ମୁମ୍ବାଇ:ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ଲାଗିଛି ବ୍ରେକ । ଆଜି ଭାରତରେ ସୁନା ଦରରେ ହ୍ରାସ ଘଟିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ସହ 22 କ୍ୟାରେଟ୍ ସୁନା ମୂଲ୍ୟରେ ହ୍ରାସ ଘଟିଛି । ତେବେ ସୁନା ସହ ରୂପାର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ରୂପା କିଲୋଗ୍ରାମ ପିଛା 85,500 ଟଙ୍କା ରହିଛି ।
କେଉଁ ସହରରେ ସୁନାର ମୂଲ୍ୟ କେତେ ରହିଛି ଜାଣନ୍ତୁ -
ଭୁବନେଶ୍ବର : 13 ଏପ୍ରିଲ 2024ରେ ଭୁବନେଶ୍ବରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,550 ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 66,500 ଟଙ୍କା ରହିଛି । ଗତକାଲି (ଶୁକ୍ରବାର) ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ 73,310 ଟଙ୍କା ଥିବା ବେଳେ ଆଜି ସୁନାର ମୂଲ୍ୟରେ 760 ଟଙ୍କା ହ୍ରାସ ଘଟିଛି । ସେହପରି ଗତକାଲି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟରେ 67,200 ଟଙ୍କା ରହିଥିଲା । ଆଜି ଏହି ମୂଲ୍ୟରେ 700 ଟଙ୍କା ହ୍ରାସ ହୋଇଛି ।
ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,700 ଟଙ୍କା ରହିଥିବା ବେଳେ 10 ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 66,650 ଟଙ୍କା ରହିଛି ।
ମୁମ୍ବାଇ:ମାୟା ନଗରୀ ମୁମ୍ବାଇରେ ଆଜି 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,550 ଟଙ୍କା ରହିଛି । ସେହିପରି 10 ଗ୍ରାମ ପିଛା 22 କ୍ୟାରେଟ୍ ସୁନାର ମୂଲ୍ୟ 66,500 ଟଙ୍କା ରହିଛି ।