ମେଷ: ଅଳ୍ପ ସମୟ ଭିତରେ ଅଧିକା ଲାଭ ପାଇଁ ଆପଣ ଲୋଭି ନ ହେବା ଆପଣଙ୍କ ପାଇଁ ଭଲ ହେବ । ଆପଣ ଆଜି ଛୋଟ ଅସୁବିଧାରେ ପଡିପାରନ୍ତି । ସମସ୍ତ ପ୍ରକାର ଆଇନ୍ଗତ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ । ଆର୍ଥିକ କାରବାର କରିବାବେଳେ ସାବଧାନତା ଅବଲମ୍ବନ କରିନ୍ତୁ । ଆଜି ଆପଣଙ୍କର ଏକାଗ୍ରତାରେ ହାନି ହୋଇପାରେ । ଫଳରେ ଆପଣ ଆପଣଙ୍କର କାର୍ଯ୍ୟର ଅତି ଉତ୍ତମ ପ୍ରଦର୍ଶନ କରିପାରିବାରେ ସକ୍ଷମ ହୋଇ ନ ପାରନ୍ତି ।
ବୃଷ: ଆପଣଙ୍କ ପରିବାର ଏବଂ ପିଲା ବିଷୟରେ ଭଲ ଖବର ଆପଣଙ୍କୁ ଅତି ଉତ୍ସାହିତ କରିବ । ପିଲାଦିନର ସାଙ୍ଗମାନଙ୍କ ସହ ମିଶିବାରେ ଏବଂ ଆପଣଙ୍କର ସ୍କୁଲ୍ ଦିନର କଥା ମନେ ପକାଇ ଅତି ଖୁସି ଅନୁଭବ କରିବେ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟ ଦିନ ହୋଇପାରେ । ଏଣୁ ସଠିକ୍ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ କରନ୍ତୁ । ଆଇନ୍ ଏବଂ କୋର୍ଟ୍ ଘଟଣାରେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ।
ମିଥୁନ: ଆଜି ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଆଜି ସେମାନଙ୍କର ପ୍ରଚୁର ଲାଭ ହେବ । କର୍ମଜୀବିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ଆପଣଙ୍କର କର୍ମଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ଆପଣ ନିଜର ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ । ଏହି ଖୁସିରେ ସେ ଆପଣଙ୍କର ପଦୋନ୍ନତି କରିପାରନ୍ତି । ଦିନଟିକୁ ମଧୁରମୟ କରିବାକୁ ଅଜି ସନ୍ଧ୍ୟାରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ହୋଇପାରେ । ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ।
କର୍କଟ: ଦିନର ପ୍ରଥମାର୍ଦ୍ଧ ଭଲରେ ନ କଟିଲେ ମଧ୍ୟ ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ଦେବାରେ ସକ୍ଷମ ହେବ । ଆପଣ ଉତ୍ସାହିତ ହୋଇ ରହିବେ । ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି । ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗର ଆଶ୍ରୟ ନିଅନ୍ତୁ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ପାଇବେ ନାହିଁ । ମଧ୍ୟାହ୍ନ ପରେ ଆପଣଙ୍କର ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ । ଆପଣଙ୍କ ଭାଙ୍ଗି ପଡିଥିବା ମନ ଓ ସାହାସ ପୁନର୍ବାର ଯୋଡି ହୋଇଯିବ । ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଦୃଢ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।
ସିଂହ:ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଅସୁବିଧାରେ ପଡିପାରନ୍ତି । ନିଜ ଅଫିସ୍ରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର କାମ ଆସିପାରେ । ତେଣୁ ଆପଣ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ । ନଚେତ୍ ଏପରି ଅନବରତ କାର୍ଯ୍ୟରେ ମନନିବେଶ କଲେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଅପ୍ରତ୍ୟାସିତ ଭାବରେ ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ଅନ୍ୟଥା ସେମାନେ ଆପଣଙ୍କୁ ଉତ୍ତେଜିତ କରିପାରନ୍ତି । ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣ ନକଲେ ଦିନଟିର ମାଧୁର୍ଯ୍ୟ ନଷ୍ଟ ହୋଇଯିବ । ସବୁବେଳେ ନମ୍ର ଓ ଶାନ୍ତ ରୁହନ୍ତୁ ।
କନ୍ୟା: ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିବାସିରେ ଯିବ । ମଉଜ ମଜଲିସ୍ କରିପାରନ୍ତି । ଆପଣଙ୍କ ବିଜିନେସ୍ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ଦିନର ଦ୍ବିତୀୟାର୍ଦ୍ଧରେ ଆପଣଙ୍କ କାର୍ଯ୍ୟକ୍ରମର ଅନ୍ୟ ଗତି ନେବ । ହଠାତ୍ ଆପଣଙ୍କ ଶରୀର କ୍ଷୀଣ ହୋଇଯିବ, ଏବଂ ଏହାକୁ ଠିକ୍ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ ।