ଜୟପୁର: ରାଷ୍ଟ୍ରୀୟ ବାଲ ପୁରସ୍କାର 2024 ପାଇଁ ମନୋନୀତ ହୋଇଛନ୍ତି ରାଜସ୍ଥାନର କୋଟା ସହରର 17 ବର୍ଷୀୟ ଆର୍ଯ୍ୟନ ସିଂହ । ଆଜି (ସୋମବାର) ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଏହାପରେ ଆସନ୍ତାକାଲି (ମଙ୍ଗଳବାର) ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଆର୍ଯ୍ୟନଙ୍କୁ ଏହି ପୁରସ୍କାର ତାଙ୍କୁ ନୂତନ ଉଦ୍ଭାବନା ପାଇଁ ଦିଆଯାଉଛି । ସେ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଏଆଇ ଆଧାରିତ ଏଗ୍ରୋବୋଟ ତିଆରି କରିଛନ୍ତି । ଯାହା ଚାଷ କାମରେ କୃଷକମାନଙ୍କୁ ସାହାଯ୍ୟ କରିବ । ଆର୍ଯ୍ୟନ ଯେତେବେଳେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ସେହି ସମୟରେ ଏହାକୁ ତିଆରି କରିଥିଲେ ।
ଆର୍ଯ୍ୟନ ସିଂହଙ୍କୁ ବର୍ତ୍ତମାନ ସୁଦ୍ଧା 15ରୁ ଅଧିକ ପୁରସ୍କାରରେ ସମ୍ମାନୀତ କରାଯାଇଛି । 2020ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ସମୟରେ ଆର୍ଯ୍ୟନ 3ଟି ଅନ୍ତର୍ଜାତୀୟ ପୁରସ୍କାର ମିଳିଥିଲା । ଏଗ୍ରିକଲଚର ଇନୋଭେସନରେ ଋଷ ତାଙ୍କୁ ଡିପ୍ଲୋମା ପ୍ରଦାନ କରିଥିବା ବେଳେ କାନାଡା ତାଙ୍କୁ ସ୍ୱର୍ଣ୍ଣ ପଦକ ଓ ମ୍ୟାଲେସିଆ ତାଙ୍କୁ ରୌପ୍ୟ ପଦକରେ ସମ୍ମାନୀତ କରିଛି ।
ଆର୍ଯ୍ୟନ ସିଂହଙ୍କ ଦ୍ୱାରା ତିଆରି ଏଗ୍ରୋବୋଟ ପାଇଁ ତାଙ୍କୁ ବାଲ ପୁରସ୍କାର ପ୍ରଦାନ କରାଯାଉଛି । ତାଙ୍କୁ ଏହି ଏଗ୍ରୋବୋଟ ତିଆରି କରିବା ପାଇଁ 50ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବା କହିଛନ୍ତି ଆର୍ଯ୍ୟନ୍ । ଏହି ବାଲ୍ ପୁରସ୍କାର 19ଜଣଙ୍କୁ ଦିଆଯାଉଥିବା ବେଳେ ଆର୍ଯ୍ୟନଙ୍କୁ ଏହା ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିରେ ଦିଆଯାଉଛି ।