ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / bharat

ରାଶିଫଳ: ଚମକିବ ଏହି ରାଶିଙ୍କ ଭାଗ୍ୟ; କାହା ଭାଗ୍ୟରେ ସୌଭାଗ୍ୟ, କିଏ ରହିବେ ସତର୍କ - Today Odia Horoscope

Today Odia Rashifal Zodiac Signs: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

Today Odia Rashifal Zodiac Signs
Today Odia Rashifal Zodiac Signs (ETV Bharat Odisha)

ମେଷ:ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଘରର ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ । ସାମାନ୍ୟ କଥାରେ ଉତ୍ତେଜିତ ହୋଇପାରନ୍ତି । ଯାହାଦ୍ବାରା ପରେ ଆପଣଙ୍କୁ ଅନୁତାପ କରିବାକୁ ପଡ଼ିବ । କୌଣସି ବନ୍ଧୁଙ୍କ ଘରକୁ ଏକ ଉତ୍ସବକୁ ନିମନ୍ତ୍ରିତ ହୋଇ ଯାଇପାରନ୍ତି । ମାତ୍ର ଆପଣ ଉତ୍ସବରେ ଯୋଗଦେଲେ ମଧ୍ୟ ସେଠାରେ ନିଜକୁ ସହଜ ଅନୁଭବ କରିବେ ନାହିଁ । ନିଜର ଶରୀରର ଅସୁସ୍ଥତା ଲାଗି ରହୁଥିବାରୁ ଓ ଅନ୍ୟମନସ୍କ ଥିବାରୁ ସେଠାରେ ଖୁସି ମିଳିବ ନାହିଁ । କୌଣସି ପ୍ରିୟ ବନ୍ଧୁଙ୍କ ସହ ଝଗଡା ଉତ୍ପନ୍ନ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଫଳତା ଆପଣଙ୍କୁ ଚାନ୍ତାରେ ପକାଇପାରେ । ମାତ୍ର କୌଣସି କଥାକୁ ନେଇ ଅଧିକ ଚିନ୍ତିତ ଦୁଅନ୍ତୁ ନାହିଁ । କୌଣସି ଏକ ନିର୍ଦ୍ଦିିଷ୍ଟ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଅନ୍ୟ ବାଟରେ ଖର୍ଚ୍ଚ ହୋଇପାରେ । ତେଣୁ ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ରହିବ ।

Today Odia Rashifal (ARIES)

ବୃଷ: ଆପଣଙ୍କର ଆତ୍ମବିଶ୍ୱାସ ବାସ୍ତବିକ ଚତୁରତା ସହିତ ପୂର୍ଣ୍ଣ ରହିବ । ଉଜ୍ୱଳ ଗ୍ରହ ପକ୍ଷ ବାସ୍ତବିକ ସୌଭାଗ୍ୟଶାଳୀ ଅଟେ । ଦୃଢ ଇଚ୍ଛାଶକ୍ତି ଏବଂ ନୀର୍ଭିକତା ଆପଣଙ୍କୁ କାର୍ଯ୍ୟରେ, ବ୍ୟବସାୟରେ ଏବଂ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ସଫଳତାର ହାସଲ କରିବେ । ଆପଣଙ୍କର ବାପାଙ୍କ ତରଫରୁ ଲାଭର ପ୍ରବାହ ହେବ । ଯଦି ଆପଣ ନିଜେ ବାପା ହୋଇଥିବେ, ଆପଣ ନିଜର ପିଲାମାନଙ୍କ ଭବିଷ୍ୟତ ପାଇଁ ସାବଧାନତା ସହ ନିବେଶ କରିବେ, ଆର୍ଥିକ ଲାଭ ଅର୍ଜନ କରିବେ । ବିଶେଷତଃ ଯଦି ଆପଣ କୌଣସି ସାର୍ବଜନିକ କ୍ଷେତ୍ର ସମ୍ୱର୍ଦ୍ଧିତ ବ୍ୟବସାୟ କରିଛନ୍ତି । ଛାତ୍ରମାନଙ୍କ ପାଇଁ ଏହା ଏକ ମହାନ୍‍ ସମୟ । ବିଶେଷତଃ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି, ସେମାନଙ୍କ ପାଇଁ ଆଜିର ଦିନରେ ଶୁଭ ଖବର ମିଳିପାରେ ।

Today Odia Rashifal (TAURUS)


ମିଥୁନ: ଆଜି ସମସ୍ତ ନୂତନ ବ୍ୟବସାୟ ଆରମ୍ଭ କରିବା ଅନୁକୂଳ ରହିବ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ପବ୍ଳିକ ସେକ୍ଟର କାର୍ଯ୍ୟରେ ଉଚ୍ଚ ଅଧିକାରୀମାନେ ଲାଭାନ୍ୱିତ ଏବଂ ଉପଯୋଗୀ ହେବେ, କିନ୍ତୁ ସତର୍କତା ତ୍ୟାଗ କରନ୍ତୁ ନାହିଁ । ଆପଣଙ୍କ ପଡୋଶୀଙ୍କ ବ୍ୟବହାର ଯୋଗୁଁ ଆପଣଙ୍କୁ ଆଘାତ ଲାଗିବ, ଯଦି ସମ୍ଭବ ହେଉଛି ବିବାଦରୁ ଦୂରେଇ ରହନ୍ତୁ । କିଛି ବ୍ୟକ୍ତି କିମ୍ୱା କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ କରାଇବେ । କୌଣସି ଅବିଶ୍ୱସନୀୟ ଆର୍ଥିକ ଯୋଜନାରୁ ସାବଧାନ ରହନ୍ତୁ । ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ । ସୁସ୍ବାଦୁ ଖାଦ୍ୟ ଖାଇବେ । ଦୂର ଯାଗାକୁ ବୁଲାବୁଲି କରିବାକୁ ଯାଇପାରନ୍ତି । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ଭାଇ-ଭଉଣୀ ସମ୍ପର୍କ ନିବିଡ଼ ହେବ ।

Today Odia Rashifal (GEMINI)

କର୍କଟ: ଆଜି ନକରାତ୍ମକ ଭାବନାରୁ ଦୂରେଇ ରହନ୍ତୁ । ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଯାହା ଘରର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିବ । କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ । ବହୁ ପ୍ରତିକ୍ଷିତ କାର୍ଯ୍ୟର ସଫଳତା ଖବର ପାଇବାରେ ବିଳମ୍ବ ହୋଇପାରେ । କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ସ୍ଥିର କରିଥିଲେ ମଧ୍ୟ ସେଠାକୁ ଯାଇପାରିବେନାହିଁ । ଶରରୀରରେ ଆଳସ୍ୟ ଓ ଥକ୍କାପଣ ଅନୁଭବ କରିପାରନ୍ତି । ଫଳରେ ମାନସିକ ଶାନ୍ତି ପାଇବେ ନାହିଁ । ତେଣୁ ଧୈର୍ଯ୍ୟହୀନ ନହୋଇ ଆପଣଙ୍କ ଭଲ ଦିନକୁ ଅପେକ୍ଷା କରନ୍ତୁ । ଅଟକିଥିବା କାମର ମନକୁ ଆନ୍ଦୋଳିତ କରିପାରେ । ଖାଇବା ପିଇବାରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । ଆଜି କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ସେତେ ଭଲ ରହିବ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କିମ୍ୱା ଫଳାଫଳ ପାଇଁ ଅପେକ୍ଷା କରିବା ପାଇଁ ଏହି ଦିନଟି ଭଲ ନୁହେଁ । ତଥାପି ନିରାଶ ହୁଅନ୍ତୁ ନାହିଁ । ମନ୍ଦ ବିଚାର ଦୂର କରନ୍ତୁ, ଭଲ ଭାବନାରେ ରହନ୍ତୁ ।

Today Odia Rashifal (CANCER)

ସିଂହ:ଆଜି ଆପଣ ସ୍ୱଂୟ ଭରସା ଯୋଗ୍ୟ ହେବା ସହିତ ନିର୍ଭୀକ ଏବଂ ଅତ୍ୟାଧିକ ଭାବୁକ ହେବେ । ମା ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ । କିଛି ଅଘଟଣ ଯୋଗୁଁ ଆପଣ ସାମାନ୍ୟ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । କ୍ରୋଧକୁ ନିଜ ଅଧିନରେ ନରଖିଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ବକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଆପଣ ନିଜେ ଭଲ ପାଉଥିବା ରଚନାତ୍ମକ କର୍ମରେ ନିଜକୁ ଲିପ୍ତ ରଖିବେ । କୌଣିସି କାର୍ଯ୍ୟକୁ ଅତି ତରବରିଆ ଭବରେ ନକରି ଭାବିଚିନ୍ତି କରନ୍ତୁ । ଯାହା ଆପଣଙ୍କୁ ସଫଳତା ଆଣିଦେବ । ସାଂସ୍କୃତିକ, କଳା ଓ ଖେଳ ସମ୍ପର୍କୀତ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ଛାତ୍ରଛାତ୍ରୀମାନେ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗଦେଇ ସଫଳତା ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ରହିବ । ସେମାନଙ୍କ ସହ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ ।

Today Odia Rashifal (LEO)

କନ୍ୟା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ସେତେ ଶୁଭଙ୍କର ନୁହେଁ । ଶରୀରରେ ଆଳସ୍ୟ ଏବଂ ମାନ୍ଦାପଣ ଯୋଗୁଁ ନିଜ ଉପରେ ନ୍ୟସ୍ତଥିବା କାମକୁ ସମ୍ପୁର୍ଣ୍ଣ କରିପାରିବେ ନାହିଁ । ବିଭିନ୍ନ କାରଣରୁ ମନ ଅଶାନ୍ତ ରହିବ । ବୃଥା ଆସ୍ପାଳନ ଏବଂ ଆଚରଣରେ ଅଂହକାରତାକୁ ଦୂର କରନ୍ତୁ । ଜଣେ ପ୍ରିୟଜନଙ୍କ ସହ ଝଗଡା ହୋଇପାରେ । ନିଜ ମାଆଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ପତ୍ନୀଙ୍କ ସହ ମନମାଳିନ୍ୟ ହୋଇପାରେ । ତେଣୁ ମନ ଅଶାନ୍ତ ରହିବ । ସମ୍ପତ୍ତି ଏବଂ ଆଇନ ସମ୍ମତ କାଗଜ ପତ୍ର ବିଷୟରେ ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ । ଆଜିର ଦିନରେ କିଛି କାର୍ଯ୍ୟ କରିବା ପୂର୍ବରୁ ଯଥେଷ୍ଟ ଚିନ୍ତା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଆପଣଙ୍କ ପୁରୁଣା ବନ୍ଧୁ ଚିନ୍ତାର କାରଣ ହୋଇପାରନ୍ତି । ମନ ଅଶାନ୍ତ ରହିବା କାରଣରୁ କିଛି ଭୁଲଭାଲ ନିଷ୍ପତ୍ତି ନେଇପାରନ୍ତି । ତେଣୁ ଆଜିର ଦିନଟି ଆପଣ ଧ୍ୟାନ ସହକାରେ ରୁହନ୍ତୁ ।

Today Odia Rashifal (VIRGO)

ତୁଳା: ନିଜ ମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଜୀବନର ସଫଳତା ପାଇବା ପାଇଁ ଭଗବାନଙ୍କ ଉପରେ ଭରସା ରଖନ୍ତୁ । ପତ୍ନୀ ଓ ସନ୍ତାନ ସନ୍ତତିଙ୍କ ଗହଣରେ ସୁଖରେ ସମୟ ଅତିବାହିତ କରିବେ । ଶତ୍ରୁଜୟ କରିବେ । ଯେଉଁ କାର୍ଯ୍ୟରେ ଆଜି ଆପଣ ହାତଦେବେ ସେଥିରେ ସୁଫଳ ପାଇବେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ଗ୍ରହ ଆପଣଙ୍କର ଅର୍ଥ ଓ ସମ୍ପର୍କ ସପକ୍ଷରେ ରହିବ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ । ଆଜି ଆପଣ ନିଜର ପୁରଣା ବନ୍ଧୁଙ୍କୁ ଭେଟି ପାରନ୍ତି । ନିଜର ମିଷ୍ଟଭାଷୀ ଆଚରଣ ପାଇଁ ଆଜି ଅନେକ ସ୍ଥାନରେ ପ୍ରଶଂସିତ ହୋଇପାରନ୍ତି । ପ୍ରିୟଜନଙ୍କ ସହ ଦିନଟି ଖୁସିବାସିରେ ଅତିବାହିତ ହେବ ।କର୍ମକ୍ଷେତ୍ରରେ ଆବଶ୍ୟକୀୟ ସାହାଯ୍ୟ ପାଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲରେ କଟିବ । ଭାଗ୍ୟଶାଳୀ ଦିନ ଥିବା ଦେଖାଯାଉଛି ।

Today Odia Rashifal (LIBRA)

ବିଛା: ବୈବାହିକ ସମ୍ପର୍କ ଉପଭୋଗ କରିବେ ଏବଂ ଜୀବନ ସଥି ସହ ଭଲ ସମ୍ପର୍କ ହେବ । ପିତା ମାତା ଓ ବନ୍ଧୁ ବାନ୍ଧବଙ୍କ ଠାରୁ ମଧୁର ସମ୍ପର୍କ ଲାଭ କରିବେ । ପିଲାଙ୍କ କୃତ କାର୍ଯ୍ୟରେ ବିଭୋର ହେବେ । ସବୁ କାମ ବିନା ଦ୍ୱିଧାରେ ପୂର୍ଣ୍ଣ ହେବ । ଗ୍ରହ ଆପଣଙ୍କ କାର୍ଯ୍ୟ ସପକ୍ଷରେ ଏବଂ ଆପଣ ପ୍ରଶଂସା, ଲାଭବାନ , ପଦୋନ୍ନତି ପାଇପାରନ୍ତି । ଧନଧାନ୍ୟ ପାଇଁ ସମୟ ଉପକୂଳ ଅଟେ । ବ୍ୟବସାୟୀମାନେ ବାଣିଜ୍ୟଭିତ୍ତିକ ହୋଇ ଫଳପ୍ରଦ ହେବେ । ସ୍ୱାସ୍ଥ୍ୟ ସ୍ଥିର ରହିବ । ଆପଣ ପ୍ରତି ପଦକ୍ଷେପରେ ଅତି ସହଜରେ ସଫଳତାର ସ୍ୱାଦ ଚାଖିବେ । ସବୁ ସ୍ଥଳରେ ଆପଣଙ୍କ ମନ ପ୍ରଫୁଲ୍ଳ ରହିବ । ପାରିବାରିକ ଜୀବନରେ ଶାନ୍ତି ରହିବା ସଙ୍ଗେସଙ୍ଗେ ହସ ଖୁସିରେ ଦିନଟି କଟିବ । ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂର ଯାତ୍ରା କରିବାର ଯୋଜନା କରିପାରନ୍ତି । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନ ଆସି କାମ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅର୍ଥଲାଭ ହୋଇପାରେ ।

Today Odia Rashifal (SCORPIO)

ଧନୁ: ଆଜି ଆପଣ ଅଧିକ କ୍ରୋଧିତ ହୋଇପାରନ୍ତି । ନିଜର କ୍ରୋଧ ଉପରେ ଲଗାମ ଦେବାକୁ ଚେଷ୍ଟା କରନ୍ତୁ । ଏହାର କୁପ୍ରଭାବ ସବୁକ୍ଷେତ୍ରରେ ଆପଣଙ୍କୁ ଅପଦସ୍ତ କରାଇବ । ଏପରିକି ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇପାରେ । ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ । ଆପଣଙ୍କର ଜିଦିଆ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ । ଶାରୀରିକ ପିଡା ଓ ଆଳସ୍ୟ ଲାଗିବ । ପ୍ରଥମେ ଆପଣ ରାଗିଯିବେ, ମାତ୍ର ପଛରେ ଅନୁତାପ କରିପାରନ୍ତି । ତେଣୁ ଯଥା ସମ୍ଭବ ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ମନରେ ଦୁଶ୍ଚିନ୍ତା ଭର୍ତ୍ତି କଲେ ଏହାର କୁପ୍ରଭାବ ଶରୀର ଉପରେ ପଡିବ । ତେଣୁ ଈଶ୍ବର ଭକ୍ତିରେ ନିଜକୁ ମଗ୍ନ ରଖନ୍ତୁ । ଫଳରେ କ୍ରୋଧ ଠାରୁ ଦୂରେଇ ପାରିବେ । ଶାନ୍ତି ମିଳିବା ଆଶା କମ । ଦୁଃଶ୍ଚିନ୍ତା ବଢିବ । ସାବଧାନତାର ସହ କାମ କରନ୍ତୁ । ଉଚ୍ଚ ପଦସ୍ଥମାନଙ୍କ ସହ ମନମାଳିନ୍ୟ ହେବାର ସମ୍ଭାବନା ରହିଛି । ଯଥା ସମ୍ଭବ ନିଜ ପ୍ରତିଯୋଗୀ ତଥା ଶତ୍ରୁମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ସେତେ ଭଲ ରହିନପାରେ । ନିଜପାଠ ପଢା ପ୍ରତି ଛାତ୍ରଛାତ୍ରୀମାନେ ଅନାଗ୍ରହ ପ୍ରକାଶ କରିପାରନ୍ତି ।

Today Odia Rashifal (SAGITTARIUS)

ମକର: ସବୁ କାର୍ଯ୍ୟ ଠିକ୍‍ ଠାକ୍‍ ଚାଲିଥିବା ସତ୍ତ୍ବେ ଆପଣ ସନ୍ତୁଷ୍ଟ ରହିବେ ନାହିଁ । ନକରାତ୍ମକ ଚିନ୍ତା ଛାଡନ୍ତୁ । ଦୂର ଯାତ୍ରା ହେବ । ଖର୍ଚ୍ଚ ବଢିବ । ଗଣ୍ଠି ଜନିତ ଜନ୍ତ୍ରଣା ଅନୁଭବ ହେବ । ନିଜ ବ୍ୟବସାୟୀ ସାଥି ସହିତ ଶତୃତା ହୋଇପାରେ । ଜୀବନରେ ସହଜରେ ପରିପୂର୍ଣ୍ଣତା ଆସିବ ନାହିଁ । ପରିବାରର ସଦସ୍ୟଙ୍କ ଦୃଢ଼ ମନୋଭାବ ଯୋଗୁଁ ଆପଣଙ୍କୁ ଧର୍ଯ୍ୟ ଧରି ଶାନ୍ତ ରହିବାକୁ ପଡିପାରେ । ମାତ୍ର ଦିନ ତମାମ ଏପରି ପରିସ୍ଥିତିର ମୁକାବିଲା କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ । ଗୃହର ଝଗଡା ଯୋଗୁଁ ବୃତ୍ତିରେ ଅଗ୍ରଗତି କରିବ ଅତ୍ୟନ୍ତ କଷ୍ଟକର ହୋଇପାରେ । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀମାନଙ୍କୁ ହଇରାଣରେ ପକାଇପାରେ । ଆପଣ ନିଜର ଅସ୍ଥିର ମନୋଭାବକୁ ପରିତ୍ୟାଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି, ତେଣୁ ନିଜର ଅର୍ଜିତ ଧନପ୍ରତି ସତର୍କ ରୁହନ୍ତୁ ।

Today Odia Rashifal (CAPRICORN)

କୁମ୍ଭ: ଆଜିର ଦିନଟି ନକ୍ଷତ୍ରଙ୍କ ଭଳି ଉଜ୍ବଳ ରହିବ । କାର୍ଯ୍ୟର ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ସମୟ ଅତିବାହିତ କରିବେ । ମିଠାକଥା କହି ବନ୍ଧୁଙ୍କୁ ଅପ୍ୟାୟିତ କରିବେ । ନିଜର ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଏବଂ ଶାନ୍ତଶିଷ୍ଟ ବ୍ୟବହାର ପାଇଁ ସମସ୍ତଙ୍କର ହୃଦୟକୁ ଜୟ କରିପାରିବେ । ଏଥିପାଇଁ ଆପଣ ନିଜର ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇପାରିବେ । ଅନ୍ୟମାନଙ୍କ ଠାରୁ ମଧ୍ୟ ସେହିପରି ସାହଯ୍ୟ ଓ ସହାନୁଭୂତି ହାସଲ କରିବେ । ଶାରୀରିକ ସୁସ୍ଥତା ସହ ମନ ଆନନ୍ଦିତ ରହିବ । ବନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ । ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ । ବନ୍ଧୁଙ୍କୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି । ବ୍ୟବସାୟିକ ଉନ୍ନତି କରିବେ । କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନଦେବେ । ବିଦ୍ୟାର୍ଥୀ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ମହିଳାମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଙ୍କର ।

Today Odia Rashifal (AQUARIUS)

ମୀନ: ଆପଣଙ୍କୁ ଗ୍ରହମାନଙ୍କ ଉପସ୍ଥିତି ଉତ୍ସାହିତ କରିବ । ଯଦି ନିର୍ବିଘ୍ନରେ ଆଗକୁ ବଢିବେ ସବୁ କୁଶଳ ହେବ । ଘରେ ସବୁ ସ୍ଥିର । ସ୍ୱାସ୍ଥ୍ୟ ଭଲ ରହିବ । ମା'ଙ୍କ ଠାରୁ ସୁଖବର ପାଇବେ । ସହଜରେ ଲାଭବାନ ହେବେ । କ୍ରମାଗତ ଭାବରେ ଖୁସି ହେବେ । ଏହା ପରିବାର ବା କାର୍ଯ୍ୟ ଦକ୍ଷତା ଯୋଗୁଁ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହୋଇ ଖୁସି ହେବେ । ଆନନ୍ଦ ଅନୁଭବ କରିବେ । ଯାହାକି ଆପଣଙ୍କ କାର୍ଯ୍ୟ, ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ଦ୍ୱାରା ପରିପ୍ରକାଶ ହେବ । ବୟସ୍କ ତଥା ପିତାଙ୍କ ସଂପର୍କରେ ଉନ୍ନତି ହେବ । ମନ ଚାହୁଁଥିବା କାର୍ଯ୍ୟରେ ଆଜି କୌଣସି ଅସୁବିଧା ରହିବ ନାହିଁ ।ଥରେ ଟଙ୍କା ଧାର ଦେବାପରେ ସହଜରେ ଫେରି ପାଇବେ । ତେଣୁ କୌଣସି ବ୍ୟକ୍ତିଙ୍କୁ ଟଙ୍କା ଧାର ଦେଉଥିଲେ ସେଥିପ୍ରତି ଯଥେଷ୍ଟ ସଚେତନ ରୁହନ୍ତୁ । ଅତି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ । ଆପଣଙ୍କ ସରଳତାର କେହି ଫାଇଦା ଉଠାଇ ପାରେ । ଆଜି ଆପଣଙ୍କ ପ୍ରିୟ ଠାକୁରଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନ ଶୁଭ ରହିବ ।

Today Odia Rashifal (PISCES)

ABOUT THE AUTHOR

...view details