ହାଇଦ୍ରାବାଦ:ଗ୍ରୀଷ୍ମ ଛୁଟିରେ ପର୍ଯ୍ୟଟକଙ୍କ ପାଇଁ ଡବଲ ମଜା । ରାମୋଜୀ ଫିଲ୍ମ ସିଟି ଆଣୁଛି ଆକର୍ଷଣୀୟ ଅଫର ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଗ୍ରୀଷ୍ମ ଛୁଟିରେ ପର୍ଯ୍ୟଟକଙ୍କ ହସ, ଉତ୍ସାହ ଏବଂ ଆନନ୍ଦରେ ଭରିଦେବାକୁ ସ୍ବାଗତ କରୁଛି ରାମୋଜୀ ଫିଲ୍ମ ସିଟି । ଗ୍ରୀଷ୍ମ ଋତୁର ଛୁଟିରେ ଲୋକେ ପରିବାର, ବନ୍ଧୁ ସହିତ ଆନନ୍ଦର ମଜା ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ରହିଛି ରାମୋଜି ଫିଲ୍ମ ସିଟି । ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି କାର୍ କାର୍ନିଭାଲ । ଏପ୍ରିଲ 26 ତାରିଖରୁ ଜୁନ୍ 9 ତାରିଖ ଯାଏଁ ମଜା ନେଇପାରିବେ ପର୍ଯ୍ୟଟକ ।
ଗ୍ରୀଷ୍ମ ପ୍ରବାହରୁ ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ରେନ୍ ଡ୍ୟାନ୍ସର ଆୟୋଜନ କରାଯାଇଛି । ଏହା ଦ୍ବାରା ପର୍ଯ୍ୟଟକ ନିଜକୁ ରିଫ୍ରେସ କରିପାରିବେ । ଏହାସହିତ ଆଧୁନିକ ଜ୍ଞାନକୌଶଳ ଯେପରିକି ମୋସନ କ୍ୟାପ୍ଚର ଏବଂ ଭଚ୍ୟୁଆଲ ସୁଟ୍ର ମଧ୍ୟ ମଜା ନେଇପାରିବେ । ୟୁରେକା ଷ୍ଟେଜରେ ସିଧା ପ୍ରସାରଣର ମଜା ନେଇପାରିବେ ଦର୍ଶକ । ମନକୁ ଛୁଇଁଲା ଭଳି ଗୀତ ସାଙ୍ଗକୁ ଝୁମେଇଲା ଭଳି ନାଚରେ ଝୁମିବେ ଦର୍ଶକ । ପ୍ରତ୍ୟେକ ଅତିଥିଙ୍କ ଅଭିଜ୍ଞତା ଗୁରୁତ୍ବପୂର୍ଣ୍ଣ ବୋଲି ନିଶ୍ଚିତ କରିବା ପାଇଁ ରାମୋଜୀ ଫିଲ୍ମ ସିଟି ଭିନ୍ନ ଭିନ୍ନ ପ୍ୟାକେଜ ଆଣିଛି ।
ଏହା ମଧ୍ୟ ପଢନ୍ତୁ:ରାମୋଜୀ ଫିଲ୍ମ ସିଟି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଗ୍ରୀଷ୍ମ ଋତୁରେ ଆସୁଛି ଆକର୍ଷଣୀୟ ଅଫର