ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ! ଅଚେତ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର

ଜାତୀୟ ରାଜଧାନୀ ରାଜରାସ୍ତାରୁ ଚେତାଶୂନ୍ୟ ଅବସ୍ଥାରେ ଓଡ଼ିଆ ଯୁବତୀଙ୍କୁ ଉଦ୍ଧାର କଲା ଦିଲ୍ଲୀ ପୋଲିସ । ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ ।

By ETV Bharat Odisha Team

Published : 6 hours ago

Odisha woman allegedly raped
Odisha woman allegedly raped (ETV BHARAT ODISHA)

ନୂଆଦିଲ୍ଲୀ: ଲଜ୍ଜାଜନକ ଘଟଣା । ଦିଲ୍ଲୀରେ ଦୁଷ୍କର୍ମର ଶିକାର ହେଲେ ଓଡ଼ିଆ ଯୁବତୀ ! ଚେତାଶୂନ୍ୟ ଅବସ୍ଥାରେ ରାସ୍ତାକଡରୁ ଯୁବତୀଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ସରାଇ କାଲେ ଖାନ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଯୁବତୀଙ୍କ ବୟସ 34 ବର୍ଷ ହୋଇଥିବା ବେଳେ ତାଙ୍କୁ କେହି ଦୁଷ୍କର୍ମ କରି ଅଚେତ ଅବସ୍ଥାରେ ରାସ୍ତାରେ ଫୋପାଡି ଦେଇଥିବା ପୋଲିସ କହିଛି । ଜାତୀୟ ଗଣମାଧ୍ୟମ ‘ପିଟିଆଇ’ ଏହି ଘଟଣାକୁ ସାମ୍ନାକୁ ଆଣିଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଶୁକ୍ରବାର ଭୋର 3ଟା 30 ସମୟରେ ଜଣେ ବ୍ୟକ୍ତି ସରାଇ କାଲେ ଖାନ ଅଞ୍ଚଳରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ AIIMS ଟ୍ରମା ସେଣ୍ଟରକୁ ନେଇଥିଲେ । ପୋଲିସ ସନ୍ଦେହ କରୁଛି ଯେ, ଦୁଷ୍କର୍ମ ପରେ ମହିଳା ଜଣଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ଫିଙ୍ଗିଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବଦଲାପୁରରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଷ୍କର୍ମକାରୀ ସଫା - Badlapur Encounter

ଏହା ମଧ୍ୟ ପଢନ୍ତୁ-ଯୁବତୀଙ୍କୁ ମାସ ମାସ ଧରି ଗଣଦୁଷ୍କର୍ମ କରୁଥିଲେ ୭ ଜଣ ଯୁବକ, ପୀଡିତା ୭ ମାସର ଗର୍ଭବତୀ - Woman Gang Raped

ଏହା ମଧ୍ୟ ପଢନ୍ତୁ-ରକ୍ଷକ ସାଜିଥିଲା ଭକ୍ଷକ, ନାବାଳିକା ଦୁଷ୍କର୍ମକାରୀ କନେଷ୍ଟବଳକୁ ଏଭଳି ସଜ୍ଜା ଶୁଣାଇଲେ କୋର୍ଟ - Minor Girl Rape Case

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ''ଯୁବତୀ ଜଣଙ୍କ ଓଡିଶାର ବାସିନ୍ଦା ହୋଇଥିବା ବେଳେ ଏକ ବର୍ଷ ହେବ ଦିଲ୍ଲୀରେ ରହୁଥିଲେ । ଦିଲ୍ଲୀର କାଟୱରିଆସାରରେ ଅନ୍ୟ ଜଣେ ଯୁବତୀଙ୍କ ସହ ଘର ଭଡା ନେଇ ରହୁଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଅଗଷ୍ଟରେ ସେ ଘର ଛାଡି ଦେଇଥିଲେ । ଅନେକ ଦିନ ପର୍ଯ୍ୟନ୍ତ ରାସ୍ତାରେ ଦିନ କାଟୁଥିଲେ । ସେ ଜଣେ ଗ୍ରାଜୁଏଟ ମଧ୍ୟ । ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାମରୁଦପୁରରେ ଜଣଙ୍କ ଘରେ ସେ ପଶିବାକୁ ଉଦ୍ୟମ କରିଥିବା ଖବର ଆସିଥିଲା । କିନ୍ତୁ ଏନେଇ କୌଣସି ଅଭିଯୋଗ ହୋଇନଥିଲା । ସେ କିଷନଗଡର ଏକ ଏଟିଏମ୍ ବୁଥ୍ ଭିତରେ ମଧ୍ୟ ରାତି କଟାଇଛନ୍ତି । ଯୁବତୀ ଜଣଙ୍କ ତାଙ୍କ ବିବୃତ୍ତି ବାରମ୍ବାର ପରିବର୍ତ୍ତନ କରୁଛନ୍ତି । ତଦନ୍ତରେ ସହ ସହଯୋଗ କରୁନାହାଁନ୍ତି। ଘଟଣା ସମ୍ପର୍କରେ ତାଙ୍କ ପିତାମାତାଙ୍କୁ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରାଯିବ ।'' ତେବେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details