ହାଇଦ୍ରାବାଦ: ଗତ ରବିବାର ଏପ୍ରିଲ ୧୪ ତାରିଖ ଦିନ ସଲମାନ ଖାନଙ୍କ ମୁମ୍ବାଇ ଘର ବାହାରେ ଗୁଳିମାଡ଼ ଘଟଣା । ମାମଲାର ଦୁଇ ଦିନ ପରେ ଅର୍ଥାତ୍ ଏପ୍ରିଲ ୧୬ ତାରିଖରେ ଦୁଇ ଅଭିଯୁକ୍ତକୁ ଗିରଫ କରି ୧୦ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ତେବେ ରିମାଣ୍ଡର ଗୋଟିଏ ଦିନ ପରେ ବର୍ତ୍ତମାନ ମାମଲାରେ ଏକ ବଡ ଖୁଲାସା କରିଛି ମୁମ୍ୱାଇ କ୍ରାଇମବ୍ରାଞ୍ଚ । ଗିରଫ ଆକ୍ରମଣକାରୀମାନେ ଅଭିନେତାଙ୍କୁ ହତ୍ୟା କରିବାକୁ ନୁହଁ ବରଂ ତାଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଏହି କାଣ୍ଡ ଭିଆଇଥିଲେ ।
ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି, ''ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ ଫାର୍ମହାଉସ ଉପରେ ନଜର ରଖିଥିଲେ । ତାଙ୍କର ଉଦ୍ଦେଶ୍ୟ କେବଳ ସଲମାନଙ୍କୁ ଭୟଭୀତ କରିବା ଥିଲା, ହତ୍ୟା କରିବା ନୁହେଁ । ବିହାରରେ ଉଭୟ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ହରିୟାଣା ଏବଂ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ୭ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଛି, କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପଟେ ରିପୋର୍ଟ ଅନୁସାରେ, ଘଟଣା ନେଇ ଅଭିନେତା ସଲମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି ଏବଂ ସଲମାନଙ୍କ ଏହି ବିବୃତ୍ତି ମୁମ୍ବାଇ କ୍ରାଇମବ୍ରାଞ୍ଚ ସାକ୍ଷୀ ଭାବରେ ବ୍ୟବାହର କରିବ ।