ଓଡିଶା

odisha

ETV Bharat / bharat

ଆନ୍ଧ୍ର ସରକାରକୁ 'ସୁପ୍ରିମ' ଝଟକା, ଚନ୍ଦ୍ରବାବୁଙ୍କ ଆଗୁଆ ଜାମିନ ଖାରଜ କରିବାକୁ ମନା କଲେ ସର୍ବୋଚ୍ଚ କୋର୍ଟ

Amaravati Inner Ring Road scam case: ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଗୁଆ ଜାମିନ ବିରୋଧରେ ହୋଇଥିବା ମାମଲା ଖାରଜ କଲେ ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ଆନ୍ଧ୍ର ସରକାର । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 29, 2024, 5:26 PM IST

Amaravati Inner Ring Road scam case
ଚନ୍ଦ୍ରବାବୁ ନାଇଡୁଙ୍କୁ 'ସୁପ୍ରିମ' ଝଟକା

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଅମରାବତୀ ଇନର ରିଙ୍ଗ ରୋଡ ଘୋଟାଲା ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ହାଇକୋର୍ଟରୁ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଥିବା ଆଗୁଆ ଜାମିନକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । 2022 ମସିହା ଅମରାବତୀ ରିଙ୍ଗରୋଡ ସ୍କାମ ମାମଲାରେ ଜାନୁଆରୀ 10 ତାରିଖରେ ଆନ୍ଧ୍ର ହାଇକୋର୍ଟ ଚନ୍ଦ୍ରବାବୁଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ । ଏହାକୁ ଆନ୍ଧ୍ର ସରକାର ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ କୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି । ଆଜି ଜଷ୍ଟିସ ସଞ୍ଜିବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ମାମଲାର ଶୁଣାଣି ହୋଇଛି । 2 ଜଣିଆ ଖଣ୍ଡପୀଠ ପୂର୍ବରୁ ଏହି ମାମଲାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିଚାର କରି ଏହି ମାମଲାକୁ ଏବେ ଖାରଜ କରିଦେଇଛନ୍ତି ।

ଚନ୍ଦ୍ରବାବୁ ନାଇଡୁ ଗତବର୍ଷ (2023) ସେପ୍ଟେମ୍ବର 9 ତାରିଖରେ ଦକ୍ଷତା ବିକାଶ ଯୋଜନାରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ତାଙ୍କୁ ପ୍ରାୟ 3ଶହ କୋଟି ଟଙ୍କା ଘୋଟାଲା ଅଭିଯୋଗରେ ଆନ୍ଧ୍ର ପ୍ରଦେଶ ସିଆଇଡି ଗିରଫ କରିଥିଲା । 2023 ଅକ୍ଟୋବର ଶେଷ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବା ପରେ ପ୍ରଥମେ 4 ସପ୍ତାହର ଅନ୍ତରୀଣ ଜାମିନ ଓ ପରେ ନିୟମିତ ଜାମିନ ପାଇଥିଲେ । ପରେ ସେ ଇନ୍ନର ରୋଡ ଘୋଟାଲା ମାମଲା ଓ ବାଲି ଘୋଟାଲା ପରି ଅନ୍ୟ କିଛି ମାମଲାରେ ମଧ୍ୟ ଆଗୁଆ ଜାମିନ ପାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଆନ୍ଧ୍ର ସରକାର ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲା । ଆଜି ଜଗନ ସରକାରକୁ ସେଠାରୁ ମଧ୍ଯ ନିରାଶ ହେବାକୁ ପଡିଛି । ସରକାରଙ୍କ ଆବେଦନ ଖାରଜ ହେବା ସହ ହାଇକୋର୍ଟଙ୍କ ଆଦେଶକୁ ସର୍ବୋଚ୍ଚ କୋର୍ଟ ବଲବତ୍ତର ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ FIR ରଦ୍ଦ ମାମଲା, ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠଙ୍କ ବିଭାଜିତ ରାୟ

ତେବେ ଏକାଧିକ ଘୋଟାଲାରେ ଛନ୍ଦି ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ଏହାକୁ ରାଜନୈତିକ ଅସହିଷ୍ଣୁତା ବୋଲି ଅଭିଯୋଗ କରିଛନ୍ତି । ସେ ନିଜ ବିରୋଧରେ ଜାରି ରହିଥିବା ସମସ୍ତ ମାମଲାକୁ ଖାରଜ କରିବା ପାଇଁ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି, ଯାହାର ଶୁଣାଣି ଜାରି ରହିଛି । ଅନ୍ୟପଟେ ଚଳିତବର୍ଷ ସାଧାରଣ ନିର୍ବାଚନ ସହ ଆନ୍ଧ୍ରରେ ବିଧାନସଭା ନିର୍ବାଚନ ମଧ୍ଯ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏକାଧିକ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଯିବା ଆନ୍ଧ୍ର ରାଜନୀତିକୁ ମଧ୍ୟ ଉଷ୍ଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details