ଓଡିଶା

odisha

ETV Bharat / business

ନୂଆବର୍ଷ ପୂର୍ବରୁ ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର; ଜାଣନ୍ତୁ କେଉଁଠି କେତେ ?

ଡିସେମ୍ବର ପହିଲାରୁ ପୁଣି ଗ୍ରାହକଙ୍କୁ ଝଟକା । ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦରରେ 16.50 ଟଙ୍କାକୁ ବୃଦ୍ଧି ହୋଇଛି ।

COMMERCIAL LPG PRICE HIKE
COMMERCIAL LPG PRICE HIKE (ETV Bharat Odisha)

By ETV Bharat Odisha Team

Published : Dec 1, 2024, 12:02 PM IST

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ପୁଣି ଖାଉଟିକୁ କନ୍ଦାଇଲା LPG ଗ୍ୟାସ ଦର । ଡିସେମ୍ବର ମାସ ଆରମ୍ଭରୁ ବଢ଼ିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର । ତୈଳ କମ୍ପାନୀଗୁଡିକ ଆଜିଠାରୁ (ରବିବାର) ପୁଣି କମର୍ସିଆଲ ବା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି । 19 କିଲୋଗ୍ରାମ ପିଛା 19.50 ଟଙ୍କାକୁ ବୃଦ୍ଧି ହୋଇଛି । ହେଲେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ସଂଶୋଧନ କରାଯାଇ ନାହିଁ ।

ପୂର୍ବରୁ କେତେ ଥିଲା ,ଏବେ କେତେ ହେଲା:

ଗତ ନଭେମ୍ବର ମାସରେ ତୈଳ ବିତରଣ କମ୍ପାନୀ ଗୁଡିକ 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୬୨ ଟଙ୍କା ବୃଦ୍ଧି କରିଥିଲେ । ଯାହାଫଳରେ ଦେଶର ରାଜଧାନୀ ଦିଲ୍ଲୀରେ 1802 ଟଙ୍କାରେ ବିକ୍ରି ହେଉଥିଲା ।ତେବେ ଆଜିଠାରୁ ଅର୍ଥାତ ଡିସେମ୍ବର 1 ତାରିଖରୁ ପୁଣି ତୈଳ ବିତରଣ କମ୍ପାନୀ ଗୁଡିକ 16.50 ଟଙ୍କାକୁ ବୃଦ୍ଧି କରିଛନ୍ତି । ତେଣୁ ଚଳିତ ମାସରେ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର 1818.50 ଟଙ୍କାରେ ବିକ୍ରି ହେବ । ସେହିପରି ମାୟାନାଗରୀ ମୁମ୍ବାଇରେ ସିଲିଣ୍ଡରର ମୂଲ୍ୟ 1770 ଟଙ୍କାରେ ଉପଲବ୍ଧ ହେବ । ଏହାର ମୂଲ୍ୟ ପୂର୍ବରୁ 1754 ଟଙ୍କା ଥିଲା । ସେହପରି କୋଲକାତାର ନୂଆ ଦର 1928 ଟଙ୍କା ହୋଇଛି ।ଏହା ପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ 1911.50 ଟଙ୍କା ରହିଥିଲା । ଚେନ୍ନାଇରେ ମଧ୍ୟ ମୂଲ୍ୟ 1980 ଟଙ୍କାକୁ ବୃଦ୍ଧି ପାଇଛି । ପୁରୁଣା ଦର 1964 ଟଙ୍କା ଥିଲା ।

ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ :

ସାଧାରଣ ଖାଉଟିଙ୍କ ଘରେ ବ୍ୟବହାର ହେଉଥିବା ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ସିଲିଣ୍ଡର ପିଛା ୮୦୩ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୮୦୨.୫୦ ଟଙ୍କା, କୋଲକାତାରେ ୮୨୯ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କାରେ ଉପଲବ୍ଧ ରହିଛି । ଏହାସହ କେନ୍ଦ୍ର ସରକାର ଉଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ମୂଲ୍ୟ ୬୦୩ ଟଙ୍କା ସ୍ଥିର ରଖିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ମାସରେ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...ମାସ ଆରମ୍ଭରୁ ମହଙ୍ଗା ମାଡ, ୬୨ ଟଙ୍କା ବଢିଲା ଗ୍ୟାସ ସିଲିଣ୍ଡର ଦର

ଏହା ମଧ୍ୟ ପଢନ୍ତୁ ...Commercial LPG cylinder: ମାସ ଆରମ୍ଭରୁ ମହଙ୍ଗା ମାଡ, 39 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର - LPG price hike

ଏହା ମଧ୍ୟ ପଢନ୍ତୁ ... New Rules In September: ଆଜିଠୁ ବଡ଼ ପରିବର୍ତ୍ତନ, ପକେଟକୁ ପ୍ରଭାବିତ କରିପାରେ ୬ ନୂଆ ନିୟମ - 6 Major New Rules In September

ଏମାନଙ୍କ ଉପରେ ପଡ଼ିବ ପ୍ରଭାବ:

ପ୍ରତି ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ହୋଟେଲ, ରେସ୍ତୋରାଁ, ଚା' ଷ୍ଟଲ, ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜର ଖାଦ୍ୟପଦାର୍ଥ ମୂଲ୍ୟ ବଢାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ ଦର ବଢିବା ପରେ ଖାଦ୍ୟ ପଦାର୍ଥର ମୂଲ୍ୟ ମଧ୍ୟ ବଢିପାରେ ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ABOUT THE AUTHOR

...view details