ଓଡିଶା

odisha

ETV Bharat / bharat

'ଅବ୍‌ କି ବାର୍‌ ୪୦୦ ପାର୍‌' କହିଲେ ଖଡ଼ଗେ, ହସିଲେ ମୋଦି - ଅବ୍‌ କି ବାର୍‌ ୪୦୦ ପାର୍‌

Ab Ki Baar 400 Par: ରାଜ୍ୟସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଲେ 'ଅବ୍‌ କି ବାର୍‌ ୪୦୦ ପାର୍‌' । ହସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Mallikarjun Khage
Mallikarjun Khage

By ETV Bharat Odisha Team

Published : Feb 2, 2024, 8:13 PM IST

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି 'ଅବ କି ବାର୍‌ ୪୦୦ ପାର୍‌' ନାରା ଦେଉଛି । ଆଜି (ଶୁକ୍ରବାର) ରାଜ୍ୟସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ନାରାକୁ କଟାକ୍ଷ କରି ସମାନ ଉକ୍ତିକୁ ଦୋହରାଇଥିଲେ । ଏହାପରେ ସାରା ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହସିବାକୁ ଲାଗିଥିଲେ । ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

ରାଜ୍ୟସଭାରେ ଆଜି ଖଡ଼ଗେ କହିଥିଲେ, "ଏବେ ଲୋକସଭାରେ ବିଜେପି ହାତରେ ୩୩୦-୩୪୦ ସିଟ୍‌ ରହିଛି । ହେଲେ ଆସନ୍ତା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ସିଟ୍‌ ହାତେଇବ ।" ଖଡ଼ଗେ ଏପରି କହିବା ପରେ ବିଜେପି ସାଂସଦମାନେ ତାଳି ମାରି ଖୁବ ଜୋରରେ ହସିବାକୁ ଲାଗିଥିଲେ । ଏହାପରେ ଖଡ଼ଗେ କହିଥିଲେ, " ମୁଁ ନିର୍ବାଚନ ଲଢି ଏଠାରେ ପହଞ୍ଚିଛି । ହେଲେ ଯେଉଁମାନେ ଏଠାରେ ବସି ତାଳି ମାରୁଛନ୍ତି, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃପାରୁ ଏଠାରେ ଆସି ପହଞ୍ଚିଛନ୍ତି ।" ମାତ୍ର ଏହାପରେ ଖଡ଼ଗେ ନିଜ ଉକ୍ତିକୁ ପରିବର୍ତ୍ତନ କରି କହିଥିଲେ, " ବିଜେପି ଆସନ୍ତା ନିର୍ବାଚନରେ ୧୦୦ ଆସନ ବି ପାର କରିପାରିବ ନାହିଁ ।"

ଏହା ବି ପଢନ୍ତୁ- 'ତିସରି ବାର୍‌ ମୋଦି ସରକାର, ଅବ କି ବାର ୪୦୦ ପାର'

ଏହାପରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏକ ଟ୍ବିଟ କରି କହିଥିଲେ, "ଖଡ଼ଗେଜୀ ସତ କଥା କହିଛନ୍ତି ।" ସେ ଆହରୁ କହିଥିଲେ ଯେ ସମୟ ଗଡିବା ସହିତ ଜଣକ ପରେ ଜଣେ ନେତା ଇଣ୍ଡିଆ ମେଣ୍ଟ ଛାଡୁଛନ୍ତି । ଏବେ ପ୍ରଶ୍ନ ଉଠିଲାଣି ଆଗକୁ ଇଣ୍ଡିଆ ମେଣ୍ଟ ରହିବ ନା ନାହିଁ । ଏହାପରେ ବିଜେପି ଅଫିସିଆଲ X ସାଇଟ୍‌ରେ ଏକ ଟ୍ବିଟ କରି କୁହାଯାଇଥିଲା, " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ମୋତେ ନୂଆ ସମାଲୋଚକ ଆବଶ୍ୟକ, ପୁରୁଣା ସମାଲୋଚକ ଏବେ ମୋର ପ୍ରଶଂସକ ପାଲଟିଗଲେଣି ।" ଏହି ପୋଷ୍ଟ ସହିତ ଖଡ଼ଗେଙ୍କ ଭାଇରାଲ ଭିଡିଓ ମଧ୍ୟ ରହିଥିଲା । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, " ବିରୋଧୀମାନେ ଗ୍ରହଣ କରିସାରିଲେଣି ଯେ ବିଜେପି ତାର ତୃତୀୟ ପାଳିରେ ୪୦୦ ପାର୍‌ କରିବ ।"

ତେବେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ସରକାର ଓ ବିରୋଧୀଙ୍କ ମଧ୍ୟରେ ଟଣା ଓଟରା ମଧ୍ୟ ଦେଖିବାକୁ ମିଳିଛି । ବିଜେପିକୁ ଏହି ନିର୍ବାଚନରେ କ୍ଷମତାରୁ ହଟାଇବା ଲାଗି ବିରୋଧୀ ଦଳ ଇଣ୍ଡିଆ ମହାମେଣ୍ଟ ଗଠନ କରିଛନ୍ତି । ହେଲେ ମେଣ୍ଟର ଅନ୍ୟତମ ମୁଖ୍ୟ କୁହାଯାଉଥିବା ନୀତିଶ କୁମାର ଏନଡିଏ ମେଣ୍ଟରେ ଯୋଗଦେବା ପରେ ମେଣ୍ଟ ସମାଲୋଚନାର ଶିକାର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details