ଓଡିଶା

odisha

ETV Bharat / bharat

ରୋବଟକୁ ସାତ ଜନ୍ମର ସାଥି କରିବେ ତାମିଲନାଡୁ ଯୁବକ - Robot Giga Wedding - ROBOT GIGA WEDDING

Robot Giga Wedding: ରୋବଟକୁ ବିବାହ କରିବେ ତାମିଲନାଡୁର ଯୁବକ ସୂର୍ଯ୍ୟ ପ୍ରକାଶ। 19 ଲକ୍ଷ ଟଙ୍କାରେ ରୋବଟ ଗିଗାର ତିଆର ତିଆରି ଚାଲିଛି। ଅଧିକ ପଢନ୍ତୁ

YIOUTH MARRIAGE WITH ROBOT
YIOUTH MARRIAGE WITH ROBOT

By ETV Bharat Odisha Team

Published : Apr 28, 2024, 1:31 PM IST

ଚେନ୍ନାଇ:ରୋବଟ ପ୍ରେମରେ ଯୁବକ । ରୋବଟକୁ ବିବାହ କରି ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁର ସୂର୍ଯ୍ୟ ପ୍ରକାଶ । ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ସେ ବିବାହ କରିବାକୁ ଯାଉଥିବା ରୋବଟର ନାମ ହେଉଛି ଗିଗା । 19 ଲକ୍ଷ ଟଙ୍କାରେ ସେ ଗିଗା ନାମକ ଏକ ମହିଳା ରୋବଟ ତିଆରି କରୁଛନ୍ତି । ତାମିଲନାଡୁରେ ଏହାକୁ ତିଆରି କରାଯାଉଥିବା ବେଳେ ଏହାର ପ୍ରୋଗ୍ରାମିଂ ଦିଲ୍ଲୀରେ ପ୍ରସ୍ତୁତ କରାଯାଉଛି ।

YOUTH MARRIAGE WITH ROBOT

ରୋବଟର ନାମ ଗିଗା: ପିଲାଟି ବେଳରୁ ରୋବଟ ପ୍ରତି ବହୁତ ଆଗ୍ରହୀ ଥିଲେ ସୂର୍ଯ୍ୟ ପ୍ରକାଶ । କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସେନାରେ ପଠାଇବାକୁ ଚାହୁଁଥିଲେ, ଏହାପରେ ସେ ସେନାରେ ଯୋଗଦେବାକୁ ପ୍ରସ୍ତୁତ ହୋଇଥିଲେ । ନୌସେନାରେ ଯୋଗ ଦେବା ପାଇଁ ମନୋନୀତ ହୋଇଥିଲେ ସୂର୍ଯ୍ୟ ପ୍ରକାଶ । ପରେ ରୋବଟ ପ୍ରତି ସୂର୍ଯ୍ୟଙ୍କ ଆଗ୍ରହ ଦେଖି ତାଙ୍କୁ ଆଇଟି କ୍ଷେତ୍ରକୁ ଯିବାକୁ ପରିବାର ଲୋକେ କହିଥିଲେ । ପରେ ପରେ ଅଜମେର ସରକାରୀ କଲେଜରୁ ଇଞ୍ଜିନିୟରିଂ ପାଠ ଶେଷ କରି ସେ ରୋବୋଟିକ୍ସ ଉପରେ କାମ ଆରମ୍ଭ କରିଥିଲେ । ଗିଗା ବିଷୟରେ ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ, ସମସ୍ତ ରୀତିନୀତି ଅନୁଯାୟୀ ସେ ଗିଗାଙ୍କୁ ବିବାହ କରିବେ ଏବଂ ପରିବାର ସଦସ୍ୟ ମଧ୍ୟ ଏଥିରେ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ-ମହାକାଶରେ ଶକ୍ତି ଦେଖାଇବ ଭାରତ, ମାନବ ପୂର୍ବରୁ ପ୍ରେରଣ କରାଯିବ ମହିଳା ରୋବଟ

ଇଂରାଜୀ ଓ ହିନ୍ଦି ଭାଷାରେ କଥା ହେବ ରୋବଟ: ସୂର୍ଯ୍ୟ ପ୍ରକାଶ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ପିତାମାତାଙ୍କୁ ରୋବୋଟ ସହ ବିବାହ କରିବା ରଥା କହିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ପରେ ପରିବାର ଲୋକେ ମାନି ଯାଇଥିଲେ । ଗିଗାର ପୁରା ପ୍ରୋଗ୍ରାମିଂ ପାଇଁ ପ୍ରାୟ 5 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ପ୍ରୋଗ୍ରାମିଂ ଇଂରାଜୀରେ ହେବ । ଏଥିରେ ହିନ୍ଦୀ ପ୍ରୋଗ୍ରାମିଂ ମଧ୍ୟ କରାଯାଇପାରିବ । ଗିଗା ଦିନକୁ ଆଠ ଘଣ୍ଟା କାମ କରିପାରିବ । ପାଣି ଆଣିବା, ଅତିଥିମାନଙ୍କୁ ସ୍ୱାଗତ କରିବା ଏବଂ ହ୍ୟାଲୋ ହାଏ କରିପାରିବ ।

ଇସ୍ରାଏଲ୍ ସେନାରେ ଯୋଗଦେବେ ସୂର୍ଯ୍ୟ ପ୍ରକାଶ:ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ, ସେ ପ୍ରାୟ ଚାରି ଶହ ରୋବୋଟିକ୍ସ ପ୍ରୋଜେକ୍ଟରେ କାମ କରିଛନ୍ତି । କୋରୋନା ସମୟରେ ଜୟପୁରର ସାୱାଇମାନ ସିଂ ହସ୍ପିଟାଲରେ ରୋବଟ ମାଧ୍ୟମରେ ରୋଗୀଙ୍କୁ ଔଷଧ ଏବଂ ଖାଦ୍ୟ ଦିଆଯାଇଥିଲା । ସେ ସେହି ରୋବଟଗୁଡ଼ିକୁ ମଧ୍ୟ ସେ ପ୍ରସ୍ତୁତ କରିଥିଲେ । ଏହା ବ୍ୟତୀତ ସେ କୋରୋନା ସମୟରେ ଟଚଲେସ ଭୋଟିଂ ମେସିନର ଏକ ମଡେଲ ମଧ୍ୟ ପ୍ରସ୍ତୁତ କରିଥିଲେ । ଏଥିସହିତ, ବର୍ତ୍ତମାନ ସେ ଇସ୍ରାଏଲ୍ ସେନା ସହିତ କାମ କରିବାକୁ ଯାଉଛନ୍ତି ଏବଂ ଖୁବଶୀଘ୍ର ଇସ୍ରାଏଲ୍ ଯିବେ । ସେଠାରୁ ଫେରିବା ପରେ ସେ ଭାରତୀୟ ସେନାରେ ଯୋଗଦେବାକୁ ଚେଷ୍ଟା କରିବେ ।

ABOUT THE AUTHOR

...view details