ଓଡିଶା

odisha

By ETV Bharat Odisha Team

Published : Mar 24, 2024, 1:26 PM IST

ETV Bharat / bharat

ଖର୍ଚ୍ଚ ପାଇଁ ଟଙ୍କା ନଦେବାରୁ ସୁପାରି ଦେଇ ବାପାକୁ ହତ୍ୟା କଲା ପୁଅ - Teen killed father

Son hires killers to kill father: ଖର୍ଚ୍ଚ କରିବାକୁ ବାପା ଯଥେଷ୍ଟ ଟଙ୍କା ନଦେବାରୁ ପୁଅର ନୃଶଂସ କାଣ୍ଡ । ସୁପାରି ଦେଇ ନିଜ ବାପାକୁ ହତ୍ୟା କଲା ପୁଅ । ଅଧିକ ପଢନ୍ତୁ

ଖର୍ଚ୍ଚ ପାଇଁ ଟଙ୍କା ନଦେବାରୁ ସୁପାରି ଦେଇ ବାପାକୁ ହତ୍ୟା କଲା ପୁଅ
ଖର୍ଚ୍ଚ ପାଇଁ ଟଙ୍କା ନଦେବାରୁ ସୁପାରି ଦେଇ ବାପାକୁ ହତ୍ୟା କଲା ପୁଅ

ଲକ୍ଷ୍ନୌ:ଖର୍ଚ୍ଚ ପାଇଁ ଟଙ୍କା ନଦେବାରୁ ବାପାକୁ ହତ୍ୟା । ୬ ଲକ୍ଷ ଟଙ୍କା ସୁପାରି ଦେଇ ନିଜ ବାପାକୁ ମାରିଦେଲା ନାବାଳକ ପୁଅ । ସମସ୍ତଙ୍କୁ ତାଜୁବ କଲାଭଳି ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ ପ୍ରୟାଗରାଜରେ । ଜଣେ ୧୬ ବର୍ଷର ପୁଅ ସୁଟରଙ୍କୁ ଟଙ୍କା ଦେଇ ନିଜ ବାପାକୁ ହତ୍ୟା କରିଛି । ତଦନ୍ତରୁ ଯାହା ଜଣାପଡିଛି, ନାବାଳକ କୁସଙ୍ଗତିରେ ପଡିଥିବାରୁ ବାପା ତାକୁ ତାଗିଦ୍ କରୁଥିଲେ । ଖର୍ଚ୍ଚ କରିବାକୁ ବେଶୀ ଟଙ୍କା ଦେଉନଥିଲେ । ଯେଉଁଥିରେ ରାଗି ଯାଇ ପୁଅ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସମେତ ୪ ଜଣଙ୍କୁ ଗିରଫ କରିଛି । ଆଉ ୨ ଅଭିଯୁକ୍ତ ଫେରାର୍ ଅଛନ୍ତି ।

ଗତ ୨୧ ତାରିଖ ସକାଳ ୯ଟାରେ ୫୦ ବର୍ଷୀୟ ଫର୍ଣ୍ଣିଚର ବ୍ୟବସାୟୀ ମହମ୍ମଦ ନଇମ ନିଜ ପୁଅକୁ ସ୍କୁଲକୁ ଛାଡିବାକୁ ଯାଉଥିଲେ । ଏହି ସମୟରେ ୩ ଅଜ୍ଞାତ ବଦମାସ ନଇମଙ୍କୁ ସର୍ବସମ୍ମୁଖରେ ଆଖିବୁଜା ଗୁଳିମାଡ କରି ଫେରାର୍ ହୋଇଯାଇଥିଲେ । ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏହି ହତ୍ୟା ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିଥିଲା । ତଦନ୍ତରୁ ବ୍ୟବସାୟୀଙ୍କ ହତ୍ୟା ପଛରେ ତାଙ୍କର ଜନ୍ମକଲା ନାବାଳକ ପୁଅର ହାତ ଥିବା ଜଣାପଡିଥିଲା ।

ସିସିଟିଭି ଫୁଟେଜରୁ ମିଳିଲା ସୁରାକ:ପୋଲିସ ତଦନ୍ତ ପୂର୍ବକୁ ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ସେଥିରେ ଗୁଳିମାଡ କରିଥିବା ୩ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ କରାଯାଇଥିଲା । ଏହାପରେ ପୁରା ଘଟଣା ଉପରୁ ଉଠିଥିଲା ପରଦା । ମୃତ ବ୍ୟବସାୟୀଙ୍କ ପୁଅ ନିଜ ସାଙ୍ଗମାନଙ୍କ ସହ ମିଶି ବାପାର ହତ୍ୟା ଷଡଯନ୍ତ୍ର ରଚିଥିବା ଜଣାପଡିଥିଲା । ବାପାକୁ ମାରିବାକୁ ସେ ୬ ଲକ୍ଷ ଟଙ୍କା ସୁପାରି ଦେଇଥିଲା । ଯୋଜନା ଅନୁସାରେ ବ୍ୟବସାୟୀ ଜଣକ ତାକୁ ସ୍କୁଲ ଛାଡିବାକୁ ଯାଉଥିବା ବାଟରେ ସୁପାରିକିଲର ତାଙ୍କୁ ଗୁଳି କରିଥିଲେ ।

ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ପୁଅ ଖରାପ ସଙ୍ଗତିରେ ଥିଲା । କେତେବେଳେ ଘରୁ ତ ଆଉ କେତେବେଳେ ଦୋକାନରୁ ଟଙ୍କା ଚୋରି କରିନେଉଥିଲା । ତେଣୁ ବ୍ୟବସାୟୀ ବାପା ଅନେକ ସମୟରେ ପୁଅକୁ ରୋକଠୋକ୍ କରୁଥିଲେ ଏବଂ ଖର୍ଚ୍ଚ ପାଇଁ ଟଙ୍କା ଦେବାକୁ ମନା କରୁଥିଲେ । ଏସବୁ ନେଇ ସେ ବାପା ଉପରେ ଖୁବ୍ ରାଗି ଯାଇଥିଲା ଏବଂ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା ।

ଏହା ମଧ୍ୟ ପଢନ୍ତୁ: ସାମାନ୍ୟ ଝଗଡାରୁ ଜଘନ୍ୟ କାଣ୍ଡ, ୫ ଜଣଙ୍କ ଉପରେ ଡମ୍ଫର ଚଢାଇ ମାରିଦେଲେ - Rajasthan Murder

ବାପାକୁ ମାରିବାକୁ ୬ ଲକ୍ଷ ଡିଲ୍:ଏହାପରେ ବାପାକୁ ମାରିବାକୁ ୬ ଲକ୍ଷ ଟଙ୍କାର ଡିଲ୍ କରିଥିଲା । ଏଥିପାଇଁ ଅନ୍ୟ ଠାରୁ କିଛି ଟଙ୍କା ଧାର ନେଇଥିଲା ଓ କିଛି ଟଙ୍କା ପୂର୍ବରୁ ତା' ପାଖରେ ଥିଲା । ଅଭିଯୁକ୍ତ ପୋଲିସ ଆଗରେ କହିଛି ଯେ, ସେ ପ୍ରଥମେ ନିଜ ସାଙ୍ଗମାନଙ୍କ ସହ ମିଶି ବାପାକୁ ମାରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସଫଳ ହୋଇନଥିଲା । ଏହାପରେ ୩ ଜଣ ସୁଟରଙ୍କୁ ସୁପାରି ଦେଇ ହତ୍ୟା କରିବାକୁ ସ୍ଥିର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details