ହାଇଦ୍ରାବାଦ: ଆରମ୍ଭ ହୋଇଛି ନୂଆବର୍ଷ ୨୦୨୫ । ସମସ୍ତେ ଚାହାନ୍ତି ଯେ, ନୂତନ ବର୍ଷ ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ନେଇଆସୁ । ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଅର୍ଥ ସମସ୍ୟା ଦୂର ହେବା ସହ ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇଁ ସମସ୍ତେ ଆଶା ରଖିଥାନ୍ତି । ଏଥିପାଇଁ ଲୋକମାନେ ନୂଆବର୍ଷରେ ପୂଜାପାଠ କରିବା ସହ ବିଭିନ୍ନ ଉପାୟ ମଧ୍ୟ କରନ୍ତି । ଯଦି ୨୦୨୫ ବର୍ଷର ସଂଖ୍ୟାକୁ ଯୋଗ କରାଯାଏ, ତେବେ ଏହାର ମୂଳାଙ୍କ ହେଉଛି ୨+୦+୨+୫=୯ । ସଂଖ୍ୟା ୯ ହେଉଛି ମଙ୍ଗଳ ଗ୍ରହଙ୍କ ମୂଳାଙ୍କ । ଏହି କାରଣରୁ ଏ ବର୍ଷକୁ ମଙ୍ଗଳ ଦେବଙ୍କ ବର୍ଷ ବୋଲି କୁହାଯାଉଛି ।
ଲକ୍ଷ୍ନୌର ଜ୍ୟୋତିର୍ବିଦ୍ ଡ. ଉମାଶଙ୍କର ମିଶ୍ରଙ୍କ କହିବା ଅନୁସାରେ, ମଙ୍ଗଳଙ୍କ ପ୍ରଭାବ ଓ ଦେବଗୁରୁ ବୃହସ୍ପତିଙ୍କ ଗତି ପରିବର୍ତ୍ତନ ହେତୁ ଚଳିତ ବର୍ଷ ବେସ ପ୍ରଭାବିତ ରହିବ । ବୃହସ୍ପତି ବର୍ଷସାରା ଲୋକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବେ । ଏହାସହ ଦେଶବାସୀଙ୍କୁ କ୍ୟାରିୟର ଓ ମୁଦ୍ରାସ୍ପୀତିର ମଧ୍ୟ ସାମ୍ନା କରିବାକୁ ପଡ଼ିବ । ଏହା ବ୍ୟତୀତ ଶନିଦେବ ମଧ୍ୟ ପ୍ରଭାବ ଦେଖାଇବେ । ପ୍ରଭାବରେ କିଛି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଘଟିବା ସହ ବଡ଼ ଅର୍ଥଲାଭ ପାଇବାର ସମ୍ଭାବନା ରହିଛି ।
ଏହି ରାଶି ହେବେ ମାଲାମାଲ:
ଜ୍ୟୋତିର୍ବିଦ୍ ଡ.ଉମାଶଙ୍କର ମିଶ୍ରଙ୍କ କହିବା ଅନୁଯାୟୀ, ୨୦୨୫ ବର୍ଷରେ ବୃଷ, କନ୍ୟା, ତୁଳା ଓ ମକରରାଶିର ବ୍ୟକ୍ତିବିଶେଷମାନେ ବହୁତ ଭାଗ୍ୟବାନ ହେବେ । ଏହି ରାଶିର ଲୋକଙ୍କ ପାଇଁ ଏବର୍ଷ ଟଙ୍କା ପଇସା ପାଇଁ ଲାଭଦାୟକ ହେବ । ଆର୍ଥିତ ସ୍ଥିତି ସୁଦୃଢ଼ ହେବ । ଟଙ୍କା ପଇସାରେ କୌଣସି ସମସ୍ୟା ଦେଖାଦେବ ନାହିଁ । ବର୍ଷସାରା ଅର୍ଥର ଅଭାବ ରହିବ ନାହିଁ । ଏହାସହ ବିନା କୌଣସି ବାଧା ବିଘ୍ନରେ ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହେବ । ହସଖୁସିରେ ସମ୍ପୂର୍ଣ୍ଣ ବର୍ଷକୁ ଅତିବାହିତ କରିବେ ।
ଏହି ରାଶି ରୁହନ୍ତୁ ସତର୍କ: