ଓଡିଶା

odisha

ETV Bharat / bharat

ତୁଳା ରାଶିକୁ ଚଳନ କଲେ ରବି, ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

ଆଜି ତୁଳା ସଂକ୍ରାନ୍ତି । ତୁଳା ରାଶିରେ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ ?

By ETV Bharat Odisha Team

Published : 4 hours ago

libra sankranti
libra sankranti (ETV BHARAT ODISHA)

ମେଷ:ତୁଳା ରାଶିରେ ରବିଙ୍କ ଚଳନ ପରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଚଳିତ ମାସ ଏତେଟା ଭଲ ରହିବ ନାହିଁ । ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବା ସହ ପ୍ରିୟ ଲୋକଙ୍କ ସହ ମନମାଳିନ୍ୟ ହୋଇପାରେ । ତେଣୁ ଜୀବନସାଥୀଙ୍କ ସହ ଏହି ସମୟରେ ଏକାନ୍ତରେ କଥା ହେବା ଆବଶ୍ୟକ ରହିଛି । ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି । ତେଣୁ ଏହା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଚଳିତ ମାସରେ କୌଣସି ଏକ ସ୍ଥାନକୁ ଭ୍ରମଣରେ ଯିବା ସମ୍ଭାବନା ଅଛି ।

ଉପଚାର: ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।

ବୃଷ: ରବି ତୁଳା ରାଶିରେ ଚଳନ କରିବାରୁ ବୃଷ ରାଶିର ବ୍ୟକ୍ତି ବିଶେଷ ଅତ୍ୟନ୍ତ ଲାଭବାନ ହେବେ । ଶତ୍ରୁଙ୍କ ସଂଖ୍ୟା କମିଯିବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ରହିବ । ଯଦି କୌଣସି ରୋଗରେ ପୀଡିତ ଥାଆନ୍ତି ତେବେ ଆରୋଗ୍ୟ ହେବା ସମ୍ଭାବନା ଅଛି ।

ଉପଚାର: ପ୍ରତିଦିନ ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।

ମିଥୁନ: ତୁଳା ରାଶିରେ ରବିଙ୍କ ଚଳନ ହେତୁ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମାସଟି ଭଲ ରହିବ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ଉଚ୍ଚଶିକ୍ଷା ଅଧ୍ୟୟନରେ ସଫଳତା ପାଇବେ । ଘର ପାଇଁ କିମ୍ବା କାରର ସାଜସଜ୍ଜା ପାଇଁ କିଛି ଜିନିଷ କିଣିବାର ସମ୍ଭାବନା ଅଛି । ଚଳିତ ମାସଟି ଏହି ରାଶିର ଲୋକଙ୍କ ପାଇଁ ଖୁସି ଖବର ଆଣିବାର ସମ୍ଭାବନା ରହିଛି ।

ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରିବା ଦ୍ଵାରା ଆପଣ ଲାଭବାନ ହେବେ ।

କର୍କଟ: ରବିଙ୍କର ତୁଳା ରାଶିକୁ ଚଳନ ହେଉଥିବାରୁ ଏହି ସମୟ କର୍କଟ ରାଶିର ଲୋକଙ୍କ ପାଇଁ ସାମାନ୍ୟ ଅସୁବିଧାଜନକ ହୋଇପାରେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତି ବିଶେଷ ସେମାନଙ୍କ ମାଆଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ । ଚଳିତ ମାସଟି ଏତେ ଭଲରେ କଟିବ ନାହିଁ । ଆଶା କରି ନଥିବା ଆର୍ଥିକ ଲାଭ ପାଇବାର ସମ୍ଭାବନା ଅଛି ।

ଉପଚାର: ସୂର୍ଯ୍ୟାଷ୍ଟକମ ଜପ କରିବା ଆପଣଙ୍କ ପାଇଁ ମଙ୍ଗଳକାରୀ ଓ ଲାଭଦାୟକ ହେବ ।

ସିଂହ: ଆଜିଠାରୁ ରବି ତୁଳା ରାଶିରେ ପ୍ରବେଶ କରିଛନ୍ତି । ଏହି ସମୟରେ ଏହି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ଆପଣ ନିଜ ପରିବାର ସଦସ୍ୟମାନଙ୍କର ସହଯୋଗ ପାଇବେ । ଭ୍ରମଣ କରିବା ସମୟରେ ସାବଧାନ ରୁହନ୍ତୁ । ଆତ୍ମବିଶ୍ଵାସ ବୃଦ୍ଧି ପାଇବ । କୌଣସି ଏକ ସ୍ଥାନକୁ ଭ୍ରମଣରେ ଯିବାର ସମ୍ଭାବନା ଅଛି,ଏହି ସମୟରେ ସତର୍କ ରହିବା ଆବଶ୍ୟକ । ବ୍ୟବସାୟରେ ଉନ୍ନତି ହେବ ।

ଉପଚାର: ଗୋଟିଏ ମାଳ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

କନ୍ୟା:ତୁଳା ରାଶିରେ ରବିଙ୍କର ଚଳନ ହେତୁ କନ୍ୟା ରାଶିର ବ୍ୟକ୍ତି ବିଶେଷ ଲାଭବାନ ହେବେ । ପରିବାର ସହିତ ବାହାରକୁ ଯିବା ପାଇଁ ଯୋଜନା କରିପାରନ୍ତି । ବହୁ ଦିନରୁ ପଡ଼ି ରହିଥିବା ଏକ କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି ।

ଉପଚାର: ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

ତୁଳା:ରବି ଏହି ରାଶିରେ ଚଳନ କରି ସାରିଛନ୍ତି । ଏହି ସମୟରେ ଆପଣ ଅହଂକାରୀ ହେବାର ସମ୍ଭାବନା ଅଛି । ନିଜ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟୀରେ ଜଡିତ ସହଭାଗୀଙ୍କ ସହ ମତାନ୍ତର ହେବାର ସମ୍ଭାବନା ରହିଛି । ଏହି ସମୟରେ କ୍ରୋଧିତ ହୋଇ କୌଣସି କାମ କରନ୍ତୁ ନାହିଁ ।

ଉପଚାର: ଗାଈକୁ ଗୁଡ ଓ ଗହମ ଖାଇବାକୁ ଦେବେ ଲାଭଦାୟକ ହେବ ।

ବିଛା: ବିଛା ରାଶିର ଲୋକମାନଙ୍କ ପାଇଁ ତୁଳା ରାଶିରେ ରବିଙ୍କର ଚଳନ ସମୟ ସାଧାରଣ ଅପେକ୍ଷା ଭଲ ରହିବ । ଆପଣ ନିଜର ଶତ୍ରୁଙ୍କ ଉପରେ ଜୟ ଲାଭ କରିବେ । ଏହି ମାସରେ କାହା ଠାରୁ ଋଣ କରନ୍ତୁ ନାହିଁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଉପଚାର: ସୂର୍ଯ୍ୟାଷ୍ଟକମ ଜପ କରିବା ଆପଣଙ୍କ ପାଇଁ ଶୁଭ ହେବ ।

ଧନୁ:ରବିଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଧନୁ ରାଶିର ଲୋକଙ୍କ ଭାଗ୍ୟ ଚମକିବ । ଏହି ସମୟରେ ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା ହେବ । କିଛି ନୂଆ ଜିନିଷ କିଣିବା ପାଇଁ ଯୋଜନା କରିପାରନ୍ତି । ଖର୍ଚ୍ଚ ଉପରେ ଧ୍ୟାନ ରଖନ୍ତୁ ।

ଉପଚାର: ଭଗବାନ ଶିବଙ୍କୁ ପୂଜା କରନ୍ତୁ ।

ମକର: ତୁଳା ରାଶିରେ ରବି ପ୍ରବେଶ କରିଥିବାରୁ ମକର ରାଶି ପାଇଁ ସାମାନ୍ୟ ଭଲ ରହିବ । ଚାକିରିରେ ଉନ୍ନତି କରିବେ । କୌଣସି ଜିନିଷକୁ ନେଇ ଲୋଭ କରନ୍ତୁ ନାହିଁ, ନଚେତ ହଇରାଣ ହେବେ । ଏହି ସମୟରେ ନିଜ ପରିବାର ସଦସ୍ୟମାନଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । କିନ୍ତୁ ଆପଣ ଲୋଭବଶତଃ କିଛି କ୍ଷତି କରିବାର ସମ୍ଭାବନା ଅଛି ।

ଉପଚାର– ମାତାପିତାଙ୍କର ଚରଣ ସ୍ପର୍ଶରୁ ଦିନର ଆରମ୍ଭ କରନ୍ତୁ ।

କୁମ୍ଭ:ତୁଳା ରାଶିରେ ରବିଙ୍କର ପ୍ରବେଶ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଭଲ। ଏହି ସମୟରେ ଆପଣ ପୂର୍ବ ଭଳି ଆତ୍ମବିଶ୍ୱାସୀ ହେବେ । କୌଣସି ପବିତ୍ର କାମ କିମ୍ବା ତୀର୍ଥଯାତ୍ରାରେ ଯିବାର ସମ୍ଭାବନା ମଧ୍ୟ ଅଛି । ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ମଧ୍ୟ ହାସଲ କରିବାର ସମ୍ଭାବନା ଅଛି । ଅସମ୍ପୂର୍ଣ୍ଣ ରଖିଥିବା କାମ ମଧ୍ୟ ସଂପୂର୍ଣ୍ଣ ହୋଇପାରେ ।

ଉପଚାର: ପ୍ରତ୍ୟେକ ରବିବାର ଉପବାସ ରଖନ୍ତୁ ଏବଂ ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ ।

ମୀନ:ତୁଳା ରାଶିରେ ରବିଙ୍କର ଚଳନ ହୋଇଥିବାରୁ ଆପଣଙ୍କ ପାଇଁ ଚଳିତ ମାସଟି ସାମାନ୍ୟ କଷ୍ଟଦାୟକ ହେବ । ଗାଡ଼ି ଚଳାଇବା ସମୟରେ ଆପଣ ବିଶେଷ ରୂପେ ସାବଧାନ ହେବା ଆବଶ୍ୟକ । ଏହି ସମୟରେ ଶାନ୍ତ ରହି ଦ୍ଵନ୍ଦ୍ଵକୁ ଏଡ଼ାଇବା ପାଇଁ ଚେଷ୍ଟା କରନ୍ତୁ । କାହା ସହ ବଚସା କରନ୍ତୁ ନାହିଁ ।

ଉପଚାର – ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ABOUT THE AUTHOR

...view details