ଓଡିଶା

odisha

ETV Bharat / bharat

ବାହାଘର ସାରି ଫେରୁଥିଲେ, ବରଯାତ୍ରୀ ଗାଡିକୁ ଟ୍ରକ ଧକ୍କା ଦେବାରୁ 9 ମୃତ - road accident - ROAD ACCIDENT

9 died in road accident: ରାଜସ୍ଥାନ ଝାଲଓ୍ବାଡରେ ବରଯାତ୍ରୀ ଭ୍ୟାନକୁ ଧକ୍କା ଦେଲା ଦୃତଗାମୀ ଟ୍ରକ । ଘଟଣାସ୍ଥଳରେ 9ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ବରଯାତ୍ର ଭ୍ୟାନକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ 9 ମୃତ
ବରଯାତ୍ର ଭ୍ୟାନକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ 9 ମୃତ

By ETV Bharat Odisha Team

Published : Apr 21, 2024, 8:02 AM IST

Updated : Apr 21, 2024, 10:20 AM IST

ଜୟପୁର:ରାଜସ୍ଥାନ ଝାଲାଓ୍ବାଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନକୁ ଗୋଟିଏ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 9ଜଣଙ୍କ ମୃତ୍ୟୁ ହୋଇଛି । ଆଜି (ରବିବାର) ସକାଳେ ଆକ୍ଲେରା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନରେ ମୋଟ କେତେ ଲୋକ ଥିଲେ ଓ ଆହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ହୋଇନି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ ହୋଇଛି । ମୃତଦେହଗୁଡିକୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଉଛି । ସେମାନଙ୍କ ପରିଚୟ ସ୍ପଷ୍ଟ କରି ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବା ଜାରି ରଖିଛି ପୋଲିସ ।

ସ୍ଥାନୀୟ ଆକ୍ଲେରା ଥାନାଧିକାରୀ ସନ୍ଦୀପ ବିଷ୍ଣୋୟୀଙ୍କ ସୂଚନା ଅନୁସାରେ, ଝାଲାଓ୍ବାଡ ଜିଲ୍ଲାର ଡୁଙ୍ଗର ଅଞ୍ଚଳର ବାଗ୍ରି ସମ୍ପ୍ରଦାୟର କିଛି ଲୋକେ ଗତକାଲି (ଶନିବାର) ନିଜ କେହି ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ । ଗତକାଲି ରାତିରେ ସେମାନେ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ସେମାନେ ଫେରୁଥିବା ଭ୍ୟାନକୁ ଏକ ଦ୍ରୁତଗତିରେ ଆସୁଥିବା ଲରି (ଟ୍ରକ) ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଭ୍ୟାନରେ ଥିବା 9ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ମୃତକମାନଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସେମାନେ ସମ୍ପର୍କୀୟ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୋଲିସ ଯୋଗାଯୋଗ କରୁଛି ।

ଏହା ମଧ୍ୟ ପଢନ୍ତୁ :- ଜେଲରେ କ୍ରେଜିୱାଲଙ୍କୁ ହତ୍ୟା ଷଡଯନ୍ତ୍ର ! - Kejriwal Diabetics politics

ତେବେ ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ଟ୍ରକଟି ଦୃତଗତିରେ ଥିବା ଓ ଅନିୟନ୍ତ୍ରିତ ହୋଇ ଭ୍ୟାନକୁ ଧକ୍କା ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି । ଗତ କିଛି ଦିନ ମଧ୍ୟରେ ଝାଲାଓ୍ବାଡ ଜିଲ୍ଲାରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା । ଏହାପୂର୍ବରୁ ଗଙ୍ଗାଧର ଥାନା ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଡମ୍ପର ମାଡିଯିବା ଫଳରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା । ଶୀତ ଦିନେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଘନକୁହୁଡି ଫଳରେ ଦୃଶ୍ୟମାନ୍ୟତା ହ୍ରାସ ପାଇବା କାରଣରୁ ଏକାଧିକ ଦୁର୍ଘଟଣା ଘଟିଥିଲା । ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 21, 2024, 10:20 AM IST

ABOUT THE AUTHOR

...view details