ଓଡିଶା

odisha

ETV Bharat / business

ମାସ ଆରମ୍ଭରୁ ମହଙ୍ଗା ମାଡ, ୨୫ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର - ବଢିଲା ଗ୍ୟାସ ସିଲିଣ୍ଡର ଦର

LPG Price Hike: ପୁଣିଥରେ ବଢିଲା କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର । ଜାତୀୟ ରାଜଧାନୀରେ ଏହି ଗ୍ୟାସ ଦର ୧୭୯୫ ଟଙ୍କାକୁ ବୃଦ୍ଧି । ଅଧିକ ପଢନ୍ତୁ

୨୫ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର
୨୫ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

By ETV Bharat Odisha Team

Published : Mar 1, 2024, 9:09 AM IST

ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡ଼ । ପୁଣିଥରେ ବଢିଲା କର୍ମସିଆଲ/ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର । ୧୯ କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର ୨୫ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଆଜିଠୁ ଏହି ବର୍ଦ୍ଧିତ ଲାଗୁ ହୋଇଛି । ଯାହାଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ଏହି ଗ୍ୟାସ ଦର ୧୭୯୫ ଟଙ୍କା ହୋଇଯାଇଛି । କିନ୍ତୁ ପୂର୍ବଥର ଭଳି ଏଥର ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ ।

ନୂଆ ଦର ଅନୁସାରେ, ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୭୯୫ ଟଙ୍କା ଥିବାବେଳେ ମୁମ୍ବାଇରେ ୧୭୪୯ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟ ମେଟ୍ରୋ ସହରଗୁଡିକ ବିଷୟରେ କହିବାକୁ ଗଲେ ଚେନ୍ନାଇରେ ୧୯୬୦ ଟଙ୍କା ଏବଂ କୋଲକାତାରେ ଆଜିଠୁ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୯୧୧ ଟଙ୍କା ହୋଇଯାଇଛି । କହିରଖୁଛୁ କି, ୨୦୨୪ ନୂଆ ବର୍ଷ ଆରମ୍ଭରୁ ଏହି କମର୍ସିଆଲ ଗ୍ୟାସ ମୂଲ୍ୟ ପାଖାପାଖି ୪୦ ଟଙ୍କା କମିଥିଲା । କିନ୍ତୁ ଫେବୃଆରୀରେ ୧୪ ଟଙ୍କା ବୃଦ୍ଧି ପାଇଥିଲା । ମାର୍ଚ୍ଚ ଆରମ୍ଭରୁ ପୁଣିଥରେ ଏହି ଗ୍ୟାସ ସିଲିଣ୍ଡର ଦାମ ବଢିଛି । ଯାହାକି ଭୋଜନାଳୟ ଗୁଡିକ ବଡ ଝଟକା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଚାଷୀ ଆନ୍ଦୋଳନ ଭିତରେ ବଢ଼ିଲା ଆଖୁ କ୍ରୟ ମୂଲ୍ୟ

ଏହା ମଧ୍ୟ ପଢନ୍ତୁ:ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ GDP ଅଭିବୃଦ୍ଧି ହାର 8.4 %


ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ, ହୋଟେଲ ଓ ଅନ୍ୟ ଭୋଜନାଳୟ ଗୁଡିକ କର୍ମସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢାଇଛନ୍ତି । ତେଣୁ କମର୍ସିଆଲ ଗ୍ୟାସ ମହଙ୍ଗା ହେବା ଗ୍ରାହକଙ୍କୁ ମଧ୍ୟ ଝଟକା ଦେଇଛନ୍ତି ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ବଢିଥିଲେ ହେଁ ପୂର୍ବ ପରି ଏଥର ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡରେ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନି । ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୯୦୩ ଟଙ୍କା, କୋଲକାତାରେ ୯୨୯ ଟଙ୍କା, ମୁମ୍ବାଇରେ ୯୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୧୮.୫୦ ଟଙ୍କା ରହିଛି । ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଦୀର୍ଘ ସମୟ ଧରି ସ୍ଥିର ରହିଛି ।

ABOUT THE AUTHOR

...view details