ଓଡିଶା

odisha

ETV Bharat / bharat

ଦିଲ୍ଲୀ ଭଳି ବିହାରରେ ଅଛି ଜଣେ ଶେହଜାଦା, ଯିଏକି ରାଜ୍ୟକୁ ନିଜ ସମ୍ପତ୍ତି ଭାବୁଛି: ମୋଦି - PM Modi targets Tejashwi Yadav - PM MODI TARGETS TEJASHWI YADAV

PM Modi targets Tejashwi Yadav: ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୋଦିଙ୍କ ଟାର୍ଗେଟ । କହିଲେ ଦିଲ୍ଲୀ ଭଳି ବିହାରରେ ବି ଜଣେ ଶେହଜାଦା ଅଛି । ଅଧିକ ପଢନ୍ତୁ

PM Modi
PM Modi (Etv Bharat Odisha)

By ETV Bharat Odisha Team

Published : May 4, 2024, 7:15 PM IST

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଶାନା । ତେଜସ୍ବୀଙ୍କୁ 'ଶେହଜାଦା' ସମ୍ବୋଧନ କରି ଟାର୍ଗେଟ କଲେ ମୋଦି । 'ଦିଲ୍ଲୀ ଶେହଜାଦା (ରାହୁଲ ଗାନ୍ଧୀ) ଭଳି ବିହାରରେ ବି ଜଣେ ଶେହଜାଦା ଅଛି, ଯିଏକି ରାଜ୍ୟକୁ ନିଜ ସମ୍ପତ୍ତି ଭାବୁଛି ।' ବିହାର ଦରଭଙ୍ଗାରେ ଏକ ଜନସଭାକୁ ସମ୍ବୋଧିତ କରି ଏପରି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଦିଲ୍ଲୀ ଶେହଜାଦା ଭଳି ବିହାରରେ ମଧ୍ୟ ଜଣେ ଶେହଜାଦା ଅଛି । ଯିଏକି ବିହାରକୁ ନିଜ ସମ୍ପତ୍ତି ବୋଲି ମାନି ନେଇଛି । ଏହି 2 ଶେହଜାଦାଙ୍କ ରିପୋର୍ଟ କାର୍ଡ ଦେଖିଲେ ଦୁର୍ନୀତି ବ୍ୟତୀତ ଆଉ କିଛି ମିଳିବ ନାହିଁ ।" ବିହାରର ଚାକିରି ବଦଳରେ ଜମି ଦୁର୍ନୀତି ପ୍ରସଙ୍ଗ ଉଠାଇ ଆରଜେଡିକୁ ମୋଦି ଟାର୍ଗେଟ କରିଛନ୍ତି । ଏହି ଦଳ କେବଳ ତୁଷ୍ଟିକରଣ ରାଜନୀତିରେ ଜଡ଼ିତ ବୋଲି ମୋଦି କହିଛନ୍ତି ।" ଚାକିରି ଦେବା ପୂର୍ବରୁ ଆରଜେଡି ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ଜମି ନେଉଥିଲା । ପୂର୍ବରୁ ତୃଷ୍ଟିକରଣ ରାଜନୀତିରେ ଜଡ଼ିତ ଆରଜେଡି ଏବେ ସେନାରେ କିଏ ହିନ୍ଦୁ ଓ କିଏ ମୁସଲିମ ତାକୁ ଗଣିବା ଆରମ୍ଭ କରିଛି । ଦେଶର ଏକତା ଓ ସମାଜକୁ ଭାଙ୍ଗିବା ଲାଗି ଏମାନେ କିଛି ବି କରିପାରିବେ ।"

ଏହା ବି ପଢନ୍ତୁ- ରାହୁଲ, ଲାଲୁଙ୍କୁ ମୋଗଲ ବିଚାରଧାରୀ କହିଲେ ମୋଦି; ଜବାବ ରଖିଲେ ତେଜସ୍ବୀ

କଂଗ୍ରେସକୁ ପୁଣି ଟାର୍ଗେଟ କରି ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କଥା ଉଠାଇଛନ୍ତି । ନେହେରୁ ମଧ୍ୟ ସେତେବେଳେ ଧର୍ମ ଆଧାରିତ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରିଥିଲେ ବୋଲି ମୋଦି କହିଛନ୍ତି । "75 ବର୍ଷ ପୂର୍ବରୁ ବାବା ସାହେବ ଆମ୍ବେଦକର ନିଷ୍ପତ୍ତି ନେଇଥିଲେ ଯେ ଧର୍ମ ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଦିଆଯିବ ନାହିଁ । ପଣ୍ଡିତ ନେହେରୁ ମଧ୍ୟ ଏହାକୁ ବିରୋଧ କରୁଥିଲେ । ହେଲେ ଏବେ କଂଗ୍ରେସ ପଣ୍ଡିତ ନେହେରୁଙ୍କ ବିରୋଧରେ ଯାଉଛି । କଂଗ୍ରେସ ଓବିସି ସଂରକ୍ଷଣ ହଟାଇ ଧର୍ମ ଆଧାରରେ ମୁସଲିମଙ୍କୁ ସଂରକ୍ଷଣ ଦେବାକୁ ଉଦ୍ୟମ କରୁଛି । କଂଗ୍ରେସର ଏହି ଷଡ଼ଯନ୍ତ୍ରରେ ଆରଜେଡି ମଧ୍ୟ ସମର୍ଥନ ଦେଉଛି। "

ପ୍ରଧାନମନ୍ତ୍ରୀ ମୋଦି ଏହି ଗସ୍ତରେ କେନ୍ଦ୍ରର ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରି କହିଛନ୍ତି, "ଗତ 10 ବର୍ଷ ମଧ୍ୟରେ ଏନଡିଏ ମେଣ୍ଟ 40ଲକ୍ଷ ଗରିବ ପରିବାରକୁ ପକ୍କା ଘର ଦେଇଛି । 1.25କୋଟି ଲୋକଙ୍କୁ ସିଲିଣ୍ଡର ଗ୍ୟାସ ପ୍ରଦାନ କରାଯାଇଛି । ଏବେ ସାରା ବିଶ୍ବରେ ଭାରତର ଭାବମୂର୍ତ୍ତି ଭିନ୍ନ ରହିଛି । ଆଜି ଭାରତ ଚନ୍ଦ୍ରରେ ପହଞ୍ଚିଛି, ଯାହାକି ପୂର୍ବରୁ କେବେ ଘଟିନଥିଲା । ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ଏନଡିଏ ବିହାର ବିକାଶ ଲାଗି କାମ କରୁଛି । ଆମ ପ୍ରେରଣା ହେଉଛନ୍ତି କର୍ପୁରି ଠାକୁର, ଯାହାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।"

ବିହାରର ଦରଭଙ୍ଗା ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟ ତଥା ଆସନ୍ତା ମେ 13 ତାରିଖରେ ମତଦାନ ରହିଛି । ସମସ୍ତ ପର୍ଯ୍ୟାୟରେ ବିହାରର 40ଟି ଲୋକସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେଉଛି । ଗତ 2019 ନିର୍ବାଚନରେ 40ଆସନ ମଧ୍ୟରୁ ବିଜେପି ନେତୃତ୍ବାଧୀନ ଏନଡିଏ ହାତକୁ 39ଟି ଆସନ ଯାଇଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details