ଓଡିଶା

odisha

ETV Bharat / bharat

ଶକ୍ତିଶାଳୀ ହେଲା ନୌସେନା: ଏକାଥରକେ ସାମିଲ ହେଲା ୩ ଯୁଦ୍ଧ ଜାହାଜ - MODI COMMISSIONS 3 NAVAL WARSHIPS

ମୁମ୍ବାଇ ନାଭାଲ କମାଣ୍ଡରେ ନୌସେନାକୁ ସମର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ମଧ୍ୟରେ ରହିଛି ଦୁଇଟି ଯୁଦ୍ଧ ଜାହାଜ ଓ ଗୋଟିଏ ଅତ୍ୟାଧୁନିକ ସବ-ମେରାଇନ୍‌ ।

Prime Minister Narendra Modi
Prime Minister Narendra Modi (ETV Bharat)

By ETV Bharat Odisha Team

Published : Jan 15, 2025, 8:27 PM IST

Updated : Jan 15, 2025, 10:12 PM IST

ମୁମ୍ବାଇ: ସଶକ୍ତ ହେଲା ଭାରତୀୟ ନୌସେନା । ସାମିଲ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଆଇଏନଏସ ସୁରତ’, ‘ଆଇଏନଏସ ନୀଳଗିରି’ ଓ ‘ଆଇଏନଏସ ବାଘଶୀର’ । ଆଜି ପଶ୍ଚିମ ନୌସେନା କମାଣ୍ଡ ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ବୁଧବାର) ରାଷ୍ଟ୍ର ଉଦ୍ଦେଶ୍ୟରେ ଏହି ୩ ଯୁଦ୍ଧ ଜାହାଜକୁ ସମର୍ପିତ କରିଛନ୍ତି ।

  • ଭାରତ ବିସ୍ତାରବାଦ ନୁହେଁ ବରଂ ବିକାଶବାଦରେ ବିଶ୍ବାସ କରେ: ମୋଦି

ଏହି ଅବସରରେ ମୋଦି କହିଛନ୍ତି," ଆଜି ଭାରତ ସମଗ୍ର ବିଶ୍ୱ ବିଶେଷ କରି ଗ୍ଲୋବାର ସାଉଥରେ ଏକ ବିଶ୍ୱାସଯୋଗ୍ୟ ଓ ଦାୟିତ୍ୱସମ୍ପନ୍ନ ବନ୍ଧୁ ଭାବେ ପରିଚୟ ଲାଭ କରିଛି । ଭାରତ ବିସ୍ତାରବାଦ ନୁହେଁ ବରଂ ବିକାଶବାଦ ଭାବନରେ କାର୍ଯ୍ୟ କରିଥାଏ । ବୈଶ୍ୱିକ ସୁରକ୍ଷା, ଅର୍ଥନୀତି ଓ ଭୂ-ରାଜନୈତିକ ଗତିଶୀଳତାକୁ ଏକ ଦିଗ ଦେଖାଇବାରେ ଭାରତ ଭୂମିକା ବେଶ ଅଧିକ । ଆର୍ଥିକ ଓ ସାମରିକ କ୍ଷେତ୍ରରେ ଏହା ବେଶ ମହତ୍ତ୍ୱପୂର୍ଣ୍ଣ । ଏକବିଂଶ ଶତାବ୍ଦୀର ଭାରତର ସୈନ୍ୟ ସାମର୍ଥ୍ୟ ମଧ୍ୟ ଅଧିକ ସକ୍ଷମ ଓ ଆଧୁନିକ ହେଉ, ଏହା ଦେଶର ପ୍ରାଥମିକତା । ଜଳ, ସ୍ଥଳ, ଆକାଶ, ଗଭୀର ସମୁଦ୍ର ଓ ମହାକାଶ ସମସ୍ତ କ୍ଷେତ୍ରରେ ଭାରତ ନିଜର ସ୍ୱାର୍ଥକୁ ସୁରକ୍ଷିତ କରୁଛି । ଏଥିପାଇଁ ନିରନ୍ତର ସୁଧାର କରାଯାଉଛି ।"

  • ଆର୍ମନିର୍ଭରଶୀଳତା ମନ୍ତ୍ର ଆପଣାଇଛି ଭାରତୀୟ ସଶସ୍ତ୍ର ବଳ:-

ସେ ଆଉ ମଧ୍ୟ କହିଛନ୍ତି,"ଗତ ୧୦ ବର୍ଷ ମଧ୍ୟରେ ଭାରତର ୩ ସେନା ଆର୍ମନିର୍ଭରଶୀଳତା ମନ୍ତ୍ର ଆପଣାଇଛନ୍ତି । ସଙ୍କଟ ସମୟରେ ଅନ୍ୟ ଦେଶ ଉପରେ ଭାରତର ନିର୍ଭରତା କମିିଛି । ଗତ ୧୦ ବର୍ଷ ମଧ୍ୟରେ ନୌସେନାରେ ୩୩ ଜାହାଜ ଓ ୭ ବୁଡାଜାହାଜକୁ ସାମିଲ କରାଯାଇଛି । ଏହି ୪୦ ନୌସେନା ଜାହାଜ ମଧ୍ୟରେ ୩୯ ଭାରତୀୟ ସିପୟାର୍ଡରେ ନିର୍ମାଣ କରାଯାଇଛି । ଆଜି ଭାରତର ପ୍ରତିରକ୍ଷା ଉତ୍ପାଦନ 1,25 ଲକ୍ଷ କୋଟିରୁ ଅଧିକ । ଆମେ ୧୦୦ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛେ । ଏହା ଆମ ପାଇଁ ଗର୍ବର ବିଷୟ ଯେ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଭାରତରେ ନିର୍ମାଣ ହୋଇଛି ।"

"ଆଜି ଭାରତର ଭାରତୀୟ ନୈସେନାର ଗୌରବଶାଳୀ ଇତିହାସ ଓ ଆତ୍ମନିର୍ଭର ଭାରତ ଅଭିଯାନର ବହୁତ ବଡ ଦିନ । ଛତ୍ରପତି ଶିବାଜୀ ମହାରାଜ ଭାରତୀୟ ନୈସେନାକୁ ନୂଆ ଶକ୍ତି ଓ ନୂତନ ଭିଜନ ଦେଇଥିଲା । ଆଜି ଏକବିଂଶ ଶତାବ୍ଦୀରେ ନୈସେନାକୁ ଆହୁରୀ ଶକ୍ତିଶାଳୀ କରିବା ଦିଗରେ ଏକ ବଡ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ଏକ ଡେଷ୍ଟ୍ରୟର, ଏକ ଫ୍ରିଗେଟ୍, ଏକ ସବ-ମେରାଇନକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି ।"

ଏହି ଯୁଦ୍ଧ ଜାହାଜଗୁଡିକର ବିଶେଷତା:

ଏହି ତିନୋଟି ପ୍ରମୁଖ ଯୁଦ୍ଧ ଜାହାଜ ପ୍ରତିରକ୍ଷା ତଥା ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ । INS ସୁରତ, P15B ଗାଇଡେଡ୍‌ ମିସାଇଲ୍ ପରିବହନ କରିବା ପାଇଁ କ୍ଷମତା ସମ୍ପନ୍ନ । ଡେଷ୍ଟ୍ରୟର ବର୍ଗର ଏହା ଚତୁର୍ଥ ତଥା ଅନ୍ତିମ ଜାହାଜ । ଏହା ବିଶ୍ୱର ବୃହତ୍ତମ ଏବଂ ଅତ୍ୟାଧୁନିକ ଡେଷ୍ଟ୍ରୟର ଜାହାଜ ମଧ୍ୟରେ ସ୍ଥାନ ପାଇଛି । ଏହାର 75 ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ଏହାମଧ୍ୟ ପଢନ୍ତୁ...

ଗୋପାଳପୁରରେ ଯୁଦ୍ଧ ଜାହାଜ ‘INS-କୁଠାର’, ନୌସେନା ଦିବସରେ ନେବ ଭାଗ

ନୌସେନାର ବଢିଲା ଶକ୍ତି, ସାମିଲ ହେଲା ବାହୁବଳୀ ବୁଡା ଜାହାଜ INS ଆରିଘାତ - Missile Submarine INS Arighaat

ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଜାହାଜ ଉଦ୍ଧାର ଭିଡିଓ ସେୟାର କଲା ନୌସେନା

INS ନୀଳଗିରି, P17A ଷ୍ଟିଲ୍ ଫ୍ରିଗେଟ୍ ପ୍ରୋଜେକ୍ଟର ପ୍ରଥମ ଜାହାଜ, ‘ଭାରତୀୟ ନୌସେନାର ୱାରସିପ୍ ଡିଜାଇନ୍ ବ୍ୟୁରୋ’ ଦ୍ୱାରା ଏହା ଡିଜାଇନ୍ କରାଯାଇଛି । ସେହିଭଳି INS ବାଘଶୀର, P75 ସ୍କର୍ପିନ୍ ପ୍ରୋଜେକ୍ଟର ଷଷ୍ଠ ତଥା ଅନ୍ତିମ ବୁଡ଼ାଜାହାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2025, 10:12 PM IST

ABOUT THE AUTHOR

...view details