ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଏନସିପି ବନାମ ଏନସିପି ଲଢେଇ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ନ୍ୟାସନାଲ କଂଗ୍ରେସ ପାର୍ଟି(NCP) ପ୍ରତିଷ୍ଠାତା ଶରଦ ପାଓ୍ବାର । ନିର୍ବାଚନ କମିଶନ ଅଜିତ ପାଓ୍ୱାରଙ୍କ ଗୋଷ୍ଠୀକୁ ପ୍ରକୃତ ନ୍ୟାସନାଲ କଂଗ୍ରେସ ପାର୍ଟିର ମାନ୍ୟତା ଦେବା ସହ ଦଳୀୟ ସଙ୍କେତ ପ୍ରଦାନ କରିବା ପରେ ଏହି ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶରଦ ପାଓ୍ବାର ।
ଫେବ୍ରୁଆରୀ 6 ତାରିଖ ଦିନ 'ପାଓ୍ୱାର ପାର୍ଟି' ଲଢେଇରେ ଦାଦା ଶରଦ ପାଓ୍ବାରଙ୍କୁ ହରାଇ ବଡ଼ ବିଜୟ ହାସଲ କରିଥିଲେ ପୁତୁରା ଅଜିତ ପାଓ୍ବାର । ଏନସିପିରୁ ଅଲଗା ହୋଇ ବିଜେପି ଓ ସିନ୍ଦେ ଗୋଷ୍ଠୀ ସହ ମିଶିଥିବା ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ପ୍ରକୃତ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି’ (ଏନସିପି) ବୋଲି ମାନ୍ୟତା ଦେଇଥିଲେ ନିର୍ବାଚନ କମିଶନ । ଏଥିସହ ଏନସିପିର ଦଳୀୟ ଚିହ୍ନ ‘କାନ୍ଥ ଘଣ୍ଟା’ ମଧ୍ୟ ଅଜିତଙ୍କ ଗୋଷ୍ଠୀକୁ ପ୍ରଦାନ କରିଥିଲେ । ଗତ 6 ମାସ ମଧ୍ୟରେ 10 ଥର ଶୁଣାଣି ପରେ ନିର୍ବାଚନ କମିଶନଙ୍କ ଦ୍ବାରା ରାୟ ପ୍ରକାଶ ପାଇଥିଲା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଶରଦ ପାୱାର । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶରଦ ପାଓ୍ୱାର ।
ଏହାମଧ୍ୟ ପଢନ୍ତୁ.. ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ଘୋଷଣା କଲେ ନିର୍ବାଚନ ଆୟୋଗ