ଓଡିଶା

odisha

ETV Bharat / bharat

ମୁସଲିମ ପକ୍ଷଙ୍କୁ ବିଶ୍ବହିନ୍ଦୁ ପରିଷଦର ଆହ୍ବାନ: ଜ୍ଞାନବ୍ୟାପୀ ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କର - Archaeological Survey of India

VHP asks Muslim side to hand over Gyanvapi structure to Hindus: ମୁସଲିମ ପକ୍ଷଙ୍କୁ ଆହ୍ବାନ ଦେଲା ବିଶ୍ବହିନ୍ଦୁ ପରିଷଦ । ଜ୍ଞାନବ୍ୟାପୀ ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କର । ଅଧିକ ପଢନ୍ତୁ

ମୁସଲିମ ପକ୍ଷଙ୍କୁ ବିଶ୍ବହିନ୍ଦୁ ପରିଷଦର ଆହ୍ବାନ: ଜ୍ଞାନବ୍ୟାପୀ ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କର
ମୁସଲିମ ପକ୍ଷଙ୍କୁ ବିଶ୍ବହିନ୍ଦୁ ପରିଷଦର ଆହ୍ବାନ: ଜ୍ଞାନବ୍ୟାପୀ ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କର

By ETV Bharat Odisha Team

Published : Jan 28, 2024, 7:06 AM IST

ଲକ୍ଷ୍ନୌ:ବାରାଣାସୀରଜ୍ଞାନବ୍ୟାପୀ ମସଜିଦ ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ସର୍ଭେ ରିପୋର୍ଟ ସାର୍ବାଜନୀନ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ସର୍ଭେ ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ଏହି ମସଜିଦ ଏକ ହିନ୍ଦୁ ମନ୍ଦିରର ଧ୍ବଂସାବଶେଷ ଉପରେ ନିର୍ମାଣ କରାଯାଇଛି । ଏପରିକି ହିନ୍ଦୁ ମନ୍ଦିରର ଢାଞ୍ଚାରେ ବ୍ୟବହୃତ କିଛି ଭଗ୍ନାବଶେଷ ମଧ୍ୟ ମସଜିଦ ନିର୍ମାଣରେ ବ୍ୟବହାର କରାଯାଇଛି । ଏହାପରେ ବିଶ୍ବହିନ୍ଦୁ ପରିଷଦ ଏହି ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କରିବା ପାଇଁ ମୁସଲିମ ପକ୍ଷଙ୍କୁ ଆହ୍ବାନ କରିଛି । ଗତକାଲି(ଶନିବାର) ଏନେଇ ପରିଷଦ ଏକ ପ୍ରେସରିଲିଜ ଜାରି ମଧ୍ୟ କରିଛି ।

ପ୍ରେସରିଲିଜରେ ଏହା ସ୍ପଷ୍ଟ କରାଯାଇଛି ଯେ, ଜିଲ୍ଲା କୋର୍ଟରେ ଦାଖଲ କରାଯାଇଥିବା ‘ଏଏସଆଇ’ ସର୍ଭେରେ ହିନ୍ଦୁ ମନ୍ଦିର ଉପରେ ଏହି ମସଜିଦ ନିର୍ମାଣ କରାଯାଇଥିବା ସ୍ପଷ୍ଟ ହୋଇଛି । ମସଜିଦ ମଧ୍ୟରୁ ମିଳିଥିବା ଶିଳାଲେଖରେ ହିନ୍ଦୁ ମନ୍ଦିରର ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିରେ ରୁଦ୍ର, ଉମେଶ୍ବର ଓ ଜନାର୍ଦ୍ଦନ ନାମରେ 3 ଭଗବାନଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଏହା ପୂର୍ବରୁ ସେଠାରେ ଏକ ବିଶାଳ ହିନ୍ଦୁ ମନ୍ଦିର ଥିଲା ଓ ଏହାକୁ ଧ୍ବଂସ କରାଯାଇ ଏହା ଉପରେ ମସଜିଦ ନିର୍ମାଣ କରାଯାଇଛି । ଏପରିକି ହିନ୍ଦୁ ମନ୍ଦିରର ସ୍ତମ୍ଭ ପରି ଅନେକ ଅଂଶ ମସଜିଦରେ ନିର୍ମାଣରେ ବ୍ୟବହାର ମଧ୍ୟ ହୋଇଛି । କେବଳ ଏତିକି ନୁହେଁ ବରଂ ଏବେ ମଧ୍ୟ ମସଜିଦର ପଶ୍ଚିମ ପାର୍ଶ୍ବ କାନ୍ଥରେ ମନ୍ଦିରର ସ୍ପଷ୍ଟ କାରୁକାର୍ଯ୍ୟ ସମ୍ପନ୍ନ ଏକ ବିଶାଳ ଅଂଶ ମଧ୍ୟ ରହିଛି । ତେଣୁ ଏଏସଆଇ ସର୍ଭେ ପରେ ଏହା ସ୍ପଷ୍ଟ ଯେ, ହିନ୍ଦୁ ମନ୍ଦିରକୁ ଧ୍ବଂସ କରାଯାଇ ସେହିସ୍ଥାନରେ ମସଜିଦ ନିର୍ମାଣ କରାଯାଇଛି । ତେଣୁ ମୁସଲିମ ପକ୍ଷ ହିନ୍ଦୁପକ୍ଷଙ୍କୁ ଏହି ଢାଞ୍ଚା ତୁରନ୍ତ ହସ୍ତାନ୍ତର କରୁ ।

ଏହା ମଧ୍ୟ ପଢନ୍ତୁ:- ପରୀକ୍ଷା ପେ ଚର୍ଚ୍ଚା ସପ୍ତମ ସଂସ୍କରଣ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତେବେ ଗୁରୁବାର ଏହି ସର୍ଭେ ରିପୋର୍ଟ ବାରାଣାସୀ କୋର୍ଟରେ ଦାଖଲ କରାଯିବା ପରେ ମାମଲାର ଉଭୟ ପକ୍ଷଙ୍କୁ ଏହାର ନକଲର ହାର୍ଡକପି ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସର୍ଭେରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ସେଠାରେ ମନ୍ଦିରର ଧ୍ବଂସାବଶେଷ ଉପରେ ଏହି ମସଜିଦ ନିର୍ମାଣ କରାଯାଇଛି । ହିନ୍ଦୁ ଶିଳାଲେଖ, ପ୍ରସ୍ତରରେ ଖୋଦେଇ କାରୁକାର୍ଯ୍ୟ, ଓ ହିନ୍ଦୁ ଦେବାଦେବୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଏପରିକି ପୂର୍ବ ଢାଞ୍ଚାର କିଛି ଅଂଶକୁ ଏହି ମସଜିଦରେ ବ୍ୟବହାର ମଧ୍ୟ କରାଯାଇଛି । ତେବେ ରିପୋର୍ଟରେ ଏତେ ସ୍ପଷ୍ଟତାର ସହ ଏହି ସବୁ ତଥ୍ୟ ପ୍ରମାଣ ସମ୍ନାକୁ ଆସିବା ପରେ ଏବେ ଏହାକୁ ତୁରନ୍ତ ହିନ୍ଦୁପକ୍ଷକୁ ହସ୍ତାନ୍ତର କରିବା ପାଇଁ ଦାବି ଉଠିଲାଣି । ଅନ୍ୟପଟେ କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details