯାଏ ତାହା ବସ୍‌ ଠାରୁ ଶିଖନ୍ତୁ । ଗୋୟଲଙ୍କ ନେତୃତ୍ୱ ଶୈଳୀ ଏବଂ ଚାକିରି ତାଙ୍କର ପ୍ରତିବଦ୍ଧତାକୁ ପ୍ରଶଂସା କରାଯାଇଥିଲା ।

ZOMATO (ETV BHARAT ODISHA)

ଏହା ମଧ୍ଯ ପଢନ୍ତୁ-ଏଣିକି ଟ୍ରେନରେ ବସି ଖାଆନ୍ତୁ ମନ ପସନ୍ଦର ଖାଦ୍ୟ; IRCTC ସହ ପାର୍ଟନରସିପ କଲା Zomato - Zomato IRCTC Partnership

ଏହା ମଧ୍ୟ ପଢନ୍ତୁ-Pure Veg Fleet ବିବାଦ ପରେ ବଦଳିଲା ରଙ୍ଗ, ଏଣିକି ଏହି ରଙ୍ଗର ପୋଷାକ ପିନ୍ଧିବେ ଡେଲିଭରି ବୟ

ମାଲିକ ଶିଖାଇଲେ କାର୍ଯ୍ୟ ଶୈଳୀ ? :

ZOMATO (ETV BHARAT ODISHA)

ଗୋୟଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବାଇକରେ ଗୁରୁଗ୍ରାମ ସଡକରେ ଯାଉଥିବା ଦେଖିବାକୁ ମିଳିଛି । ଖାଦ୍ୟ ବିତରଣ ପରେ ନିଜର ଅନୁଭୁତି ବଖାଣିଥିଲେ ଗୋୟଲ । ସେ ପୋଷ୍ଟରେ ଲେଖିଛନ୍ତି,'' କିଛି ଦିନ ପୂର୍ବରୁ ଗ୍ରେସିଆ ମୁନୋଜଙ୍କ ସହ ଖାଦ୍ୟ ବିତରଣ କରିବାକୁ ଯାଇଥିଲି । ଗ୍ରାହକଙ୍କୁ ଖାଦ୍ୟ ବିତରଣ କରିବାଏବଂ ଏହି ଯାତ୍ରାକୁ ମୁଁ ଉପଭୋଗ କଲି । '' ଜମାଟୋ ସିଇଓ ଫୁଡ ଡେଲିଭରି ସମୟର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଗ୍ରାହକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଲୋକେସନ ଚେକ କରୁଛନ୍ତି ଓ ଗ୍ରାହକଙ୍କୁ ଭେଟି ଖାଦ୍ୟ ଦେଉଛନ୍ତି ।

ZOMATO CEO (ETV BHARAT ODISHA)

ସୋସିଆଲ ମିଡିଆରେ ଜୋମାଟୋ ସିଇଓଙ୍କୁ ପ୍ରଶଂସା:

ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲଙ୍କ ଏପରି କାମକୁ ସୋସିଆଲ ମିଡିଆରେ ଅନେକ ୟୁଜର୍ସଙ୍କୁ ପସନ୍ଦ କରୁଥିବା ବେଳେ କିଛି ୟୁଜର୍ସ ମଧ୍ୟ ସମାଲୋଚନା କରୁଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର୍ସ ଖାଦ୍ୟ ବିତରଣ ପାଇଁ ଗୋୟଲ ବ୍ୟବହାର କରୁଥିବା ଦାମୀ ବାଇକକୁ ପଏଣ୍ଟ ଆଉଟ କରିଥିଲେ, ଯାହା ଡେଲିଭରି ଏଜେଣ୍ଟମାନଙ୍କ ପାଇଁ ବାସ୍ତବତାଠାରୁ ବହୁ ଦୂରରେ ବୋଲି କହିଛନ୍ତି ।

ABOUT THE AUTHOR

...view details