ଓଡିଶା

odisha

ETV Bharat / bharat

ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା, ୯ ଆହତ

ଦୀପାବଳି ପୂର୍ବ ରବିବାର ପାଇଁ ଷ୍ଟେସନରେ ମାତ୍ରାଧିକ ଭିଡ । ୯ ଆହତଙ୍କ ମଧ୍ୟରେ ଦୁଇ ଗୁରୁତର । ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ।

ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା, ୯ ଆହତ
ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା, ୯ ଆହତ (ETV Bharat Odisha)

By ETV Bharat Odisha Team

Published : 5 hours ago

ମୁମ୍ବାଇ:ବାନ୍ଦ୍ରା ରେଳ ଷ୍ଟେସନରେ ଦଳଚକଟା । ଏଥିରେ 9ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ ଜଣଙ୍କ ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଷ୍ଟେସନରୁ ଉତ୍ତର ପ୍ରଦେଶର ଗୋରଖପୁର ଅଭିମୁଖେ ଏକ ଟ୍ରେନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହି ଅଘଟଣ ଘଟିଛି । ମାତ୍ରାଧିକ ଭିଡ କାରଣରୁ ଏହି ଦଳାଚକଟା ହୋଇଥିବା ମୁମ୍ବାଇ ମହାନଗର ନିଗମ କର୍ତ୍ତୃପକ୍ଷ କହିଛନ୍ତି । ଆଜି ଦୀପାବଳି ପୂର୍ବ ରବିବାର ହୋଇଥିବାରୁ ବହୁସଂଖ୍ୟାରେ ଲୋକେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁନଥିବା କାରଣରୁ ରେଳ ଷ୍ଟେସନରେ ଏପରି ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଫଳରେ ଏପରି ସ୍ଥିତି ସୃଷ୍ଟି ହୋଇଛି ବୋଲି ମହାନଗର କର୍ତ୍ତୃପକ୍ଷ କହିଛନ୍ତି ।

  • ଟ୍ରେନ ପ୍ଲାଟଫର୍ମରେ ଲାଗିବା ପରେ ଅପେକ୍ଷାରତ ଯାତ୍ରୀ ବେକାବୁ !

ସୂଚନା ଅନୁସାରେ, ବନ୍ଦ୍ରାରୁ ଉତ୍ତର ପ୍ରଦେଶର ଗୋରଖପୁର ଅଭିମୁଖେ ଯାତ୍ରା କରିବା ପାଇଁ ଏକ ଟ୍ରେନ (ସଂଖ୍ୟା-22921) ଭୋର ପ୍ରାୟ ୫ଟା ସମୟରେ ଏକ-ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା । ଏହା ଏକ ସାପ୍ତାହିକ ଟ୍ରେନ ଓ ଆଜି ରବିବାର ହୋଇଥିବା କାରଣରୁ ମାତ୍ରାଧିକ ଯାତ୍ରୀ ଏହି ପ୍ଲାଟଫର୍ମରେ ପୂର୍ବରୁ ଟ୍ରେନକୁ ଅପେକ୍ଷା କରିଥିଲେ । ପ୍ଲାଟଫର୍ମରେ ଗାଡି ପହଞ୍ଚିବା ମାତ୍ରେ ଚଢିବା ପାଇଁ ଦୌଡା ଦୌଡି ଆରମ୍ଭ ହୋଇଯାଇଥିଲା । ପରେ ଏହା ଅଣାୟତ୍ତ ସ୍ଥିତି ସୃଷ୍ଟି କରିଥିଲା । ବହୁ ଯାତ୍ରୀ ତଳେ ପଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀଙ୍କ ଜିନିଷପତ୍ର, ଜୋତା ଚପଲ ପରି ସାମଗ୍ରୀ ପ୍ଲାଟଫର୍ମରେ ପଡିଛି । ପୋଲିସ ଓ ‘ଆରପିଏଫ’ ମୁତୟନ ବ୍ୟାପକ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-'ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବାଘ ଦେଖିଥିବା କହିଲେ ମହିଳା', ନନ୍ଦନ କାନନରୁ ଆସିଲା ଯନ୍ତା

ଏହା ମଧ୍ୟ ପଢନ୍ତୁ :- ଖାଁ ଖାଁ ରେଳ ଷ୍ଟେସନ, ୨୦୦ ରୁ ଅଧିକ ଟ୍ରେନ ବାତିଲ

ଏବେ ଷ୍ଟେସନରେ ସ୍ଥିତି ନୟନ୍ତ୍ରଣାଧୀନ ରହିଛି । ବହୁମାତ୍ରାରେ ଫୋର୍ସ ମୁତୟନ କରାଯିବା ସହ ଯାତ୍ରୀଙ୍କ ଭିଡକୁ ନିୟନ୍ତ୍ରିତ କରାଯାଉଛି । ଷ୍ଟେସନ ପରିସର ଓ ପ୍ଲାଟଫର୍ମରେ ମାତ୍ରାଧିକ ଭିଡକୁ ରୋକିବା ପାଇଁ ରେଳ ସୁରକ୍ଷା ବଳର ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । କେଉଁ ପରିସ୍ଥିତିରେ ଯାତ୍ରୀଙ୍କ ଭିଡ ନିୟନ୍ତ୍ରଣ ବାହାରକୁ ଗଲା, ତାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details