ଓଡିଶା

odisha

ETV Bharat / bharat

ବିବାହ ବାର୍ଷିକୀରେ ସ୍ତ୍ରୀକୁ ସରପ୍ରାଇଜ ଦେବା ପାଇଁ ଯାଇଥିଲେ ସ୍ବାମୀ, ଛାଡପତ୍ର କଥା ଶୁଣି ଉଡ଼ିଲା ହୋସ୍ - Wife Demands Divorce For Upsc - WIFE DEMANDS DIVORCE FOR UPSC

Wife Demands Divorce For UPSC: ରାଜସ୍ଥାନରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛିି । ପରୀକ୍ଷାରେ ଫାଇଦା ଉଠାଇବା ପାଇଁ ସ୍ତ୍ରୀ ମାଗିଲେ ଛାଡପତ୍ର । ଅଧ୍କ ପଢନ୍ତୁ

Wife Demands Divorce For UPSC
Wife Demands Divorce For UPSC (ETV Bharat Odisha)

By ETV Bharat Odisha Team

Published : May 14, 2024, 8:29 PM IST

ଜୟପୁର:ହସଖୁସିରେ ଚାଲିଥିବା ସୁନାର ସଂସାର । ବିବାହ ବାର୍ଷିକୀରେ ସ୍ତ୍ରୀକୁ ସରପ୍ରାଇଜ ଦେବା ପାଇଁ ପତ୍ନୀ ଘରକୁ ଯାଇଥିଲେ ସ୍ବାମୀ । ଭାବିଥିଲେ ସ୍ତ୍ରୀ ପାଖକୁ ଯାଇ ସରପ୍ରାଇଜ ଦେଲେ ସେ ଖୁସି ହେବ । ହେଲେ ସ୍ତ୍ରୀ ଯେଉଁଭଳି ସରପ୍ରାଇଜ ଦେଲେ ସ୍ବାମୀ ଚକିତ ହୋଇଗଲେ । ସରକାରୀ ଚାକିରି ମୋହରେ ହିତାହିତ ଜ୍ଞାନ ହରାଇ ବସିଥିଲେ ସ୍ତ୍ରୀ । ଉଚ୍ଚ ପଦବୀରେ ବସିବା ପାଇଁ ସୁନାର ସଂସାର ଚୁନା କରିବାକୁ ମଧ୍ୟ ପଛାଇଲେ ନାହିଁ । ୟୁପିଏସସି ପରୀକ୍ଷାରେ ଛାଡପତ୍ର କୋଟାର ଲାଭ ଉଠାଇବା ପାଇଁ ବିବାହ ବାର୍ଷିକୀରେ ସ୍ତ୍ରୀକୁ ଛାଡପତ୍ର ମାଗିଲେ ସ୍ତ୍ରୀ । ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଜୟପୁରରୁ ।

ଏନେଇ ସ୍ବାମୀ ଜୟପୁରର କରଧନୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ସ୍ବାମୀ ଅଭିଯୋଗ କରି କହିଛନ୍ତି, "ଯେତେବେଳେ ସ୍ବାମୀ ଛାଡପତ୍ର ଦେବାକୁ ମନା କରିଦେଇଥିଲେ ସେତେବେଳେ ସ୍ତ୍ରୀ ତାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରିବା ନେଇ ଧମକ ଦେଇଥିଲେ । ଅନ୍ୟପଟେ ସ୍ତ୍ରୀ ମଧ୍ୟ ସ୍ବାମୀ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଶାଶୁକୁ ପ୍ରେମ କରୁଥିଲା ଜ୍ବାଇଁ; ଦୁହିଁଙ୍କ ବାହାଘର କରାଇଲେ ଶ୍ବଶୁର - Man marries Mother In Law

ଏନେଇ କରଧନୀ ପୋଲିସ ଥାନାର ସବ ଇନ୍ସପେକ୍ଟର ଆଶିଷ କୁମାର କହିଛନ୍ତି, କାଲବାଡ ରୋଡ ନିବାସୀ 11 ମେରେ ନିଜ ପତ୍ନୀ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସ୍ତ୍ରୀ ପ୍ରତାପଗଡରେ ରହୁଛନ୍ତି । ୟୁପିଏସସିରେ ଛାଡପତ୍ର କୋଟାର ଫାଇଦା ଉଠାଇବା ପାଇଁ ପତ୍ନୀ ଛାଡପତ୍ର ମାଗୁଛନ୍ତି । ସ୍ବାମୀ ଫଟୋଗ୍ରାଫି କରନ୍ତି । 2013 ମସିହାରେ ସେ ପ୍ରତାପଗଡ ଯାଇ ସେଠାରେ ଯୁବତୀଙ୍କୁ ଭେଟିଥିଲେ । 2016 ମସିହାରେ ଯୁବତୀଜଣକ ଜୟପୁର ଅଧ୍ୟୟନ ପାଇଁ ଆସିଥିଲେ । ଏହି ସମୟରେ ଦୁହେଁ ପ୍ରେମରେ ପଡି 2021 ମସିହାରେ ହିନ୍ଦୁ ରୀତିନୀତିରେ ନିର୍ବନ୍ଧ କରିଥିଲେ । ଅଭିଯୋଗକାରୀଙ୍କ ପତ୍ନୀ ସେପ୍ଟେମ୍ବର 2022 ରେ ସରକାରୀ ଚାକିରି ପାଇଥିଲେ । ତେବେ ଚାକିରି ପାଇବା ପରେ ୟୁପିଏସସି ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି ବୋଲି ସ୍ତ୍ରୀ କହିଥିଲେ । ଯଦି ଏହା ସମ୍ଭବ ହୁଏ ତେବେ ବିବାହ କରିବେ ବୋଲି କହିଥିଲେ । କିନ୍ତୁ ଫେବୃଆରୀ 2023ରେ ପ୍ରତାପଗଡରେ ଦୁହେଁ ବିବାହ କରିଥିଲେ । ଏହାପରେ ଦୁହେଁ ଜୟପୁରରେ ରହୁଥିଲେ ।

ପୀଡିତା ଅଭିଯୋଗ କରିଛନ୍ତି ଯେ ଜୟପୁର ଆସିବା ପରଦିନ ହିଁ ସ୍ତ୍ରୀ ଛାଡପତ୍ର କଥା କହିଥିଲେ । ଛାଡପତ୍ର କୋଟା ପାଇବା ପାଇଁ ଗୋଟିଏ ବର୍ଷ ପରେ ଉଭୟ ସେମାନଙ୍କ ସହମତି କ୍ରମେ ଛାଡପତ୍ର ଦେବା ନେଇ କହିଥିଲେ । କିନ୍ତୁ ସ୍ବାମୀ ଏନେଇ କୌଣସି ମନ୍ତବ୍ୟ ଦେଇନଥିଲେ । ଏହା ପରେ ପତ୍ନୀ ପ୍ରତାପଗଡରେ ଥିବା ତାଙ୍କ ଘରକୁ ଯାଇଥିଲେ । ଅଭିଯୋଗକାରୀ କହିଛନ୍ତି ଯେ ବିବାହର 1ବର୍ଷ ପରେ ଯେତେବେଳେ ସେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ପ୍ରତାପଗଡରେ ତାଙ୍କ ପତ୍ନୀଙ୍କ ନିକଟରେ ପହଞ୍ଚିଥିଲେ, ସେତେବେଳେ ସେ ଛାଡପତ୍ର ମାଗିଥିଲେ ଏବଂ ଯଦି ସେ ମନା କରନ୍ତି ତେବେ ତାଙ୍କୁ ମିଥ୍ୟା ମାମଲାରେ ଜଡିତ କରାଯିବ ବୋଲି ଧମକ ଦେଇଥିଲେ । ପୋଲିସ ପୀଡିତାଙ୍କ ରିପୋର୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପତ୍ନୀ ଅଭିଯୋଗ କରି କହିଛନ୍ତି, ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ବହୁତ ନିର୍ଯାତନା ଦିଆଯାଇଥିଲା । ଚାପରେ ଏହି ବିବାହ ମଧ୍ୟ କରାଯାଇଥିଲା। ବିବାହ ପରେ ଯୌତୁକ ପାଇଁ ଦାବି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details