ନୂଆଦିଲ୍ଲୀ:ଭାରତର 75ତମ ଗଣତନ୍ତ୍ର ଦିବସ ସମାରୋହର ଆରମ୍ଭ ପ୍ରଥମ ଥର ପାଇଁ ଢୋଲ ବାଦ୍ୟ ସହିତ ଆରମ୍ଭ ହୋଇଥିଲା ପରେଡ । କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହାପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଓ୍ବିପନ ଲୋକେଟିଂ ରାଡାର ସିଷ୍ଟମ, ନାଗ୍ ମିସାଇଲକୁ କର୍ତ୍ତବ୍ୟପଥରେ ପ୍ରଦର୍ଶିତ କରାଯାଇଛି । 21 ତୋପ ସଲାମି ଦିଆଯିବା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ତେବେ ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । କୁହୁଡି ଏବଂ ଥଣ୍ଡା ମଧ୍ୟରେ ବିପୁଳ ଜନସମାଗମ ହୋଇଥିବା ବେଳେ ବିକଶିତ ଭାରତ ଏବଂ ଭାରତ ଗଣତନ୍ତ୍ରର ମାତୃକା ମୁଖ୍ୟ ବିଷୟ ରହିଛି । ତେବେ ଗତ 3 ବର୍ଷ ପରେ ଚଳିତ ବର୍ଷ କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ ।
ଗଣତନ୍ତ୍ର ଦିବସ ଅବସରରେ ଚଳିତ ବର୍ଷ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି । ବିଭିନ୍ନ ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ଏବଂ ସମ୍ବଲପୁରୀ ଲୋକନୃତ୍ୟକୁ ସାମିଲ କରାଯାଇଥିଲା । ଚଳିତବର୍ଷ ପ୍ରଜ୍ଞାପନ ମେଢରେ ଓଡିଶାର ଥିମ ରହିଛି "ବିକଶିତ ଭାରତରେ ମହିଳା ସଶକ୍ତିକରଣ" । 2021ରୁ 2023 ମସିହା ଅର୍ଥାତ ଦୀର୍ଘ 3 ବର୍ଷ ଧରି ପ୍ରଜ୍ଞାପନ ମେଢକୁ ଅନୁମତି ମିଳୁନଥିବା ବେଳେ ଚଳିତବର୍ଷ କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ ।