ଓଡିଶା

odisha

ETV Bharat / bharat

କିଏ ବନ୍ଦ କଲା ମାଇକ୍‌ ! ନୀତି ଆୟୋଗ ବୈଠକରୁ ଅଧାରୁ ଉଠି ଆସିଲେ ଦିଦି - Mamata Banerjee walks out

Niti Aayog Meeting: ସଙ୍ଗୀନ ଅଭିଯୋଗ ଆଣି ମିଟିଂ ଅଧାରୁ ଉଠି ଆସିଲେ ନୀତି ଆୟୋଗ ବୈଠକରେ ଅଂଶଗ୍ରହଣ କରିଥିବା ଏକମାତ୍ର ବିରୋଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କ’ଣ ଆଣିଲେ ଅଭିଯୋଗ, ଅଧିକ ପଢନ୍ତୁ

ନୀତି ଆୟୋଗ ବୈଠକ ଆଧାରୁ ଉଠିଆସିଲେ ଦିଦି, କହିଲେ ମାଇକ ବନ୍ଦ କରିଦିଆଗଲା
ନୀତି ଆୟୋଗ ବୈଠକ ଆଧାରୁ ଉଠିଆସିଲେ ଦିଦି, କହିଲେ ମାଇକ ବନ୍ଦ କରିଦିଆଗଲା (ETV Bharat Odisha)

By ETV Bharat Odisha Team

Published : Jul 27, 2024, 3:18 PM IST

ନୂଆଦିଲ୍ଲୀ:କେନ୍ଦ୍ର-ରାଜ୍ୟ ସମନ୍ବୟ ପାଇଁ ଆଜି ବସିଥିବା ‘ନୀତି ଆୟୋଗ’ ବୈଠକରେ ଏକମାତ୍ର ବିରୋଧୀ ମୁଖ୍ୟମନ୍ତ୍ରୀ ଭାବେ ଅଂଶଗ୍ରହଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ତେବେ ସଙ୍ଗୀନ ଅଭିଯୋଗ ସହ ସେ ବୈଠକ ଅଧାରୁ ଉଠି ଆସିଛନ୍ତି । ତାଙ୍କୁ ବୈଠକରେ କହିବା ପାଇଁ ସୁଯୋଗ ଦିଆଗଲା ନାହିଁ । ସେ ବକ୍ତବ୍ୟ ରଖିବା ସମୟରେ ତାଙ୍କ ମାଇକ୍‌ ବନ୍ଦ କରିଦିଆଗଲା ବୋଲି ଅଭିଯୋଗ କରିଛନ୍ତି ଦିଦି ।

କ’ଣ କହିଲେ ଦିଦି:-

ବୈଠକ ତ୍ୟାଗ କରିବା ପରେ ଦିଦି କହିଛନ୍ତି, ‘‘ମୁଁ ଏକମାତ୍ର ବିରୋଧୀ ମୁଖ୍ୟମନ୍ତ୍ରୀ ଭାବେ ବୈଠକରେ ଅଂଶଗ୍ରହଣ କରିଥିଲି । ଏଥିରେ ସେମାନେ (ଶାସକ ଗୋଷ୍ଠୀ) ଖୁସି ହେବା କଥା । ମୁଁ କହିଲି କେନ୍ଦ୍ର ସରକାର ରାଜ୍ୟମାନଙ୍କ ପ୍ରତି ପକ୍ଷପାତିତା କରିବା ଉଚିତ ନୁହେଁ । ହେଲେ ମତେ ମାତ୍ର 5 ମିନିଟ୍‌ କହିବାକୁ ଦିଆଗଲା । ମୋ ପୂର୍ବରୁ ସଦସ୍ୟମାନେ 15ରୁ 20ମିନିଟ ପର୍ଯ୍ୟନ୍ତ ସେମାନଙ୍କ କଥା ରଖିଲେ । ହେଲେ ମୁଁ କହିବା ବେଳେ ମୋ ମାଇକ୍‌ ବନ୍ଦ କରିଦିଆଗଲା । ଏହା ମୋ ପ୍ରତି ଅପମାନ । ଏହା କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପାଇଁ ଏକ ଅପମାନ ।’’

‘ନୀତି ଆୟୋଗ’ ବୈଠକ 2024:-

ଆଜି ମୋଦି ନେତୃତ୍ବାଧୀନ ତୃତୀୟ ପାଳି ସରକାରର ପ୍ରଥମ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଥରର ଅନୁଚିନ୍ତା ବା ଥିମ୍‌ ରଖାଯାଇଛି ‘ବିକଶିତ-ଭାରତ@2024’ । ଏଥିରେ ପ୍ରଧାନମନ୍ତ୍ରୀ ନିଜେ ଅଧ୍ୟକ୍ଷତା କରିଥିବା ବେଳେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକ ମୁଖ୍ୟତଃ କେନ୍ଦ୍ର-ରାଜ୍ୟ ସମନ୍ବୟ, ଯୋଜନା ଓ ଅର୍ଥ ଆବଣ୍ଟନର ସବୁଠୁ ବଡ ଫେଡେରାଲ ପ୍ଲାଟଫର୍ମ ହୋଇଥିବାରୁ ସମସ୍ତ ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରନ୍ତି । ହେଲେ ଚଳିତ ବୈଠକରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର କୌଣସି ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିନାହାନ୍ତି । ସାମୂହିକ ଭାବେ ବିରୋଧୀ ମେଣ୍ଟ ଏହି ବୈଠକରୁ ଦୂରେଇ ରହିଛନ୍ତି । କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ସେ ମଧ୍ୟ ସଙ୍ଗୀନ ଅଭିଯୋଗ ସହ ଅଧାରୁ ବୈଠକ ତ୍ୟାଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ; ଯବାନ ଶହୀଦ, ଜଣେ ଆତଙ୍କୀ ନିପାତ - Encounter in Jammu Kashmir

ବଜେଟରେ ପକ୍ଷପାତିତା ଅଭିଯୋଗ କରିଥିଲେ ବିରୋଧୀ :-

ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଅଂଶଗ୍ରହଣ କରିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ବଜେଟରେ ଅଣ-ଏନଡିଏ ଶାସିତ ରାଜ୍ୟମାନଙ୍କ ପ୍ରତି ବ୍ୟୟବରାଦରେ ପକ୍ଷପାତିତା ହୋଇଥିବା ଅଭିଯୋଗରେ ବିରୋଧୀମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ହେଲେ ଅନ୍ୟ ଏକ ରୋଚକ ଘଟଣା ଅନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବୈଠକରେ ଅଂଶଗ୍ରହଣ କରିନାହାନ୍ତି । ନୀତିଶଙ୍କ ଅନୁପସ୍ଥିତି ସମ୍ପର୍କରେ କୌଣସି ସୂଚନା ତାଙ୍କ ଦଳ କିମ୍ବା ବିଜେପି ପକ୍ଷରୁ ପ୍ରଦାନ କରାଯାଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details