ଓଡିଶା

odisha

ETV Bharat / bharat

ୱାୟନାଡ଼ରେ ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା ଗାନ୍ଧୀ, ବଡ଼ ବିଜୟ ସହ ଲୋକସଭାକୁ ନିର୍ବାଚିତ

କେରଳ ଓ୍ବାୟନାଡ ଉପ-ନିର୍ବାଚନରେ ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହେଲେ ।

ଉପନିର୍ବାଚନ 2024: 13 ରାଜ୍ୟର 46 ଆସନରେ ଗଣତି ଜାରି, ଓ୍ବାୟନାଡରେ ପ୍ରିୟଙ୍କା ଗାନ୍ଧୀ ଆଗରେ
ଉପନିର୍ବାଚନ 2024: 13 ରାଜ୍ୟର 46 ଆସନରେ ଗଣତି ଜାରି, ଓ୍ବାୟନାଡରେ ପ୍ରିୟଙ୍କା ଗାନ୍ଧୀ ଆଗରେ (ETV Bharat Odisha)

By ETV Bharat Odisha Team

Published : Nov 23, 2024, 11:10 AM IST

Updated : Nov 23, 2024, 2:59 PM IST

ହାଇଦ୍ରାବାଦ: ୱାୟନାଡଲୋକସଭା ଉପ-ନିର୍ବାଚନ ଜିତିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କେରଳର ଓ୍ବାୟନାଡରୁ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବଡ଼ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ, ଭାଇ ରାହୁଲ ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହାସହ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରିୟଙ୍କା । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ୱାୟନାଡ଼ ଆସନ ଖାଲି ପଡ଼ିଥିଲା । ରାହୁଲ ରାୟବରେଲି ଆସନ ନିଜ ହାତରେ ରଖିଥିବା ବେଳେ, ୱାୟନାଡ଼ ଛାଡ଼ି ଦେଇଥିଲେ ।

ପ୍ରିୟଙ୍କା ଗାନ୍ଧୀଙ୍କ ରେକର୍ଡ ବିଜୟ:

UDF ପ୍ରାର୍ଥିନୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ୱାୟନାଡ଼ ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି । ରାହୁଲ ଗାନ୍ଧୀ ଏହି ଆସନରୁ ଗତ ସାଧାରଣ ନିର୍ବାଚନରେ ପାଖାପାଖି ୩ ଲକ୍ଷ ୬୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ, ପ୍ରିୟଙ୍କା ଗାନ୍ଧୀ 4,04,619 ଭୋଟରେ ବିଜୟୀ ହୋଇଥିବା ସୂଚନା ମିଳିିଛି । ସୂଚନା ଅନୁସାରେ, ପ୍ରିୟଙ୍କା 6,12,020 ଭୋଟ ପାଇଥିବା ବେଳେ, LDF ପ୍ରାର୍ଥିନୀ ସତ୍ୟାନ ମୋକେରୀ 2,07,401 ଭୋଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି BJP ପ୍ରାର୍ଥୀ 1,08,080 ଭୋଟ ପାଇଛନ୍ତି ।

ରାହୁଲଙ୍କ ଇସ୍ତଫା ପରେ ପ୍ରାର୍ଥୀ ହୋଇଥିଲେ ପ୍ରିୟଙ୍କା:-

ଭାଇ ରାହୁଲ ଗାନ୍ଧୀ 2024 ସାଧାରଣ ନିର୍ବାଚନରେ ଦୁଇଟି ଆସନ, ଉତ୍ତର ପ୍ରଦେଶର ରାଏ-ବରେଲୀ ଓ କେରଳର ଓ୍ବାୟନାଡରୁ ନିର୍ବାଚନ ଜିତିଥିଲେ । ରାହୁଲ ରାଏ-ବରେଲୀରୁ ସାଂସଦ ପଦ ବଜାୟ ରଖି ଓ୍ବାୟନାଡରୁ ଇସ୍ତଫା ଦେବା ପରେ ସେଠାରେ ଉପ-ନିର୍ବାଚନ ହୋଇଥିଲା । ଏଥିରେ ପ୍ରଥମ ଥର କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନୀ ଡେବ୍ୟୁ କରିଛନ୍ତି । ଓ୍ବାୟନାଡରେ କଂଗ୍ରେସର ସ୍ଥିତି ଭଲ ରହିଛି ଓ ଦଳ ସଂଯୁକ୍ତ ଗଣତାନ୍ତ୍ରିକ ମେଣ୍ଟ (ୟୁଡିଏଫ) ବ୍ୟାନରେ ନିର୍ବାଚନ ଲଢୁଛି । ରାହୁଲ ଗାନ୍ଧୀ 2019 ଓ 2024 ସହ ଦୁଇଥର ଏହି ଆସନରୁ ନିର୍ବାଚନ ଜିତିଥିଲେ ।

  • ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା

2019 ସାଧାରଣ ନିର୍ବାଚନରେ ରାହୁଲ ପ୍ରଥମ ଥର କୌଣସି ଦକ୍ଷିଣ ଭାରତୀୟ ଆସନ ଭାବେ ଓ୍ବାୟନାଡକୁ ଚୟନ କରିଥିଲେ । ସେଥିର 4.3 ଲକ୍ଷ ଭୋଟ ବ୍ୟବଧାନରେ ସେ ଜିତିଥିଲେ । ସେହିପରି ଗତ ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ମଧ୍ୟ ରାୟବରେଲୀ ସହ ଓ୍ବାୟନାଡରୁ ଦୈତ ନିର୍ବାଚନ ଲଢିଥିଲେ । ଏଥର ତାଙ୍କ ବିଜୟ ଭୋଟ ବ୍ୟବଧାନ ସାମାନ୍ୟ ହ୍ରାସ ପାଇ 3.6 ଲକ୍ଷକୁ ଖସିଥିଲା । ହେଲେ ଏଥର ମଧ୍ୟ କଂଗ୍ରେସ ପ୍ରିୟଙ୍କା ପ୍ରାୟ 4 ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

  • ନଭେମ୍ବର ୧୩ରେ ହୋଇଥିଲା ଭୋଟିଂ:-

ନଭେମ୍ବର 13 ରେ ଓ୍ବାୟନାଡରେ ଉପନିର୍ବାଚନ ପାଇଁ ଭୋଟିଂ ହୋଇଥିଲା । ଭୋଟିଂ ହାର ଥିଲା ପ୍ରାୟ 64.71 ପ୍ରତିଶତ । ଏପ୍ରିଲରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଓ୍ବାୟନାଡରେ ଆସନରେ ଭୋଟିଂ ହାର 73.57 ପ୍ରତିଶତ ଥିବା ବେଳେ ଉପନିର୍ବାଚନରେ ଏହା ସାମାନ୍ୟ ହ୍ରାସ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ବିଧାନସଭା ନିର୍ବାଚନ ଜନାଦେଶ LIVE UPDATES: ମହାରାଷ୍ଟ୍ରରେ ଆଗରେ ମହାୟୁତି ମେଣ୍ଟ, ଝାଡଖଣ୍ଡରେ JMM-BJP କଡା ଟକ୍କର

ଏହା ମଧ୍ୟ ପଢନ୍ତୁ:- ବିଧାନସଭା ଜନାଦେଶ ୨୦୨୪: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କି’ଏ ପିନ୍ଧିବ ତାଜ୍‌

  • ୪୬ ବିଧାନସଭା ଆସନରେ ଉପ-ନିର୍ବାଚନ

ବିଧାନସଭା ଉପନିର୍ବାଚନ ବିଜେପି ଶାସିତ ଉତ୍ତର ପ୍ରଦେଶର 9ଟି ବିଧାନସଭା ଆସନ, ରାଜସ୍ଥାନରେ 7ଟି ଆସନ, ପଶ୍ଚିମବଙ୍ଗରେ 6ଟି ଆସନ, ଆସାମର 5ଟି ଆସନ, ପଞ୍ଜାବ ଏବଂ ବିହାରରେ 4ଟି ଆସନ, କର୍ଣ୍ଣାଟକରେ 3ଟି ଆସନ, ମଧ୍ୟ ପ୍ରଦେଶ ଏବଂ କେରଳରେ ଦୁଇଟି ଆସନରେ ଅନୁଷ୍ଠିତ ହୋଇଥିଲା । ଛତିଶଗଡ, ଗୁଜୁରାଟ, ଉତ୍ତର ପ୍ରଦେଶ ଏବଂ ମେଘାଳୟରେ ଗୋଟିଏ ଲେଖାଏଁ ଆସନରେ ଭୋଟିଂ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 23, 2024, 2:59 PM IST

ABOUT THE AUTHOR

...view details