ଭୁବନେଶ୍ବର: ରେଳ ଭ୍ରମଣରେ ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ନୂତନ ଅଧ୍ୟାୟ । ଖୁବ ଶୀଘ୍ର ଟ୍ରାକରେ ଗଡିବ ବନ୍ଦେ ଭାରତର ସ୍ଲିପର ଟ୍ରେନ । ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ରେଳ ଯାତ୍ରା ପାଇଁ ଏକ ନୂତନ କରି ଉନ୍ନତ ଜ୍ଞାନକୌଶଳ ଏବଂ ଆରାମଦାୟକ ଭାବରେ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ । ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଲିବ, ଏକ ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ନିଶ୍ଚିତ କରିବ । ଏହାର ଝଲକ୍ ଦେଖାଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହା ଆସନ୍ତା 3 ମାସ ମଧ୍ୟରେ ଟ୍ରାକରେ ଗଡିପାରେ ।
ବନ୍ଦେ ଭାରତ ଟ୍ରେନ ସୁନ୍ଦର ଏବଂ ଉତ୍କର୍ଷ:
ଭାରତରେ ପ୍ରଥମ ସେମି ହାଇସ୍ପିଡ ଟ୍ରେନ ସୌନ୍ଦର୍ଯ୍ୟରେ ଭରପୂର ରହିଥିବା ବେଳେ ଉତ୍କର୍ଷ ସହିତ ଡିଜାଇନ୍ କରାଯାଇଛି । ଟ୍ରେନ୍ ସେଟରେ ବ୍ୟବହୃତ ସମସ୍ତ ସାମଗ୍ରୀ ଏବଂ ଉପାଦାନଗୁଡିକ ସର୍ବୋଚ୍ଚ ଅଗ୍ନି ନିରାପତ୍ତା ପାଳନ କରାଯାଇଛି। ବିଶ୍ବ ସ୍ତରୀୟ ସୁବିଧା ଏବଂ ଉନ୍ନତ ଆଭ୍ୟନ୍ତରୀଣ ସହିତ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେଟ୍ ଭାରତର ରେଳ ସାମର୍ଥ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଲମ୍ଫ ପ୍ରଦାନ କରିଛି । ଯାହା ୟୁରୋପୀୟ ମାନଙ୍କରେ ଯାତ୍ରୀ ଯାତ୍ରାର ଅଭିଜ୍ଞତା ପ୍ରଦାନ କରିଥାଏ । ଭାରତରେ ଦୂରଗାମୀ ରେଳ ଭ୍ରମଣରେ ପରିବର୍ତ୍ତନ ଆଣିବାକୁ ସ୍ଥିର ହୋଇଛି । ଏହି ଟ୍ରେନରେ ଥିବା ବଗିରେ ଆରାମ, ନିରାପତ୍ତା ଏବଂ ଦକ୍ଷତା ପାଇଁ ନୂତନ ମାନଦଣ୍ଡ ପୂରଣ କରୁଛି’’ ବୋଲି କହିଛି ରେଳ ବିଭାଗ।
ଟ୍ରେନରେ ରହିଛି ଅତ୍ୟାଧୁନିକ ଫିଚର:
ତେବେ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ରହିଥିବା ଅତ୍ୟାଧୁନିକ ଫିଚର୍ ଗୁଡ଼ିକ ହେଉଛି । "ଆଷ୍ଟେନେଟିକ୍ ଷ୍ଟେନଲେସ୍ ଷ୍ଟିଲ୍ ଟ୍ରେନ୍ ସେଟ୍। ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ୍ ସେଟରେ ସେଫ୍ଟି ରଖାଯାଇଛି । GFRP ପ୍ୟାନେଲ ଗୁଡିକ ସୌନ୍ଦର୍ଯ୍ୟରେ ଭରପୂର ରହିଛି । ମଡ୍ୟୁଲାର୍ ପ୍ୟାଣ୍ଟ୍ରି । ସ୍ବତନ୍ତ୍ର ବର୍ଥ ଏବଂ ଶୌଚଳୟର ବ୍ୟବସ୍ଥା ରହିଛି । ଏହା ସହ ସ୍ବୟଂଚାଳିତ ବାହ୍ୟ ଯାତ୍ରୀ ଟ୍ରେନ ଡୋର ଯାହା ସେନ୍ସର ଦ୍ଵାରା ଆଧାରିତ ଅଟେ । ଏର୍ଗୋନୋମିକ୍ ଡିଜାଇନ୍ ହୋଇଥିବା ଦୁର୍ଗନ୍ଧମୁକ୍ତ ଶୌଚଳୟ ବ୍ୟବସ୍ଥା । ଏହା ସହ ଡ୍ରାଇଭିଂ କ୍ରୁଙ୍କ ପାଇଁ ମଧ୍ୟ ରହିଛି ସ୍ଵତନ୍ତ୍ର ଶୌଚାଳୟ । ପ୍ରଥମ ଏସି କାରରେ ଗରମ ପାଣି ସହିତ ଗାଧୋଇବାର ବ୍ୟବସ୍ଥା । USB ଚାର୍ଜିଂ ବ୍ୟବସ୍ଥା ସହିତ ଇଣ୍ଟିଗ୍ରେଟେଡ୍ ପଢିବା ପାଇଁ ଲାଇଟର ବ୍ୟବସ୍ଥା । ସର୍ବସାଧାରଣଙ୍କ ପାଇଁ ଘୋଷଣା ଏବଂ ଭିଜୁଆଲ୍ ସୂଚନା ବ୍ୟବସ୍ଥା କରାଯାଇଛି । ରହିଛି ଆଧୁନିକ ସେବା ଯାହା ଯାତ୍ରୀ ମାନେ ଯାତ୍ରା ସମୟରେ ବ୍ୟବହାର କରିପାରିବେ । ଏହା ସହିତ ରହିଛି ପ୍ରଶସ୍ତ ଲଗେଜ୍ ରୁମ୍ ରହିଛି" ବୋଲି ସୂଚନା ଦେଇଛି ରେଳ ବିଭାଗ ।