ହାଇଦ୍ରାବାଦ:ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ପୋଲିସ ହେପାଜତରେ ଜୀବନ ହାରିଥିବା ଅଭିଯୁକ୍ତ ଅନୁଜ ଥାପନଙ୍କ ପୋଷ୍ଟମର୍ଟମ ପୁନର୍ବାର କରାଯିବ । ଅଭିଯୁକ୍ତ ଅନୁଜଙ୍କ ମାଆଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ଉପରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ସେପଟେ ଗିରଫ ଆଉ ଦୁଇ ଅଭିଯୁକ୍ତ ସାଗର ପଲ ଏବଂ ବିକି ଗୁପ୍ତାଙ୍କ ମେ ୨୭ ଯାଏଁ ବଢିଲା ରିମାଣ୍ଡ ଅବଧି ।
ଦୁଇ ଅଭିଯୁକ୍ତଙ୍କ ବଢିଲା ରିମାଣ୍ଡ ଅବଧି
ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (MCOCA) ଅଧୀନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ମୁମ୍ବାଇ ସ୍ୱତନ୍ତ୍ର କୋର୍ଟ ଦୁଇ ଜଣ ସୁଟର ସାଗର ପଲ ଏବଂ ବିକି ଗୁପ୍ତାଙ୍କଙ୍କୁ ମେ ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ସୋନୁକୁମାର ବିଷ୍ଣୌଇକୁ ମଧ୍ୟ ସେହି ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ବଢାଇ ଦେଇଛନ୍ତି । ପୂର୍ବରୁ ଅଭିଯୁକ୍ତ ପୋଲିସ ହେପାଜତରେ ରହିଥିଲେ । ଯାହାର ଅବଧି ମେ ୮ ଯାଏଁ ଥିଲା । ତେବେ ଗତକାଲି ତାଙ୍କ ରିମାଣ୍ଡ ସରିଥିବା ଶେଷ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପଟେ ନିକଟରେ ରାଜସ୍ଥାନରୁ ଧରାପଡିଥିବା ପଞ୍ଚମ ଅଭିଯୁକ୍ତ ମହମ୍ମଦ ରଫିକ ଚୌଧୁରୀକୁ ମେ ୧୩ ଯାଏଁ ପୋଲିସ ହେପାଜତରେ ରଖାଯାଇଛି ।
ପୁଣି ଅନୁଜ ଥାପନଙ୍କ ପୋଷ୍ଟମର୍ଟମ କରାଯିବ
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଷ୍ଟମର୍ଟମ ପୁଣି କରିବାକୁ ମେଡିକାଲ ଅଧୀକ୍ଷକଙ୍କୁ କୋର୍ଟ ଦୁଇ ଦିନ ସମୟ ଦେଇଛନ୍ତି । ଜଷ୍ଟିସ ବିନୋଦ ଏସ ଭରଦ୍ୱାଜଙ୍କ ଆବେଦନକାରୀ ମୃତଦେହକୁ ଗୁରୁ ଗୋବିନ୍ଦ ସିଂ ମେଡିକାଲ କଲେଜ, ଫରିଦକୋଟକୁ ଆସନ୍ତା ଦୁଇ ଦିନ ଅର୍ଥାତ ୧୦ ତାରିଖ ପୂର୍ବରୁ ଅନୁଜଙ୍କ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁଜଙ୍କ ମାଆ ରୀତା ଦେବୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଦାବି କରିଛନ୍ତି ରୀତା ଦେବୀ । ଦାଖଲ ହୋଇଥିବା ଆବେଦନରେ ଅନୁଜଙ୍କ ମାଆ ଦାବି କରିଛନ୍ତି ଯେ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ପୁଅର ମୃତ୍ୟୁ ହୋଇଛି, ତେଣୁ ଏହାର ସଠିକ୍ ତଦନ୍ତ କରାଯାଉ ।