ଓଡିଶା

odisha

ETV Bharat / bharat

ତିରୁପତି ଲଡୁ ବିବାଦରେ ସୁପ୍ରିମ ରାୟ, 'ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ' - Tirupati Laddu Controversy - TIRUPATI LADDU CONTROVERSY

Tirupati Laddu Row: ତିରୁପତି ଲଡୁ ବିବାଦ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ନେଇ ଭକ୍ତଙ୍କ ଭାବାବେଗ ସହ ନଖେଳିବାକୁ କହି କଡ଼ା ଭର୍ତ୍ସନା କରିଛନ୍ତି । ଶୁଣାଣିରେ ସର୍ବୋଚ୍ଚ ଅଦାଲତ କ'ଣ କହିଛନ୍ତି ଜାଣନ୍ତୁ ।

Tirupati Laddu Row
Tirupati Laddu Row (ETV Bharat)

By ETV Bharat Odisha Team

Published : Sep 30, 2024, 6:11 PM IST

ନୂଆଦିଲ୍ଲୀ:ତିରୁପତି ଲଡୁ ବିବାଦ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, "ଭଗବାନଙ୍କୁ ନେଇ ରାଜନୀତି କରାନଯାଉ । କାରଣ ଭଗବାନଙ୍କ ପ୍ରସାଦ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ । ଏଭଳି ବିବାଦ ଦ୍ବାରା ଭକ୍ତଙ୍କ ଆସ୍ଥା ତୁଟିନଯାଉ ।"

ସୁପ୍ରିମକୋର୍ଟଙ୍କ ଶୁଣାଣି:

Tirupati Laddu Row (ETV Bharat)

ଜଷ୍ଟିସ ବିଆର ଗଭାଇ ଓ କେଭି ବିଶ୍ବନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । "ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ । କାରଣ ଅନେକ ଶ୍ରଦ୍ଧାଳୁଙ୍କ ଆସ୍ଥା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କଲାଣି । ଯଦି ଆପଣ SIT ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତେବେ ତଦନ୍ତ ପୂର୍ବରୁ ଗଣମାଧ୍ୟମକୁ ଯିବା କ'ଣ ଆବଶ୍ୟକତା ଥିଲା ? ଏହି ଯାଞ୍ଚ ରାଜ୍ୟ ସରକାରଙ୍କୁ ଦ୍ବାରା ପୂର୍ବରୁ ନିଯୁକ୍ତ ହୋଇଥିବା ଏସଆଇଟି କରିବେ ନା ସ୍ବତନ୍ତ୍ର ଏଜେନ୍ସି କରିବେ ତାହାର ନିର୍ଣ୍ଣୟ କରନ୍ତୁ ସଲିସିଟର ଜେନେରାଲ" ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଛି କି ହାନିକାରକ ଘିଅ ? ଖଣ୍ଡନ କଲା ମହାସୁଆର ନିଯୋଗ - specified company ghee using Khaja

ତିରୁପତି ଲଡୁ ବିବାଦ:

ତିରୁପତି ବାଲାଜୀ ମନ୍ଦିର ପ୍ରସାଦରେ ପଶୁ ଚର୍ବି ଓ ନିମ୍ନମାନର ସାମଗ୍ରୀ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଦେଶରେ ତେଜିଛି ବିବାଦ । ତତକାଳୀନ YSRCP ସରକାର ସମୟରେ ଏପରି କରାଯାଉଥିବା ଅଭିଯୋଗ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି । NDDB ଲ୍ୟାବ ରିପୋର୍ଟରେ ଏହା ପ୍ରମାଣିତ ହୋଇଥିବା କହିଛନ୍ତି ଶାସକ TDP ।

ଏହା ବି ପଢନ୍ତୁ...ଏହା ମଧ୍ୟ ପଢନ୍ତୁ-ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ,'ମହାପ୍ରଭୁଙ୍କ ମହାପ୍ରସାଦ ମାନ ହେବ ପରୀକ୍ଷଣ, ବ୍ୟବହାର ହେଉନି ନକଲି ଘିଅ' - Mahaprasad and ghee quality check

ଏହା ମଧ୍ୟ ପଢନ୍ତୁ-ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ଜିଲ୍ଲାପାଳ କହିଲେ ଯାଞ୍ଚ ହେବ - Srimandir Ghee Quality

ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ ଉଠିଥିଲା:

Tirupati Laddu Row (ETV Bharat Odisha)
ପୁରୀ ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ପ୍ରଶ୍ନ ଉଠିଥିଲା । ଏହା ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ହୋଇଥିବାର ଘିଅର ମାନ ଯାଞ୍ଚ ପାଇଁ ଦାବି ହୋଇଥିଲା । ଏହାକୁ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଥିଲେ, "ଶ୍ରୀମନ୍ଦିରରେ କୋଠ ଭୋଗ ଓ ବରାଦୀ ଭୋଗରେ ଘିଅ ବ୍ୟବହାର ହୋଇଥାଏ । ତେବେ ଘିଅର ମାନକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଘିଅର ମାନକୁ ଯାଞ୍ଚ କରାଯିବ । ତିରୁପତି ମନ୍ଦିରରେ ଅପମିଶ୍ରିତ ଘିଅକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ ଆମେ ଶ୍ରୀମନ୍ଦିରକୁ ଯୋଗାଣ ହେଉଥିବା ଘିଅର ମାନ ମଧ୍ୟ ଯାଞ୍ଚ କରିବୁ । ତେବେ ଶ୍ରୀମନ୍ଦିରକୁ ଓମଫେଡ ପକ୍ଷରୁ ଘିଅ ଯୋଗାଇ ଦିଆଯାଉଛି । ଶ୍ରୀମନ୍ଦିରକୁ ଆସୁଥିବା ଘିଅର ମାନ କିଭଳି ବଜାୟ ରହିବ ସେନେଇ ସୁଆର ମହାସୁଆର ନିଯୋଗ, ଓମଫେଡ ସହ ଆଲୋଚନା ହେବ ।"

ଏହା ମଧ୍ୟ ପଢନ୍ତୁ-ତିରୁପତି ବାଲାଜୀ ପ୍ରସାଦ ବିବାଦ; ଜାଣନ୍ତୁ ଲଡୁରେ ବ୍ୟବହୃତ ଘିଅ ଦାମ କେତେ ? - SRIVARI LADDU PRASADAM

ABOUT THE AUTHOR

...view details