ନୂଆଦିଲ୍ଲୀ: ଆଜିର ସମୟରେ ସୁରକ୍ଷିତ ତଥା ସୁବିଧା ପେମେଣ୍ଟ ପାଇଁ ଲୋକ କ୍ରେଡିଟ୍ ତଥା ଡେଭିଟ କାର୍ଡର ବ୍ୟବହାର କରିଥାନ୍ତି । ତେବେ କ୍ରେଡିଟ୍ କାର୍ଡ ହେଉଛି ବିଶ୍ବର ସବୁଠାରୁ ଲୋକପ୍ରିୟ ପେମେଣ୍ଟ ସିଷ୍ଟମ । ଯେଉଁଥିରେ ପ୍ରତିଦିନ ଏକ ବିଲିୟନ ଗ୍ଲୋବାଲ୍ କ୍ରେଡିଟ୍ କାର୍ଡର କାରବାର ହୋଇଥାଏ । ଛୋଟ ବ୍ୟବସାୟର ମାଲିକମାନେ କ୍ରମାଗତ ଭାବରେ କ୍ରେଡିଟ୍ କାର୍ଡ ଏବଂ ପେମେଣ୍ଟ ନେଟୱାର୍କ ସହିତ କାର୍ଯ୍ୟ କରିଥାନ୍ତି, କିନ୍ତୁ କ୍ରେଡିଟ୍ କାର୍ଡ ନେଟୱାର୍କ କିପରି କାମ କରେ ସେ ବିଷୟରେ ଅନେକ ଲୋକଙ୍କର ଧାରଣା ନଥାଏ । ତେବେ ଆସନ୍ତୁ ଜାଣିବା ଭାରତରେ ବ୍ୟବହାର ହେଉଥିବା କାର୍ଡ ନେଟୱାର୍କର ପ୍ରକାର ଏବଂ ତାହାର କାର୍ଯ୍ୟ ବିଷୟରେ ।
କାର୍ଡ ନେଟୱାର୍କ ଗୁଡ଼ିକ ସୁରକ୍ଷିତ ତଥା ସୁବିଧା ପେମେଣ୍ଟ ପାଇଁ ବ୍ୟାଙ୍କ,ବ୍ୟବସାୟୀ ଏବଂ କାର୍ଡ ହୋଲଣ୍ଡରଙ୍କୁ ପରସ୍ପର ସହିତ ଯୋଡ଼ିଥାଏ । ଯେତେବେଳେ କୌଣସି ଗ୍ରାହକ ପେମେଣ୍ଟ ପାଇଁ ତାଙ୍କ କାର୍ଡ ବ୍ୟବହାର କରନ୍ତି, କାର୍ଡ ନେଟୱାର୍କ ଗୁଡ଼ିକ ତାର ପରିଚାଳନା ପାଇଁ ବ୍ୟାକଗ୍ରାଉଣ୍ଡରେ କାମ କରିଥାନ୍ତି । ଯେଉଁ ବ୍ୟାଙ୍କ କିମ୍ବା NBFC ଆପଣଙ୍କୁ କାର୍ଡ ପ୍ରଦାନ କରେ ତାକୁ କାର୍ଡ ଇସୁଅର ହୋଲି କୁହାଯାଏ । ଭାରତରେ, କ୍ରେଡିଟ୍ କାର୍ଡ ଇସୁଅରଙ୍କ କିଛି ଉଦାହରଣ ମଧ୍ୟରେ ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କ ଆଦି ସାମିଲ ରହିଛି ।