ଓଡିଶା

odisha

ETV Bharat / bharat

ମସଜିଦ ଭିତରେ କେଉଁଠି ରହିଛି ‘ବ୍ୟାସଜୀ କା ତେହଖାନା’, ଯେଉଁଠି ପୂଜା ପାଇଁ ଅନୁମତି ପାଇଲା ହିନ୍ଦୁପକ୍ଷ

What is Vyasji ka Tehkhana: ଜ୍ଞାନବ୍ୟାପୀ ମସଜିଦ ଭିତରେ କେଉଁଠି ରହିଛି ‘ବ୍ୟାସଜୀ କା ତେହେଖାନା’ । ଯେଉଁଠି ପୂଜାର୍ଚ୍ଚନା ଆରମ୍ଭ କରିବ ହିନ୍ଦୁପକ୍ଷ । ଅଧିକ ପଢନ୍ତୁ

ମସଜିଦ ଭିତରେ କଣ ‘ବ୍ୟାସଜୀ କା ତେହେଖାନା’: ଯେଉଁଠି ପୂଜା ପାଇଁ ଅନୁମତି ପାଇଲା ହିନ୍ଦୁପକ୍ଷ
ମସଜିଦ ଭିତରେ କଣ ‘ବ୍ୟାସଜୀ କା ତେହେଖାନା’: ଯେଉଁଠି ପୂଜା ପାଇଁ ଅନୁମତି ପାଇଲା ହିନ୍ଦୁପକ୍ଷ

By ETV Bharat Odisha Team

Published : Jan 31, 2024, 10:36 PM IST

ଲକ୍ଷ୍ନୌ:ଜ୍ଞାନବ୍ୟାପୀ ମସଜିଦ ପରିସରରେ ଆଜି ପୂଜାର୍ଚ୍ଚନା କରିବା ପାଇଁ ବାରାଣାସୀ କୋର୍ଟ ହିନ୍ଦୁପକ୍ଷଙ୍କୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ମସଜିଦରେ ଏକାଧିକ ତେହଖାନା ଥିବା ବେଳେ ଉତ୍ତର ଭାଗରେ ଥିବା ‘ବ୍ୟାସଜୀ କା ତେହଖାନ’ ରେ ହିନ୍ଦୁପକ୍ଷ ପୂଜା ପାଇଁ ଅନୁମତି ପାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ସ୍ଥାନୀୟ ପ୍ରଶାସନ ପୂଜାର୍ଚ୍ଚନା କରାଯିବାର ସମସ୍ତ ବ୍ୟବସ୍ଥା କରିବ । କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟ ଦ୍ବାରା ଚୟନ ପୂଜାରୀ କିମ୍ବା ସେବାୟତ ପୂଜକ ଭାବେ ନିଯୁକ୍ତ ହେବେ । ତେବେ କଣ ଏହି ସ୍ଥାନର ମହତ୍ବ । କାହିଁକି ଏଠାରେ ପୂଜା କରିବା ପାଇଁ ମିଳିଲା ଅନୁମତି ଜାଣନ୍ତୁ

ତେହଖାନା କ’ଣ :-ମସଜିଦର ତଳମହଲା ବା ବେସମେଣ୍ଟରେ ମୋଟ ଚାରୋଟି 'ତେହଖାନା' ରହିଛି । ତେହଖାନାର ଅର୍ଥ ହେଉଛି ଭୂତଳ କୋଠରୀ ବା ବେସମେଣ୍ଟରେ ଥିବା ପ୍ରକୋଷ୍ଠ । ଏହି 4 ତେହଖାନା ମଧ୍ୟରୁ ଗୋଟିଏ ବାରାଣାସୀର ବ୍ୟାସ ପରିବାର ମାଲିକାନାରେ ରହିଛି । ଶୈଳେନ୍ଦ୍ର କୁମାର ପାଠକ ବ୍ୟାସ ମସଜିଦ କିମିଟି ବିରୋଧରେ ଏକ ମାମଲା ଦାଏର କରିଥିଲେ । ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏହି ବେସମେଣ୍ଟର ରିସିଭର ଭାବରେ ନିଯୁକ୍ତ କରିବାକୁ ସେ ଆବେଦନରେ ଦର୍ଶାଇଥିଲେ ।

1993 ପର୍ଯ୍ୟନ୍ତ ହେଉଥିଲା ପୂଜାର୍ଚ୍ଚନା:- ଦାବି ଅନୁସାରେ, 1993 ମସିହା ପର୍ଯ୍ୟନ୍ତ ପୂଜକ ସୋମନାଥ ବ୍ୟାସ ଏହି ତେହଖାନାରେ ପୂଜାର୍ଚ୍ଚନା କରୁଥିଲେ । ପରେ ଏହାକୁ ପ୍ରଶାସନ ଦ୍ବାରା ବନ୍ଦ କରି ଦିଆଯାଇଥିଲା । ସୋମନାଥ ବ୍ୟାସଙ୍କ ନାତି ଶୈଳେନ୍ଦ୍ର କୁମାର ପାଠକ ବ୍ୟାସ ପୁଣି ଥରେ ଏଠାରେ ପୂଜାର୍ଚ୍ଚନାର ଅନୁମତି ଦାବିରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ଏଠାରେ ପୂଜାର୍ଚ୍ଚନା ବନ୍ଦ କରାଯିବା ପରେ ମସଜିଦ କମିଟି ସଦସ୍ୟ ଏହି ତେହଖାନାକୁ ନିୟମିତ ପ୍ରବେଶ କରୁଛନ୍ତି ଓ କବଜା ମଧ୍ୟ କରିସାରିଛନ୍ତି । ହେଲେ ଏହି ଅଭିଯୋଗକୁ ପ୍ରତିପକ୍ଷ ଅଞ୍ଜୁମ ଇନ୍ତିଜାମିଆ କମିଟି ପକ୍ଷରୁ ଖଣ୍ଡନ କରାଯାଇଥିଲା । ତେବେ ବ୍ୟାସ ପରିବାର ବ୍ୟତୀତ ପରବର୍ତ୍ତୀ ସମୟରେ ହିନ୍ଦୁପକ୍ଷ ମସଜିଦରେ ପୂଜାର୍ଚ୍ଚନା କରିବାକୁ ଅନୁମତି ମାଗି ଏକାଧିକ ମାମଲା ଦାଏର କରିଛନ୍ତି, ଯାହାର ଶୁଣାଣି ଏବେ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- ହିନ୍ଦୁପକ୍ଷର ବଡ ବିଜୟ; ଜ୍ଞାନବ୍ୟାପୀ ମସଜିଦରେ ପୂଜା ଅନୁମତି, ୭ଦିନରେ ସମସ୍ତ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ

ମନ୍ଦିରର ଭଗ୍ନାବଶେଷ ଉପରେ ଛିଡା ହୋଇଛି ମସଜିଦ

ତେବେ ନିକଟରେ କୋର୍ଟଙ୍କ ନିର୍ଦ୍ଦେଶରେ ଶେଷ ହୋଇଥିବା ‘ଏଏସଆଇ’ ସର୍ଭେରେ ଏହି ମସଜିଦ ଏକ ବିଶାଳ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ ହୋଇଥିବା ପ୍ରମାଣ ସାମ୍ନାକୁ ଆସିଛି । ହିନ୍ଦୁ ମନ୍ଦିର ଭଗ୍ନାବଶେଷ ଏହି ମସଜିଦର ନିର୍ମାଣରେ ବ୍ୟବହାର ମଧ୍ୟ ହୋଇଛି । ଯାହାର ପ୍ରମାଣ ମସଜିଦର ଏକାଧିକ ଅଂଶରେ ସ୍ପଷ୍ଟ ଦୃଶ୍ୟମାନ ମଧ୍ୟ ହେଉଛି । ମସଜିଦର ପଶ୍ଚିମ ଭାଗ ପ୍ରାଚୀରରେ ହିନ୍ଦୁ ମନ୍ଦିରର ଏକ ବିଶାଳ ଅଂଶ ମଧ୍ୟ ଅକ୍ଷତ ରହିଛି । ତେବେ ଏହି ମସଜିଦରେ ଏବେ ହିନ୍ଦୁପକ୍ଷ ପୂଜାର୍ଚ୍ଚନା କରିବା ଆରମ୍ଭ କରିବା ପରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ । 17ଦଶ ଶତାବ୍ଦୀରେ ଏହି ମସଜିଦ ନିର୍ମାଣ ହେବା ପୂର୍ବରୁ ଏଠାରେ ଏକ ବିଶାଳ ହିନ୍ଦୁମନ୍ଦିର ଥିବା ନେଇ ‘ଏସଏସଇ’ର ରିପୋର୍ଟରେ ସ୍ପଷ୍ଟ ପ୍ରମାଣ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details