ନୂଆଦିଲ୍ଲୀ: ଦିଲ୍ଲୀରେ ଭୁଶୁଡିଲା ଦୁଇ ମହଲା ବିଶିଷ୍ଟ କୋଠା । ଭଙ୍ଗା କୋଠା ତଳେ ଚାପି ହୋଇ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣ ଆହତ ହୋଇଥିବା ସୂଚନା ମିଳିଛି । କବିର ନଗର ଅଞ୍ଚଳରେ କୋଠାଟି ଭୁଶୁଡି ପଡିଛି । ବିଳମ୍ବିତ ରାତି ପ୍ରାୟ 2ଟା 26 ମିନିଟ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଦୁଇ ଜଣ ମୃତକ ହେଉଛନ୍ତି ଅର୍ଶାଦ ଓ ତୌହିଦ, ଉଭୟ ଶ୍ରମିକ । ଆହତ ଜଣଙ୍କ ହେଉଛନ୍ତି ରୋହନ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-କୋଲକାତା କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଶେଷ
ଭୁଶୁଡିଥିବା ବିଲ୍ଡିଂର ପ୍ରଥମ ମହଲାଟି ଖାଲିଥିବା ବେଳେ ତଳ ମହଲାରେ ଜିନ୍ସ କଟିଂ ପାଇଁ ବ୍ୟବହୃତ ହେଉଥିଲା । ସେଠାରେ ଗତକାଲି ରାତିରେ କାମ ଚାଲିଥିବା ବେଳେ ବିଲ୍ଡିଂ ଭୁଶୁଡି ପଡିଥିଲା । ଏହି ଖବର ପ୍ରସାରିତ ହେବା ପରେ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ଘଟଣାସ୍ଥଳରେ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ଖବର ପାଇ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଭଙ୍ଗା କୋଠା ତଳେ ଚାପି ହୋଇଥିବା ତିନି ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।