ଓଡିଶା

odisha

By ETV Bharat Odisha Team

Published : Jan 25, 2024, 12:44 PM IST

Updated : Jan 25, 2024, 2:34 PM IST

ETV Bharat / bharat

ଅଟୋକୁ ଧକ୍କା ଦେଲା ଟ୍ରକ: ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ

Uttar Pradesh Road Mishap: ଉତ୍ତର ପ୍ରଦେଶର ଭୟଙ୍କର ସଡକ ଦୁର୍ଘଟଣା । ଅଟୋ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Uttar Pradesh Road Mishap
ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘନ କୁହୁଡି ପାଇଁ ରାସ୍ତାଘାଟ ଦେଖି ନପାରି ଅଟୋକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ । ଆଜି(ଗୁରୁବାର) ସକାଳେ ୟୁପିର ଶାହାଜାହନପୁର ଜିଲ୍ଲାରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତମାନେ ଗଙ୍ଗା ସ୍ନାନ ପାଇଁ ଯାଉଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି ।

ଆଜି ଭୋର୍‌ରୁ ଶାହାଜାହନପୁର ଜିଲ୍ଲା ଆଲ୍ଲାଗଞ୍ଜର ଫାରୁଖାବାଦ ରୋଡରେ ଏହି ଦୁର୍ଘଟଣା ଘଟିଛି । ଯାହା ସୂଚନା ମିଳିଛି, ମୃତାହତମାନେ ଅଟୋ ଯୋଗେ ଗଙ୍ଗା ସ୍ନାନ ପାଇଁ ପାଞ୍ଚଲ ଘାଟକୁ ଯାଉଥିଲେ । ଫାରୁଖାବାଦ ରୋଡରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ରାଜପଥ ଉପରେ ଲାସର ପାହାଡ ବିଛାଡି ହୋଇପଡିଥିଲା । ଦୁର୍ଘଟଣାରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବାଙ୍ଗିରିପୋଷିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ: 6 ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଏହା ମଧ୍ୟ ପଢନ୍ତୁ: କାର ଓ ଟ୍ରାକ୍ଟରକୁ ଧକ୍କା ଦେଲା ବସ, ଚାଲିଗଲା ୬ ଜୀବନ

ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ଛୁଆ ଏବଂ ୮ ପୁରୁଷ ଥିବା ସୂଚନା ମିଳିଛି । ସମସ୍ତଙ୍କ ଘର ମଦନାପୁର ଅନ୍ତର୍ଗତ ଧମଗଡା ଗାଁରେ । ଆଜି ପୌଷ ପୂର୍ଣ୍ଣିମା ଅବସରରେ ସମସ୍ତେ ଭୋର୍‌ରୁ ଅଟୋରେ ଗଙ୍ଗା ସ୍ନାନ ପାଇଁ ଯାଉଥିଲେ । ହେଲେ ବାଟରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର୍ ହେବାକୁ ଚେଷ୍ଟା କରୁଥିଲା । ହେଲେ ସ୍ଥାନୀୟ ଲୋକେ ୧୨ କିଲୋମିଟର ପର୍ଯ୍ୟନ୍ତ ତା'ର ପିଛା କରି ଶେଷରେ କାବୁ କରିଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାହାଜାହନପୁର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2024, 2:34 PM IST

ABOUT THE AUTHOR

...view details