ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ - Uniform Civil Code Uttarakhand 2024

Uniform Civil Code Uttarakhand 2024 Act: ଉତ୍ତରାଖଣ୍ଡର ଏକକ ନାଗରିକ ସଂହିତା ବିଲ 2024 ବା ୟୁସିସିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି । ଅଧିକ ପଢନ୍ତୁ,

Uniform Civil Code
Uniform Civil Code

By ETV Bharat Odisha Team

Published : Mar 13, 2024, 2:34 PM IST

Updated : Mar 13, 2024, 2:48 PM IST

ଡେରାଡୁନ: ଅପେକ୍ଷାର ଅନ୍ତ ହେଲା । ଉତ୍ତରାଖଣ୍ଡର ଏକକ ନାଗରିକତା ସଂହିତା ବିଲ 2024 ବା ୟୁସିସିକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ନିୟମାବଳୀ ହେବା ପରେ ରାଜ୍ୟରେ ଲାଗୁ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ନିଜେ ସୋସିଆଲ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଆମ ରାଜ୍ୟବାସୀଙ୍କ ପାଇଁ ଆଜି ଅତ୍ୟନ୍ତ ଆନନ୍ଦ ଏବଂ ଗୌରବର ଦିନ । ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହୋଇଥିବା ଏକକ ନାଗରିକ ସଂହିତା ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଅନୁମୋଦନ ମିଳିଛି । ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବା ସହିତ ସମସ୍ତ ନାଗରିକ ସମାନ ଅଧିକାର ପାଇବେ । ଏହାସହିତ ମହିଳାଙ୍କ ଉପରେ ହେଉଥିବା ଅତ୍ୟାତାର ବନ୍ଦ ହେବ । ଉତ୍ତରାଖଣ୍ଡରେ ସାମାଜିକ ସମାନତାର ମହତ୍ତ୍ୱ ପ୍ରମାଣ କରି ୟୁନିଫର୍ମ ସିଭିଲ୍ କୋଡ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଉତ୍ତରାଖଣ୍ଡ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଅନୁସାରେ ନାଗରିକଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ ଉତ୍ତରାଖଣ୍ଡର ମୂଳ ରୂପ ବଜାୟ ରଖିବାକୁ ସଂକଳ୍ପ ନେଇଛନ୍ତି । "

ଏହା ମଧ୍ୟ ପଢନ୍ତୁ: ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ୍

ପ୍ରକାଶଥାଉକି, ଗତ ଫେବୃଆରୀ 6 ତାରିଖରେ ଉତ୍ତରାଖଣ୍ଡ ସରକାର ବିଧାନସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକି ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ 2024 ବିଲ୍ ଗୃହରେ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲକୁ ଆଗତ କରିବା ପରେ ବନ୍ଦେ ମାତରମ ଓ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା ଗୃହ । ତେବେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଏକକ ନାଗରିକ ସଂହିତା ଲାଗୁ ହେବ ।

Uniform Civil Code

2022 ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ୟୁସିସି ପ୍ରସଙ୍ଗ ଉଠାଇଥିଲେ । ନିର୍ବାଚନ ପ୍ରଚାର କରିବା ସମୟରେ ସେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ଦଳ ନିର୍ବାଚନରେ ଜିତିବେ ତାହେଲେ ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା ଲାଗୁ କରିବେ । ନିର୍ବାଚନରେ ​​ଜିତିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଥିଲେ । ଏହି କମିଟି ଜନସାଧାରଣଙ୍କ ସଂଳାପରେ ଅନେକ ପରାମର୍ଶ ଗ୍ରହଣ କରିଥିଲା । ନିର୍ବାଚନରେ ​​ଜିତିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାୟୀଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଥିଲେ । ଏହି କମିଟି ଜନସାଧାରଣଙ୍କ ସଂଳାପରେ ଅନେକ ପରାମର୍ଶ ଗ୍ରହଣ କରିଥିଲା । ଏହାପରେ ଫେବୃଆରୀ 7 ତାରିଖରେ ବିଧାନସଭାରେ ବିଲ୍ ପାସ୍ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 13, 2024, 2:48 PM IST

ABOUT THE AUTHOR

...view details