ଚଣ୍ଡିଗଡ:ପଞ୍ଜାବରେ ମଦମୃତ୍ୟୁ ସଂଖ୍ୟା ବଢିଚାଲିଛି । ବିଷାକ୍ତ ମଦ ପିଇବା ପରେ ହସ୍ପିଟାଲରେ ଜଣକ ପରେ ଜଣକର ମୃତ୍ୟୁ ହେଉଛି । ସଙ୍ଗରୁର ଜିଲ୍ଲାରେ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ଏହି ସଂଖ୍ୟା ଏବେ ୨୧ରେ ପହଞ୍ଚିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ କିଛି ଅସୁସ୍ଥଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି । ଏବେ ବି ଆହୁରି ଅନେକ ଲୋକ ଚିକିତ୍ସାଧୀନ ଅଛନ୍ତି ।
ସଙ୍ଗରୁର୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ, ବିଷାକ୍ତ ମଦ ପିଇବା ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଅତିକମରେ ୪୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୨୦ ଅର୍ଥାତ୍ ଗତ ବୁଧବାର ଦିନ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ଆଉ ୭ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ଗତକାଲି ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଣି ୪ ଜଣ ଅସୁସ୍ଥଙ୍କ ମୃତ୍ୟୁ ହୋଇଛି । ଏହାରି ସହିତ ସଙ୍ଗରୁର୍ ଜିଲ୍ଲାରେ ମୋଟ ବିଷାକ୍ତ ମଦ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି ।