ଓଡିଶା

odisha

ETV Bharat / bharat

ସହଯୋଗୀଙ୍କ ଘରକୁ ଯାଉଥିଲେ ଟିଏମସି ନେତା, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ - ଟିଏମସି ନେତାଙ୍କୁ ହତ୍ୟା

TMC Leader Shot Out: ପଶ୍ଚିମବଙ୍ଗର 24 ପ୍ରଗଣା ଜିଲ୍ଲାର ଅଶୋକନଗରରେ ତୃଣମୂଳ କଂଗ୍ରେସର(TMC) ନେତାଙ୍କୁ ଗୁଳିକରି ହତ୍ୟା । ମୃତ ନେତା ହେଲେ ବିଜନ ଦାସ । ଅଧିକ ପଢନ୍ତୁ

TMC Leader Shot Out
TMC Leader Shot Out

By ETV Bharat Odisha Team

Published : Feb 26, 2024, 12:54 PM IST

କୋଲକାତା:ଜମି ବିବାଦକୁ ନେଇ ଗଡିଲା ନେତାଙ୍କ ମୁଣ୍ଡ । ତୃଣମୂଳ କଂଗ୍ରେସର(TMC) ନେତାଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗର 24 ପ୍ରଗଣା ଜିଲ୍ଲାର ଅଶୋକନଗରରେ ଘଟିଛି ଏହି ହତ୍ୟାକାଣ୍ଡ । ଜମି ବିବାଦକୁ ନେଇ 49 ବର୍ଷୀୟ ଟିମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ନୋଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ନେତା ହେଲେ ବିଜନ ଦାସ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସର ସୂଚନା ଅନୁସାରେ, ପାର୍ଟିର ଏକ ସହଯୋଗୀ ଘରକୁ ଯାଉଥିଲେ ବିଜନ ଦାସ । ଏହି ସମୟରେ କିଛି ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଦୁଇ ଥର ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା । ଗୋଟି ଗୁଳି ତାଙ୍କ ମୁଣ୍ଡକୁ ବାଜିଥିବା ବେଳେ ଅନ୍ୟଟି ତାଙ୍କ ବାମ କାନକୁ ବାଜିଥିଲା।

ଏହା ମଧ୍ୟ ପଢନ୍ତୁ: ସ୍ପଷ୍ଟ ଦିବାଲୋକରେ TMC ନେତାଙ୍କୁ ଗୁଳିକରି ହତ୍ୟା

ଅନ୍ୟପଟେ ଜଣେ ସ୍ଥାନୀୟ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମ ପିଟିଆଇକୁ ସୂଚନା ଦେଇ କହିଛନ୍ତି, " ବିଜନ ଦାସଙ୍କୁ ଆକ୍ରମଣ ହେବା ପରେ ତାଙ୍କୁ ପ୍ରଥମେ ବାରାସାତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆମେ ଘଟଣାର ତଦନ୍ତ ଆରମ୍ଭ କରିଛୁ। "

ଅନ୍ୟପଟେ ବାରାସାତ ସାଂସଦ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, "ଏହା ଏକ ଦୁଃଖଦ ଘଟଣା ଅଟେ । ବିଜନଙ୍କ ମୃତ୍ୟୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ଛାତ୍ର ରାଜନୀତିରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେବେ ଠାରୁ ସେ ତୃଣମୂଳ କଂଗ୍ରେସ ସହିତ ରହିଛନ୍ତି । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।"

ପ୍ରକାଶଥାଉକି, ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଦେଖାଯାଉଛି । ଗତ ଜାନୁଆରୀ 7 ତାରିଖରେ ସ୍ପଷ୍ଟ ଦିବାଲୋକରେ TMC ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ମୁର୍ଶିଦାବାଦ ଜିଲ୍ଲା ବରହମ୍ପୋର ଅଞ୍ଚଳରେ 65 ବର୍ଷୀୟ ସତ୍ୟନ ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା । ସେ ମୁର୍ଶିଦାବାଦ ଟିଏମସିର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ସତ୍ୟନ ଚୌଧୁରୀ ବରହମ୍ପୋର ଅଞ୍ଚଳର ଭରତପୁରରେ ନିର୍ମାଣାଧୀନ ଏକ କୋଠା ନିକଟରେ ନିଜର କିଛି ସହଯୋଗୀଙ୍କ ବସିଥିବା ବେଳେ ମଧ୍ୟାହ୍ନରେ କିଛି ଯୁବକ ବାଇକରେ ଆସି ଅତର୍କିତ ଗୁଳିମାଡ କରିଥିଲେ । ତାଙ୍କ ଦେହେରେ 3ଟି ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details