ଓଡିଶା

odisha

ETV Bharat / bharat

ବଜେଟ 2024: ବଜେଟରୁ ଓଡିଶା କଣ ପାଇବ ବୁଝାଇଲେ ଧର୍ମେନ୍ଦ୍ର - ଅନ୍ତରୀଣ ବଜେଟ 2024

Dharmendra Pradhan on Interim Budget: ଧର୍ମେନ୍ଦ୍ର କହିଛନ୍ତି ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଅନୁସନ୍ଧାନକୁ ଜୋର ଦେବାକୁ ପଡିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଦୃରଦୃଷ୍ଟି ସମ୍ପନ୍ନ ନୀତିକୁ ସଫଳ କରିବା ପାଇଁ ଅର୍ଥମନ୍ତ୍ରୀ ଏକ ଗେମ ଚେଞ୍ଜର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ବଜେଟ2024: ବଜେଟରୁ ଓଡିଶା କଣ ପାଇବ ବୁଝାଇଲେ ଧର୍ମେନ୍ଦ୍ର ପ୍ରଧାନ
ବଜେଟ2024: ବଜେଟରୁ ଓଡିଶା କଣ ପାଇବ ବୁଝାଇଲେ ଧର୍ମେନ୍ଦ୍ର ପ୍ରଧାନ

By ETV Bharat Odisha Team

Published : Feb 1, 2024, 5:36 PM IST

ବଜେଟ2024: ବଜେଟରୁ ଓଡିଶା କଣ ପାଇବ ବୁଝାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବିକଶିତ ଭାରତର ଲୋକାଭିମୁଖୀ ଏବଂ ଅଭିବୃଦ୍ଧି ପ୍ରୋତ୍ସାହନକାରୀ ଅନ୍ତରୀଣ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟ ସୃଜନଶୀଳ ଭାରତ, ବିକଶିତ ଭାରତ ଗଠନ ପାଇଁ ବଡ ଶକ୍ତି ଯୋଗାଇବ । ଭାରତର ଅର୍ଥନୀତି ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବିଶ୍ବାସ ବଢିଛି । ରିଫର୍ମ, ପଫର୍ମ ଓ ଟ୍ରାନ୍ସଫର୍ମ ମୋଦି ସରକାରର ମୂଳମନ୍ତ୍ର ହୋଇଛି । ଫିଜିକାଲ ଇନଫାଷ୍ଟ୍ରକଚର, ଡିଜିଟାଲ ପବ୍ଲିକ ଇନଫାଷ୍ଟ୍ରକଚର ଉପରେ ଏହି ସରକାର ପ୍ରାଥମିକତା ଅଛି । ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ସହ ଅନୁସନ୍ଧାନ ପାଇଁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦେଇଛନ୍ତି ବଜେଟରେ ପ୍ରଧାନମନ୍ତ୍ରୀ । ଲୋକସଭାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି 2024-25 ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଆଗତ କରିବା ପରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢନ୍ତୁ- ବଜେଟ 2024: କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି, PM-KISANରେ 11.8 କୋଟି ଚାଷୀଙ୍କୁ ଆର୍ଥିକ ସହାୟତା

ଧର୍ମେନ୍ଦ୍ର କହିଛନ୍ତି, ‘‘ଯେତେବେଳେ ଗୋଟିଏ ସଭ୍ୟତାକୁ ଆଗକୁ ନେବାକୁ ହୁଏ, ଭାରତ ଭଳି ଦେଶକୁ ବିକାଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ହେଲେ ଅନୁସନ୍ଧାନକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଶିକ୍ଷା, ଗବେଷଣା, ଜ୍ଞାନ ଉପରେ ଅଧିକ ଖର୍ଚ୍ଚ କରିବା ପାଇଁ ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବି ଜାତୀୟ ଶିକ୍ଷାନୀତିର ସଫଳ କାର୍ଯ୍ୟକାରୀ ପାଇଁ ଅନ୍ତରୀଣ ବଜେଟର ଉଲ୍ଲେଖ ରହିଛି । ପିଏମଶ୍ରୀ ସ୍କୁଲ, ସ୍କିଲ ଇଣ୍ଡିଆ ଅଭିଯାନ, ଆଇଆଇଟି, ଆଇଆଇଆଇଟି, ଆଇଆଇଏମ, ଏମସ ଓ 390ରୁ ଗଠନ ହୋଇଥିବା ନୂଆ ବିଶ୍ବବିଦ୍ୟାଳୟ ସମ୍ପର୍କରେ ବଜେଟରେ ଅନୁଦାନ ଯୋଗାଇ ଦିଆଯାଇଛି ।’’

ସେହିପରି ଅନ୍ତରୀଣ ବଜେଟକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଅନୁସନ୍ଧାନକୁ ଯୋର ଦେବାକୁ ପଡିବ, ଇନୋଭେସନକୁ ଯୋର ଦେବାକୁ ପଡିବ ଗବେଷଣା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହିଦୃରଦୃଷ୍ଟି ସମ୍ପନ୍ନ ନୀତିକୁ ସଫଳ କରିବା ପାଇଁ ଅର୍ଥମନ୍ତ୍ରୀ ଏକ ଗେମ ଚେଞ୍ଜର ଘୋଷଣା କରିଛନ୍ତି । ଏକ ଲକ୍ଷ କୋଟିର ଏକ କର୍ପସ ଫଣ୍ଡ ଭାରତ ସରକାର ତିଆରି କରିବେ । ସରକାରୀ ଅନୁଷ୍ଠାନ ହୁଅନ୍ତୁ କି ଘରୋଇ ଉଦ୍ୟୋଗ ଯେଉଁମାନେ ଗବେଷଣା ମାଧ୍ୟମରେ ଇନୋଭେସନକୁ ଜୋର ଦେବେ ସେମାନଙ୍କୁ 50 ବର୍ଷ ପର୍ଯ୍ୟନ୍ତ ବିନା ସୁଦ୍ଧରେ ଏହି ଫଣ୍ଡରୁ ସରକାର ଅର୍ଥ ଯୋଗାଇ ଦେବେ । ଯାହାର ସିଧା ଲାଭ ଯୁବଶକ୍ତି ଯୁବ ବୈଜ୍ଞାନିକମାନେ ନେଇ ପାରିବେ ।

ଅଧିକ ପଢନ୍ତୁ- ଦେଶର 4 ସ୍ତମ୍ଭକୁ ମଜବୁତ କରିବ ଅନ୍ତରୀଣ ବଜେଟ: ପ୍ରଧାନମନ୍ତ୍ରୀ

ସେହିଭଳି ଧର୍ମେନ୍ଦ୍ର କହିଛନ୍ତି ଦେଶର 2 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ଏକ କୋଟି ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି । ଏହି ଏକ କୋଟି ଲକ୍ଷପତି ଦିଦିଙ୍କ ଅନୁଭବ କୁ ଅନୁଧ୍ୟାନ କଲା ପରେ ଭାରତ ସରକାର ଆଉ ଏକ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ମୋଟ ଉପରେ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆଜିର ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପିଏମ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଅଧିକ 2 କୋଟି ବାସଗୃହ ନିର୍ମାଣ କରାଯିବ ।

ଅନ୍ୟପଟେ ଧର୍ମେନ୍ଦ୍ର କହିଛନ୍ତି ପୂର୍ବଭାରତ ସବୁବେଳେ ମୋଦି ସରକାର ପ୍ରାଥମିକତାରେ ରହିଆସିଛି । ତାକୁ ଧ୍ୟାନରେ ରଖି ଚଳିତ ବଜେଟରେ ରେଳବାଇ କ୍ଷେତ୍ରରେ 3 ଟି ସ୍ବତନ୍ତ୍ର କରିଡର ନିର୍ମାଣ ପାଇଁ ଘୋଷଣା କରାଯାଇଛି । ଏନାର୍ଜି କରିଡର, ମିନେରାଲ କରିଡର ଓ ସିମେଣ୍ଟ କରିଡର ନିର୍ମାଣ ହେବ। ଏହି ସମସ୍ତ କରିଡରରୁ ଓଡିଶା ଭଳି ରାଜ୍ୟ ବ୍ୟାପକ ଲାଭାନ୍ବିତ ହେବ । ରାଜ୍ୟରେ ରୋଜଗାର ବଢିବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଧିକ ମାନବ ସମ୍ବଳ ବିନିଯୋଗ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details