ନୂଆଦିଲ୍ଲୀ:ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ସ୍ନେହ, ପ୍ରେମ ଏ ଭଲ ପାଇବାର ପ୍ରତିକର ଦିନ । ଗାଁଠୁ ସହର ଉତ୍ସବମୁଖର ପରିବେଷ । ପିଠାପଣାରେ ମହକୁଛି ଗାଁଗଣ୍ଡା । ଭାଇ ହାତରେ ସେନେହର ଡୋରି ବାନ୍ଧୁଛି ଭଉଣୀ । ଏ ରାକ୍ଷୀ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବ । ଆଜି ଶ୍ରୀମନ୍ଦିରରେ ମଧ୍ୟ ଆଜି ରକ୍ଷାବନ୍ଧନ ପାଳନ ହେବ । ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ସାନ ବାଇ ଜଗନ୍ନାଥଙ୍କୁ ବାସୁଙ୍ଗା ପାଟରେ ପ୍ରସ୍ତୁତ ରାକ୍ଷୀ ବାନ୍ଧିବେ । ରାକ୍ଷୀପୂର୍ଣ୍ଣିମା ଅବସରରେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି-
''ରାକ୍ଷୀ ପୂର୍ଣ୍ଣିମା ଅବସରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସର ଭାବନା ଉପରେ ଆଧାର କରି ଏହି ପର୍ବ ସମସ୍ତ ଭଉଣୀ ଓ ଝିଅଙ୍କ ପ୍ରତି ସ୍ନେହ ଏବଂ ସମ୍ମାନର ଭାବନା ସୃଷ୍ଟି କରେ । ଏହି ପର୍ବ ଦିନ, ମୁଁ ଚାହେଁ ଯେ ଆମ ସମାଜରେ ମହିଳାଙ୍କୁ ସୁରକ୍ଷା ଏବଂ ସମ୍ମାନ କରିବାକୁ ସମସ୍ତ ଦେଶବାସୀ ଆଜି ସଙ୍କଳ୍ପ ନିଅନ୍ତୁ ।''
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି-
''ସମସ୍ତ ଦେଶବାଶୀଙ୍କୁ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପ୍ରେମର ପ୍ରତିକ ରାକ୍ଷବନ୍ଧନରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା । ଏହି ପବିତ୍ର ପର୍ବ ଆପଣଙ୍କ ସମ୍ପର୍କରେ ସୁଖ, ସମୃଦ୍ଧତା ଏବଂ ଆପଣଙ୍କ ଜୀବନରେ ନୂତନ ମଧୁରତା ଆଣୁ ।''