ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡରେ UCC ଲାଗୁ ପରେ କଣ ରହିବ ନିୟମ ? ବୁଝନ୍ତୁ ପଏଣ୍ଟରେ - ଏକକ ନାଗରିକ ସଂହିତା ନିୟମ କଣ

Uniform Civil Code Rules: ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ବା ଏକକ ନାଗରିକ ସଂହିତା ଲାଗୁ କରିବାକୁ ଯାଉଛି । ତେବେ ଏହା ଲାଗୁ ହେବା ପରେ କଣ ନିୟମ ରହିବ ଓ କେଉଁଥିରେ ପରିବର୍ତ୍ତନ ଘଟିବ ? ଆସନ୍ତୁ ବିସ୍ତୃତ ଭାବରେ ଜାଣିବା

Uniform Civil Code Rules
Uniform Civil Code Rules

By ETV Bharat Odisha Team

Published : Feb 2, 2024, 6:56 PM IST

ଡେରାଡୁନ: ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଲାଗୁ କରିବାକୁ ଯାଉଛି ୟୁସିସି ବା ଏକକ ନାଗରିକ ସଂହିତା । ୟୁସିସି ନେଇ ବିଧେୟକ ପାରିତ ହେବା ଲାଗି ଆସନ୍ତା ୫ ତାରିଖରେ ରାଜ୍ୟ ବିଧାନସଭାର ୪ ଦିନିଆ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏହି ଅଧିବେଶନରେ ୟୁସିସି ବିଧେୟକ ଆଗତ ହେବ । ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବା ପରେ ରାଜ୍ୟରେ ଯୁବତୀଙ୍କ ବିବାହ ବୟସରେ ବୃଦ୍ଧି ଘଟିବ । ଯୁବତୀଙ୍କ ବିବାହ ଲାଗି ସର୍ବନିମ୍ନ ବୟସ ସୀମା ଏବେ ୧୮ରୁ ୨୧ ବର୍ଷ ହେବ । ସେହିପରି ସ୍ବାମୀସ୍ତ୍ରୀ ଉଭୟଙ୍କ ଲାଗି ଛାଡ଼ପତ୍ରର ସମାନ ଅଧିକାର ରହିବ । ଏକାଧିକ ବିବାହ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଯିବ ।

ପ୍ରଥମେ ଜାଣନ୍ତୁ UCC କଣ ? :-ୟୁସିସି ବା ଏକକ ନାଗରିକ ସଂହିତା ଆଇନ ଲାଗୁ ହେଲେ ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଓ ସମ୍ପତ୍ତି କ୍ଷେତ୍ରରେ ସମସ୍ତଙ୍କର ଗୋଟିଏ ଅଧିକାର ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଓ ଅଧିକାର ମଧ୍ୟ ସମାନ ରହିବ । ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ଆଦି ଲାଗି ଗୋଟିଏ ଆଇନ ରହିବ । ଅର୍ଥାତ ହିନ୍ଦୁଙ୍କ ପାଇଁ ୟେଉଁ ନିୟମ ରହିବ, ଅନ୍ୟ ଧର୍ମଙ୍କ ପାଇଁ ମଧ୍ୟ ସେହି ନିୟମ ରହିବ । ବିନା ଛାଡପତ୍ରରେ ଏକାଧିକ ବିବାହ ପାଇଁ ଅନୁମତି ମିଳିବ ନାହିଁ । ଯଦି କେହି ଏପରି କଲେ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ନଜର ପକାନ୍ତୁ UCC ଲାଗୁ ପରେ କଣ ହୋଇପାରେ ନିୟମ ?

  • ୟୁସିସି କମିଟି ରିପୋର୍ଟ ଅନୁସାରେ ବିବାହ ଲାଗି ଯୁବକ ଓ ଯୁବତୀଙ୍କ ବୟସ ଯଥାକ୍ରମେ ୨୧ ଓ ୧୮ ବର୍ଷ ରହିବ
  • ପୁରୁଷ ଓ ମହିଳାଙ୍କ ଛାଡପତ୍ର ଦେବା ଅଧିକାର ସମାନ ରହିବ
  • ମହିଳା ଦ୍ବିତୀୟ ଥର ବିବାହ କରିବା ଲାଗି କୌଣସି ପ୍ରକାର ସର୍ତ୍ତର ସାମ୍ନା କରିବେ ନାହିଁ
  • ଆଇନ ଲାଗୁ ହେବା ପରେ ହଲାଲା (ଇସଲାମ ଅନୁସାରେ ହଲାଲାର ଅର୍ଥ କୌଣସି ପୁରୁଷ କିମ୍ବା ମହିଳା ସେମାନଙ୍କ ପୂର୍ବତନ ସ୍ବାମୀ/ପତ୍ନୀଙ୍କୁ ପୁନର୍ବାର ବିବାହ କରିବାକୁ ଚାହାନ୍ତି, ଏଥିଲାଗି ପ୍ରଥମେ ଅନ୍ୟ ଜଣଙ୍କୁ ବିବାହ କରିବା ବାଧ୍ୟତାମୂଳକ । ଏହାପରେ ଯାଇ ସେ ପୂର୍ବତନ ତଥା ପ୍ରଥମ ସ୍ବାମୀ/ପତ୍ନୀଙ୍କୁ ଦ୍ବିତୀୟ ଥର ଲାଗି ବିବାହ କରିପାରିବେ) ଭଳି ମାମଲା ସାମ୍ନାକୁ ଆସିଲେ ଦୋଷୀକୁ ୩ବର୍ଷ ଦଣ୍ଡ ଓ ୧ ଲକ୍ଷ ଜୋରିମାନା
  • ସ୍ବାମୀ-ସ୍ତ୍ରୀଙ୍କ ବିବାଦ ମଧ୍ୟରେ ୫ବର୍ଷ ମଧ୍ୟ ସନ୍ତାନର କଷ୍ଟଡି ମାଆକୁ ମିଳିବ
  • ସମସ୍ତ ବର୍ଗ ଲାଗି ପୁଅ-ଝିଅର ସମ୍ପତ୍ତି ସମାନ ରହିବ
  • ସମ୍ପତ୍ତି ଉପରେ ଉଭୟ ବୈଧ ଓ ଅବୈଧ ସନ୍ତାନଙ୍କ ଅଧିକାର ରହିବ
  • ମହିଳା ଗର୍ଭରେ ଥିବା ସନ୍ତାନର ମଧ୍ୟ ସମ୍ପତ୍ତି ଉପରେ ଅଧିକାର ରହିବ
  • ଲିଭ-ଇନ ପଞ୍ଜୀକରଣ ଅଧୀକୃତ ୱେବ-ପୋର୍ଟାଲରେ ବାଧ୍ୟତାମୂଳକ ରହିବ
  • ରେଜିଷ୍ଟ୍ରେସନ ପାଇଁ ରସିଦ ମିଳିବ, ରସିଦ ବିନା ବି ଭଡ଼ାରେ ଘର ମିଳିବ
  • ରେଜିଷ୍ଟ୍ରେସନ ପରେ ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ତଥ୍ୟ ସେମାନଙ୍କ ପିତାମାତାଙ୍କୁ ପ୍ରଦାନ କରାଯିବ
  • ପଞ୍ଜୀକରଣ ନ କଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୨୫ ହଜାର ଜୋରିମାନା ଦେବାକୁ ପଡ଼ିବ
  • ବିବାହ ପରେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ହେବ । ବିନା ପଞ୍ଜୀକରଣରେ କୌଣସି ପ୍ରକାର ସରକାରୀ ସୁବିଧା ମିଳିବ ନାହିଁ ।
  • ଏକାଧିକ ବିବାହ ଉପରେ ରୋକ
  • ଚାକିରିଆ ପୁଅର ମୃତ୍ୟୁ ଘଟିଲେ ସମ୍ପତ୍ତି ଉପରେ ପତ୍ନୀ ସମେତ ବୃଦ୍ଧ ପିତାମାତାଙ୍କର ଅଧିକାର ରହିବ
  • ଯଦି ପତ୍ନୀଙ୍କର ମୃତ୍ୟୁ ଘଟୁଛି ଓ ତାଙ୍କ ପିତାମାତାଙ୍କ ଅନ୍ୟ କେହି ସାହାରା ନାହାନ୍ତି, ତେବେ ସ୍ବାମୀ ଉପରେ ଭରଣ ପୋଷଣ ଦାୟିତ୍ବ
  • ସନ୍ତାନଟିଏ ଅନାଥ ହେଲେ ସେମାନଙ୍କ ଗାର୍ଡିଅନସିପ ପ୍ରକ୍ରିୟାକୁ ସରଳ କରାଯିବ

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଡ୍ରାଫ୍ଟ ରିପୋର୍ଟ ହସ୍ତାନ୍ତର କଲା UCC କମିଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details