ହାଇଦ୍ରାବାଦ: ଗତ କିଛି ବର୍ଷ ମଧ୍ୟରେ ବନ୍ଦେ ଭାରତ କ୍ରେଜ୍ ବଢିବାରେ ଲାଗିଛି । ରେଳବାଇ ପକ୍ଷରୁ ପ୍ରତି ରାଜ୍ୟକୁ ଉପହାର ସ୍ବରୂପ ମିଳୁଛି ନୂଆ ନୂଆ ବନ୍ଦେ ଭାରତ । ବର୍ତ୍ତମାନ ସମୟରେ ଲକ୍ଜରି ି ଟ୍ରେନ କଥା ଆସିଲେ ଯାତ୍ରୀଙ୍କ ମନକୁ ଆସେ 'ବନ୍ଦେ ଭାରତ' ନାଁ । ବନ୍ଦେ ଭାରତର କେଉଁ ଫିଚର ପାଇଁ ତାହା ଏତେ ଲୋକପ୍ରିୟ ହୋଇପାରିଛି ଏବଂ ବିଦେଶରେ ମଧ୍ୟ କାହିଁକି ଏହାର ଚାହିଦା ବଢିଛି ଆସନ୍ତୁ ଜାଣିବା ।
'ବନ୍ଦେ ଭାରତ' ଜଲୱା:
ଗତ କିଛି ଦିନ ଧରି 'ବନ୍ଦେ ଭାରତ'କୁ ନେଇ ନୂଆ ନୂଆ ଖବର ସାମନାକୁ ଆସୁଛି । ଏହାର ଫିଚର, ସୁବିଧା ସୁଯୋଗ ଏବଂ ବେଗ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କେବଳ ଭାରତ ଭିତରେ ନୁହେଁ, ଭାରତ ବାହାରେ ମଧ୍ୟ ବନ୍ଦେ ଭାରତର ଚାହିଦା ବଢ଼ିବାରେ ଲାଗିଛି । ଏହାରି ଭିତରେ କାନାଡା, ଚିଲି ଏବଂ ମ୍ୟାଲେସିଆ ଭଳି ଦେଶ ସମେତ ଅନ୍ୟ କେତେକ ଦେଶ 'ବନ୍ଦେ ଭାରତ' କିଣିବାକୁ ମନ ବଳାଇଛନ୍ତି ।
କାହିଁକି ବଡୁଛି 'ବନ୍ଦେ ଭାରତ' କ୍ରେଜ୍ ?
୧. ବିଦେଶରେ ଅନ୍ୟ ଟ୍ରେନ ତୁଳନାରେ 'ବନ୍ଦେ ଭାରତ'ର ମୂଲ୍ୟ କମ । କାରଣ ଅନ୍ୟ ଦେଶମାନଙ୍କରେ ବନ୍ଦେ ଭାରତ ଭଳି ଟ୍ରେନର ଦାମ ୧୬୦-୧୮୦କୋଟି ଟଙ୍କା ରହିଥିବାବେଳେ ଭାରତରେ ଏହି ଟ୍ରେନ ୧୨୦-୧୩୦କୋଟି ଟଙ୍କା ରହିଛି ।
୨. କୁହାଯାଏ, ଫ୍ଲାଇଟରୁ ବି ଅଧିକ ସୁବିଧା ବନ୍ଦେ ଭାରତ ଏକ୍ରେପ୍ରେସ ଟ୍ରେନରେ ରହିଛି । କାରଣ ବିମାନ ତୁଳନାରେ ବନ୍ଦେ ଭାରତରେ ୧୦୦ଗୁଣା କମ୍ ଶବ୍ଦ ଶୁଣା ଯାଇଥାଏ ।