ହାଇଦ୍ରାବାଦ:ବିବାହ ପାଇଁ ମାଟ୍ରିମୋନି ଆସିଥିଲା ପ୍ରସ୍ତାବ । ପରେ ଆରମ୍ଭ ହୋଇଥିବା କଥାବାର୍ତ୍ତା । କିଛି ଦିନ କଥାବାର୍ତ୍ତା ମଧ୍ୟରେ ଆଙ୍କର ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇଯାଇଥିଲେ ଯୁବତୀ । ଏହାରି ଭିତରେ ହଠାତ ବନ୍ଦ ହୋଇଯାଇଥିଲା କଥାବାର୍ତ୍ତା । ପ୍ରେମ ବାର୍ତ୍ତାଳାପ ମଧ୍ୟରେ ହଠାତ ଅଣଦେଖାକୁ ସହିପାରିନଥିଲେ ଯୁବତୀ । ଆଙ୍କରଙ୍କୁ ହରାଇବାର ଡର ତାଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଯୁବକଙ୍କୁ ପାଇବା ପାଇଁ ଶେଷରେ ବାଛିଲେ ଅପହରଣ ରାସ୍ତା । ରାତି ଅଧରେ 5ଜଣଙ୍କୁ ସାଙ୍ଗରେ ନେଇ ଯୁବକଙ୍କୁ କରିଲେ ଅପହରଣ । ଗୋଟିଏ ଘରେ ରଖି ବାହା ହେବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରୁ ।
ତେବେ ଅଭିଯୋଗ ପରେ ଯୁବତୀଜଣଙ୍କୁ ଗିରଫ କରିଛି ହାଇଦ୍ରାବାଦର ଉପଲ ପୋଲିସ । ଯୁବକ ଜଣକ ଏକ ନ୍ୟୁଜ ଚ୍ୟାନେଲର ଆଙ୍କରଙ୍କ ଫଟୋ ଦେଇ ମାଟ୍ରିମୋନିରେ ଆକାଉଣ୍ଟ ଖୋଲିଥିବା ବେଳେ ଯୁବତୀଜଣକ ଡିଜିଟାଲ ମାର୍କେଟିଂରେ କାର୍ଯ୍ୟ କରୁଥିବା ସୂଚନା ରହିଛି । ଯୁବକଙ୍କ ନାମ ଚୈତନ୍ୟ ରେଡି ହୋଇଥିବା ବେଳେ ଯୁବତୀଙ୍କ ନାମ ତ୍ରିସନା(31 ବର୍ଷୀୟ) ।
ଏହା ମଧ୍ୟ ପଢନ୍ତୁ: ଯୁବତୀଙ୍କୁ ପ୍ରେମ କରି ଝିଅରୁ ପୁଅ ହୋଇଥିଲେ, ମିଳାମିଶା ବନ୍ଦ କରିବାରୁ ଜିଅନ୍ତା ଜାଳି ଦେଲେ