ଓଡିଶା

odisha

ETV Bharat / bharat

ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; 71ମନ୍ତ୍ରୀ ନେଲେ ଶପଥ, ଓଡ଼ିଶାକୁ 3 ମନ୍ତ୍ରୀପଦ - 30 Cabinet Ministers take Oath

Modi Cabinet Formation: ଆରମ୍ଭ ହୋଇଛି ମୋଦିଙ୍କ ତୃତୀୟ ପାଳି । ମୋଦିଙ୍କ ଟିମରେ 30ଜଣ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ମୋଟ 72 ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 9, 2024, 11:08 PM IST

30 CABINET MINISTERS TAKE OATH
30 CABINET MINISTERS TAKE OATH (ETV Bharat Odisha)

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମୋଦିଙ୍କ ତୃତୀୟ ଇନିଂସ । କ୍ରମାଗତ ତୃତୀୟ ଥର ଲାଗି ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସନ୍ଧ୍ୟା ପ୍ରାୟ 7ଟା 30ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ପଣ୍ଡିତ ଜବାହରଲାଲ ନେହେରୁଙ୍କ ପରେ ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି ହୋଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ । ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ 72 ଜଣ ମନ୍ତ୍ରୀ ଥିବା ବେଳେ ତନ୍ମଧ୍ୟରୁ 30 ଜଣଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ଅନ୍ୟମାନଙ୍କ ମଧ୍ୟରେ 5ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଓ 36 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ସେହିପରି ଓଡ଼ିଶାକୁ ମିଳିଛି 3 ମନ୍ତ୍ରୀ ପଦ ।

ମୋଦି ମନ୍ତିମଣ୍ଡଳ ଗଠନ ସମୟରେ ସବୁ ବର୍ଗର ନେତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ 27 ଜଣ ଓବିସି ବର୍ଗ, 10ଜଣ ଅନୁସୂଚିତ ଜାତି ଓ 5 ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି । ସେହିପରି 18 ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଗୁରୁତ୍ବ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି । ଏହାସହିତ 43ଜଣ ମନ୍ତ୍ରୀଙ୍କୁ ତୃତୀୟ ଥର ଲାଗି ମନ୍ତ୍ରୀ ପଦ ମିଳିଥିବା ବେଳେ 39ଜଣ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହି ଟିମରେ 6 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । 34 ମନ୍ତ୍ରୀ ବିଧାୟକ ଭାବେ ନିଜ ନିଜ ରାଜ୍ୟରେ ଦାୟିତ୍ବ ସମ୍ଭାଳିଛନ୍ତି ।

Cabinet Ministers (ETV Bharat Odisha)
30 ଜଣଙ୍କୁ କ୍ୟାବିନେଟ ପାହ୍ୟା

କ୍ରମିକ

ନଂ

ମନ୍ତ୍ରୀଙ୍କ ନାମ ଦଳ
1 ରାଜନାଥ ସିଂ ବିଜେପି
2 ଅମିତ ଶାହ ବିଜେପି
3 ନୀତିନ ଜୟରାମ ଗଡକରୀ ବିଜେପି
4 ଜଗତ ପ୍ରକାଶ ନଡ୍ଡା ବିଜେପି
5 ଶିବରାଜ ସିଂ ଚୌହାନ ବିଜେପି
6 ନିର୍ମଳା ସୀତାରମଣ ବିଜେପି
7 ଏସ. ଜୟଶଙ୍କର ବିଜେପି
8 ମନୋହର ଲାଲ ଖଟ୍ଟର ବିଜେପି
9 ପୀୟୂଷ ଗୋଏଲ ବିଜେପି
10 ଧର୍ମେନ୍ଦ୍ର ପ୍ରଧାନ ବିଜେପି
11 ଏଚ.ଡି କୁମାରସ୍ବାମୀ ଜେଡିଏସ
12 ଜୀତନରାମ ମାଞ୍ଝୀ ହାମ୍‌
13 ଲଲନ ସିଂ ଜେଡିୟୁ
14 ସର୍ବାନନ୍ଦ ସୋନୱାଲ ବିଜେପି
15 ଜୁଏଲ ଓରାମ ବିଜେପି
16 ଗିରିରାଜ ସିଂ ବିଜେପି
17 ଅଶ୍ବିନୀ ବୈଷ୍ଣବ ବିଜେପି
18 ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି
19 ଭୂପେନ୍ଦ୍ର ଯାଦବ ବିଜେପି
20 ଗଜେନ୍ଦ୍ର ସିଂ ଶେଖାୱତ ବିଜେପି
21 ଅନ୍ନପୂର୍ଣ୍ଣା ଦେବୀ ବିଜେପି
22 କିରନ ରିଜିଜୁ ବିଜେପି
23 ହରଦ୍ବୀପ ସିଂ ପୁରୀ ବିଜେପି
24 ମନସୁଖ ମାଣ୍ଡଭିୟା ବିଜେପି
25 ଜି କିଶନ ରେଡ୍ଡୀ ବିଜେପି
26 ଚିରାଗ ପାସୱାନ ରାମ ବିଲାସ
27 ସି.ଆର ପାଟିଲ ବିଜେପି
28 ବିରେନ୍ଦ୍ର କୁମାର ବିଜେପି
29 ରାମ ମୋହନ ନାଇଡୁ ଟିଡିପି
30 ପ୍ରହ୍ଲାଦ ଯୋଶୀ ବିଜେପି

୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

ରାଓ ଇନ୍ଦ୍ରଜିତ ସିଂ (ବିଜେପି)

ଡ. ଜିତେନ୍ଦ୍ର ସିଂ (ବିଜେପି)

ଅର୍ଜୁନ ରାମ ମେଘୱାଲ (ବିଜେପି)

ପ୍ରତାପରାଓ ଗଣପତିରାଓ ଯାଦବ (ଶିବସେନା)

ଜୟନ୍ତ ସିଂ ଚୌଧୁରୀ (ଆରଏଲଡି)

36 ଜଣ ରାଷ୍ଟ୍ରମନ୍ତ୍ରୀ ତାଲିକା:-

  1. ଜିତିନ ପ୍ରସାଦ
  2. ଶ୍ରୀପଦ ନାୟକ
  3. ପଙ୍କଜ ଚୌଧୁରୀ
  4. କ୍ରିଷ୍ଣପାଲ ଗୁରଜର
  5. ରାମଦାସ ଅଠାୱଲେ
  6. ରାମନାଥ ଠାକୁର
  7. ନିତ୍ୟାନନ୍ଦ ରାଏ
  8. ଅନୁପ୍ରିୟା ସିଂ ପଟେଲ
  9. ବି ସୋମନ୍ନା
  10. ଚନ୍ଦ୍ରଶେଖର ପେମାସାନି
  11. ଏସ.ପି ସିଂହ ବଘେଲ
  12. ଶୋଭା କରନ୍ଦଲାଜେ
  13. କୀର୍ତ୍ତିବର୍ଦ୍ଧନ ସିଂ
  14. ବିଏଲ ବର୍ମା
  15. ଶାନ୍ତନୁ ଠାକୁର
  16. ସୁରେଶ ଗୋପୀ
  17. ଏଲ୍‌ ମୁରୁଗନ୍‌
  18. ଅଜୟ ଟମଟା
  19. ବଣ୍ଡି ସଞ୍ଜୟ କୁମାର
  20. ସତୀଶ ଚନ୍ଦ୍ର ଦୁବେ
  21. ସଞ୍ଜୟ ସେଠ
  22. ରୱନିତ ସିଂ ବିଟୁ
  23. ଦୁର୍ଗାଦାସ ଉଇକେ
  24. ରକ୍ଷାନିଖିଲ ଖଡସେ
  25. ସୁକାନ୍ତ ମଜୁମଦାର
  26. ସାବିତ୍ରୀ ଠାକୁର
  27. ତୋଖନ ସାହ
  28. ରାଜଭୂଷଣ ଚୌଧୁରୀ
  29. କମଲେଶ ପାସୱାନ
  30. ଭାଗିରଥ ଚୌଧୁରୀ
  31. ବି. ଶ୍ରୀନିବାସ ବର୍ମା
  32. ହର୍ଷ ମଲହୋତ୍ରା
  33. ନିମୁବେନ ଜୟନ୍ତୀଭାଇ
  34. ମୁରଲିଧର ମୋହୋଲ
  35. ଜର୍ଜ କୁରିୟନ
  36. ପବିତ୍ର ମାର୍ଗେଟା

ABOUT THE AUTHOR

...view details