ମୁମ୍ବାଇ: ମୁମ୍ବାଇ ବୋଟ୍ ଟ୍ରାଜେଡି । ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି । ମୃତକଙ୍କ ମଧ୍ୟରେ ୧୦ ଜଣ ଯାତ୍ରୀଙ୍କ ସମେତ ୩ ଜଣ ନୌସେନା ଅଧିକାରୀ ରହିଛନ୍ତି । ମହାରାଷ୍ଟ୍ରର ମୁମ୍ବାଇ ତଟରେ ଯାତ୍ରୀବାହୀ ବୋଟ୍ ଓଲଟିବାରୁ ୧୩ ଜଣଙ୍କ ଜୀବନ ଯାଇଛି ।
ମୃତକଙ୍କ ପରିବାକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା:
ଅନୁସାରେ, ଏକ ସ୍ପିଡ୍ ବୋଟ ହୋଇଥିବାବେଳେ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଏଲିଫାଣ୍ଟା ଦ୍ବୀପ ଅଭିମୁଖେ ବୋଟଟି ଯାଉଥିଲା । ଅପରାହ୍ନ ୪ଟି ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ, ପୋଲିସ ଓ ନୌସେନା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଛନ୍ତି । ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ବୋଟ୍ ଦୁର୍ଘଟଣାର କାରଣ:
ଭାରତୀୟ ନୌସେନା ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି, "ଇଞ୍ଜିନ ଟ୍ରାଏଲ ଚାଲିଥିବା ସମୟରେ ହଠାତ୍ ଇଞ୍ଜିନ କାମ ନକରିବାରୁ ଜାହାଜଟି ଭାରସାମ୍ୟ ହରାଇଥିଲା । ନିକଟରେ ଆସୁଥିବା ଏକ ଯାତ୍ରୀବାହୀ ବୋଟ୍ ସହ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା । ଫଳରେ ୧୩ ଜଣଙ୍କ ଜୀବନ ଯାଇଛି ।"