ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଛି ଛାତିଥରା ,ନୃଶଂସ, ବର୍ବର, ଅମାନୁଷିକ ଘଟଣା । ରକ୍ତରଞ୍ଜିତ ହେଲା 2024 ବର୍ଷର ଶେଷ ରାତି । ହୋଟେଲ ଭିତରେ ହତ୍ୟାକାଣ୍ଡ । ଜନ୍ମଦାତ୍ରୀ ଓ ୪ ଭଉଣୀଙ୍କୁ ନୂଆବର୍ଷ ସକାଳର ସୂର୍ଯ୍ୟ ଦେଖାଇ ଦେଲେନି ଜଲ୍ଲାଦ ଯୁବକ । ବାପା ସହ ମିଶି 5 ଜଣଙ୍କୁ କଲେ ନିର୍ମମ ହତ୍ୟା । ହତ୍ୟା ପରେ ଫୋନରେ ଭିଡିଓ ସୁଟ କଲା ଯୁବକ । ପଡୋଶୀଙ୍କ ଅତ୍ୟାଚାର ସହି ନପାରି ଏପରି କରିଥିବା କହିଛି ଅଭିଯୁକ୍ତ ଜଣଙ୍କ । ଉତ୍ତରପ୍ରଦେଶ ଆଗ୍ରା ସହରରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ ।
ବାପା-ପୁଅଙ୍କ ମଧ୍ୟରେ ନଥିଲା ଭଲ ସମ୍ପର୍କ:
ନୃଶଂସ ଏବଂ ଛାତିଥରା ହତ୍ୟାକାଣ୍ଡ ସଂପର୍କରେ ପଡୋଶୀ ଅଲିମ୍ ଖାନ୍ କରିଛନ୍ତି ଯେ, ବଦର ଏବଂ ତାଙ୍କ ପୁଅ ଅର୍ଶଦ ଏଠାରେ 10-15 ବର୍ଷ ହେବ ରହୁଥିଲେ । ସେ ନିଜ ଘର କରିବା ପାଇଁ ଟଙ୍କା ଧାର କରିଥିଲେ । କିଛିଦିନ ହେବ ସେମାନେ ଘର ଛାଡ଼ି ପଳାଇଥିଲେ । ଅନ୍ୟ ପଡୋଶୀ ଫାତିମା ବେଗମ୍ କହିଛନ୍ତି ଯେ, ବାପା ଏବଂ ପୁଅ ପୋଷାକ ବିକ୍ରି କରି ପରିବାର ଚଳାଉଥିଲେ। ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା । ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଭଲ ସମ୍ପର୍କ ନଥିଲା । ହତ୍ୟାକାଣ୍ଡ ବିଷୟରେ ଶୁଣି ଆମେ ମର୍ମାହାତ । ଗରିବି କାରଣରୁ ଏପରି ହୋଇଥାଇପାରେ ।
ଏହା ମଧ୍ୟ ପଢନ୍ତୁ-ମହିଳା କନେଷ୍ଟବଳଙ୍କୁ ହତ୍ୟା ପରେ ଜୀବନ ହାରିବାକୁ ସ୍ବାମୀର ଉଦ୍ୟମ - CUTTACK MURDER