ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ( Railway Station)ରେ ଜଣେ ଭିନ୍ନକ୍ଷମ NRI ଯାତ୍ରୀଙ୍କୁ ସାହାଯ୍ୟ କରିବା ବଦଳରେ ୧୦ ହଜାର ଟଙ୍କା ନେଇଛନ୍ତି ଜଣେ କୁଲି । ଆଉ ଏହି ଖବର ପ୍ରଘଟ ହେବା ପରେ ସମ୍ପୃକ୍ତ କୁଲି ଜଣଙ୍କର ଲାଇସନ୍ସ ରଦ୍ଦ କରିଛି ରେଳବାଇ ।
କ'ଣ ଥିଲା ପୂରା ଘଟଣା ?
ମିଳିଥିବା ସୂଚନା ଅନୁସାରେ, ଜଣେ କୁଲୀ ଭିନ୍ନକ୍ଷମ NRI ମହିଳାଙ୍କୁ ହ୍ବିଲ୍ ଚେୟାର ଯୋଗେ ପ୍ଲାଟଫର୍ମରୁ ଟ୍ରେନରେ ପହଞ୍ଚାଇବାରେ ସହଯୋଗ କରିଥିଲେ । ଏଥିପାଇଁ କୁଲି ଜଣଙ୍କ ୧୦ ହଜାର ଟଙ୍କା ମାଗିଥିଲେ । ଆଉ ଯାତ୍ରୀ ମଧ୍ୟ ତାଙ୍କୁ ବାଧ୍ୟ ହୋଇ ସେହି ମୋଟା ଅଙ୍କର ଟଙ୍କା ଦେଇଥିଲେ । ପରେ ଏନେଇ ରେଳବାଇ ଅଧିକାରୀ ଖବର ପାଇଥିଲେ । ସମ୍ପୃକ୍ତ କୁଲି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦିଲ୍ଲୀ ମଣ୍ଡଳ ରେଳବାଇ ପ୍ରବନ୍ଧକ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ସେ କହିଛନ୍ତି, ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ସୁବିଧା କରାଯାଉଛି । ଭାରତୀୟ ରେଳବାଇ ସଦାସର୍ବଦା ଯାତ୍ରୀଙ୍କୁ ସୁରକ୍ଷା ପାଇଁ ପରିକରବଦ୍ଧ । ତେଣୁ ଆମେ ଏହି ଖବର ପାଇବା ପରେ ଦୋଷୀ ଉପରେ କାର୍ଯ୍ୟନୁଷ୍ଠାନ ନେଇଛୁ । ଏହାସହ ଯାତ୍ରୀ ଜଣକ ଦେଇଥିବା ଟଙ୍କାର ୯୦ ପ୍ରତିଶତ ତାଙ୍କୁ ଫେରସ୍ତ କରାଯାଇଛି ।"
ଏହା ବି ପଢନ୍ତୁ...ଏମିତି ଏକ ରାଜ୍ୟ, ଯେଉଁଠି ନାହିଁ ଗୋଟିଏ ବି ରେଳ ଷ୍ଟେସନ...