କୋଲକାତା: ପଶ୍ଚିମବଙ୍ଗ ସନ୍ଦେଶଖାଲି ମହିଳା ବିରୋଧୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ ନେତା ଶାହାଜାହନ ଆଜି ଗିରଫ ହୋଇଛି । ଗିରଫ ହେବା ପରେ ଶାସକ ତୃଣମୂଳ କଂଗ୍ରେସ ଶାହାଜାହନକୁ ଦଳରୁ 6 ବର୍ଷ ପାଇଁ ନିଲମ୍ବିତ କରିଛି । ଆଜି ଏହି ପ୍ରସଙ୍ଗରେ ଟିଏମସିର ବରିଷ୍ଠ ନେତା ଡାରେକ ଓ-ବ୍ରାଏନ ପ୍ରେସମିଟ କରି ଏହି ସୂଚନା ଦେବା ସହ ପାର୍ଟିକୁ ଅଭିଯୁକ୍ତକୁ ସହଯୋଗ କରିବା ଅଭିଯୋଗରୁ ମୁକ୍ତ କରିବା ପାଇଁ ପ୍ରୟାସ କରିଛନ୍ତି ।
ଡାରେକ କହିଛନ୍ତି, ମାମଲାର ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟ ପୋଲିସକୁ ସମସ୍ତ ଅନୁମତି ମିଳିଛି । ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାକୁ ଦଳରୁ 6 ବର୍ଷ ପାଇଁ ନିଲମ୍ବିତ କରିବା ପାଇଁ ପାର୍ଟି ନିଷ୍ପତ୍ତି ଗ୍ରହଣ କରିଛି । ଏହି ମାମଲାରେ ସାରା ପ୍ରଦେଶରେ ରାଜନୀତିରେ ଜାରି ରହିଛି । ପ୍ରଥମରୁ ବିରୋଧୀ ବିଜେପି ଏଥିପାଇଁ ମମତା ସରକାରକୁ କ୍ରାମଗାତ ଟାର୍ଗେଟ କରିଆସିଛି ।
ଆଜି ଡାରେକ ପ୍ରିସମିଟରେ ନିଜ ଦଳ ଟିଏମକୁ ବଞ୍ଚାଇବାକୁ ପ୍ରୟାସ କରିବା ସହ ବିଜେପି ଉପରେ ଘୋଟାଲା ପ୍ରସଙ୍ଗରେ ବର୍ଷିଛନ୍ତି । ଟିମଏମସି କେବଳ କଥା କୁହେନି, କାମ କରେ । ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଟିଏମସି ଅନେକ ଥର ଏହିପରି ପଦକ୍ଷେପ ଗ୍ରହଣ କରିଛି । ହେଲେ ବିଜେପି କଣ କରିଛି । ପ୍ରଧାନମନ୍ତ୍ରୀ ମୋଦି, ନାରାୟଣ ରାଣେ, ହେମନ୍ତ ବିଶ୍ବଶର୍ମା ଓ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟିଏମସି ଆହ୍ବାନ କରୁଛି ବୋଲି ଡାରେକ କହିଛନ୍ତି । ମନି ଲଣ୍ଡ୍ରିଂ ମାମଲାରେ ଅଭିଯୁକ୍ତକୁ ଗିରଫ କରିବା କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କ୍ଷମତା ପରିସରରେ ରହିଛି । ଏହି ମାମଲାରେ ପଶ୍ଚିମମବଙ୍ଗ ପୋଲିସକୁ ଦାୟୀ କରାଯିବା ଉଚିତ ନୁହେଁ । ଏବେ ଅଭିଯୁକ୍ତ ବିରୋଧରେ ସମସ୍ତ ପ୍ରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସମସ୍ତ ନିର୍ଦ୍ଦେଶ ଦେଇସାରିଛନ୍ତି ବୋଲି କତହିଛନ୍ତି ଡାରେକ ।