ହାଇଦ୍ରାବାଦ:ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ 7000ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜନେତା, ସେଲିବ୍ରେଟି, ଶିଳ୍ପପତି ଓ ଖେଳାଙ୍କୁ ନିମନ୍ତ୍ରଣ କରାଯିବା ପରେ ଅଯୋଧ୍ୟାରେ ପହଞ୍ଚୁଛନ୍ତି ନିମନ୍ତ୍ରିତ ଅତିଥି । ଏହି ମହାନ ସମାରୋହରେ ନିମନ୍ତ୍ରଣ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ନିମନ୍ତ୍ରିତ ଅତିଥି । କିନ୍ତୁ ବିରୋଧି ଦଳ ନେତା ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବିରୋଧି ବିଜେପିକୁ ଟାର୍ଗେଟ କରି କହିଛନ୍ତି । ବହୁ ବିରୋଧି ଦଳ ନେତା ଏହି ପବିତ୍ର ସମାରୋହରେ ସାମିଲ ହେବେ ନାହିଁ ।
ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସେ ଯୋଗ ଦେବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଜେପି ରାଜନୈତିକ ରଙ୍ଗ ଦେଉଛି । ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସର ଏହା ନିର୍ବାଚନ କାର୍ଯ୍ୟକ୍ରମ । ତେଣୁ ଏହି ସମାରୋହରେ ମୁଁ ସାମିଲ ହେବି ନାହିଁ । ସେହିପରି ବିରୋଧି ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରି ଦେଇଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହେବାକୁ ମନା କରି ଦେଇଛନ୍ତି । ବର୍ତ୍ତମାନ ସେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ବ୍ୟସ୍ତ ରହିଛନ୍ତି । ସେ କହିଛନ୍ତି ଯେ, ଏହା ହେଉଛି ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ।