ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆର୍ଥିକ ରାଜଧାନୀ ମୁମ୍ବାଇ ଗସ୍ତରେ ରହିଛନ୍ତି । ଆଜି ଦେଶର ବୃହତ୍ତମ କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) 90 ବର୍ଷ ପୂରଣ କରିଛି ଏବଂ ନୂତନ ଆର୍ଥିକ ବର୍ଷ 2024-25 ମଧ୍ୟ ଆରମ୍ଭ ହୋଇଛି । ଆଜି RBIର 90ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଆରବିଆଇର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଆରବିଆଇର 90 ତମ ପ୍ରତିଷ୍ଠା ଦିବସ ଅବସରରେ 90 ଟଙ୍କିଆ କଏନ ଜାରି କଲେ ପ୍ରଧାନମନ୍ତ୍ରୀ ।
RBI କାର୍ଯ୍ୟକୁ ମୋଦିଙ୍କ ପ୍ରଶଂସା:ଆରବିଆଇର 90ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ମଜବୁତ ରଖିବାରେ ଆରବିଆଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆରବିଆଇର ପ୍ରତ୍ୟେକ କାର୍ଯ୍ୟ ଦେଶର ସାଧାରଣ ଲୋକଙ୍ରକ ଆର୍ଥିକ ପ୍ରଭାବକୁ ପ୍ରଭାବିତ କରିଥାଏ । ଆରବିଆଇ ଏହାର ବିଶ୍ୱସନୀୟତାକୁ ବାରମ୍ବାର ପ୍ରମାଣିତ କରିଛି ଏବଂ ବିଶ୍ୱର ଅନେକ ବଡ କେନ୍ଦ୍ରୀୟ ବ୍ୟାଙ୍କ ସାମ୍ନାରେ ନିଜର କାର୍ଯ୍ୟକୁ ଉତ୍କୃଷ୍ଟ ପ୍ରମାଣିତ କରିଛି । ଆରବିଆଇର ଡିଜିଟାଲ କରେନ୍ସି ଗେମଚେଞ୍ଜର ଭାବେ ଉଭା ହେଉଛି । ବିଶ୍ୱ ନେତୃତ୍ୱରେ ଆରବିଆଇ ଭାରତର ସୁନାମ ବଜାୟ ରଖିଛି । ଗତ 10 ବର୍ଷର ଅଭିଜ୍ଞତା ଏବଂ ବିକାଶ ଆଧାରରେ ମୁଁ ଏହା କହୁଛୁ ଏବଂ ଦେଶର ଯୁବକମାନେ ଆସନ୍ତା 10 ବର୍ଷ ମଧ୍ୟରେ ଆରବିଆଇ ମାଧ୍ୟମରେ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ନୂତନ ସୁଯୋଗ ପାଇବାକୁ ଯାଉଛନ୍ତି ।"
ଶକ୍ତିକାନ୍ତ ଦାସଙ୍କୁ ପ୍ରଶଂସା:ପ୍ରଧାନମନ୍ତ୍ରୀ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ଶକ୍ତିକାନ୍ତ ଦାଶଙ୍କ କାର୍ଯ୍ୟଶୈଳୀ ବେଶ ପ୍ରେରଣାଦାୟୀ । ତାଙ୍କର ଚିନ୍ତାଶକ୍ତି 'out of the box' ଭଳି ଅଟେ । ମୋତେ ବହୁତ ଖୁସି ଲାଗିଲା ଏହି ବିଷୟକୁ ନେଇ ଅଧିକ ତାଳି ବାଜିଲା । "